Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୦୩ କରୋନା ଆକ୍ରାନ୍ତ
  • ||
  • ମେ’ ୧୩ରେ ପିପିଲି ଉପନିର୍ବାଚନ
  • ||
  • ଆଜି ରାତି ୮ରେ ପିଏମ୍‌ ମୋଦୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ଉଦଳା : ଦିବ୍ୟାଙ୍ଗ ଯୁବତୀଙ୍କୁ ଘରୁ ଉଠାଇ ନେଇ ଦୁଷ୍କର୍ମ ! ଥାନାରେ ମାମଲା, ଅଭିଯୁକ୍ତ ଫେରାର
  • ||
  • ଲମତାପୁଟ : ୩ଦିନ ପରେ ଯୁବକଙ୍କ ମୃତଦେହ ଉଦ୍ଧାର, ପାତାଳୀ ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ଥିଲେ
  • ||
  • ଉଦଳା : ବାଇକ୍‌କୁ ପିଟିଲା ଟ୍ରାକ୍ଟର, ଅଧ୍ୟାପକଙ୍କ ମୃତ୍ୟୁ, ଟ୍ରାକ୍ଟର ନେଇ ଡ୍ରାଇଭର ଫେରାର
  • ||
  • ଭୁବନେଶ୍ବର : ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ଚାଲାଣକାରୀ, ୧୨ କିଲୋ ଓଜନର ଜୀବନ୍ତ ବଜ୍ରକାପ୍ତା ସହ ବ୍ୟବସାୟୀ ଗିରଫ
  • ||
  • ଯାଜପୁର ରୋଡ୍ : ରେଳ ଧାରଣାରୁ କିନ୍ନରଙ୍କ ମୃତଦେହ ଉଦ୍ଧାର, ଯୁବକଙ୍କ ସହ ଥିଲା ପ୍ରେମ ସମ୍ପର୍କ
  • ||
  • ବ୍ରହ୍ମପୁର : ଭାରସାମ୍ୟ ହରାଇ ଓଲଟିଲା ‘ଶିବଶମ୍ଭୁ’, ୧୦ ଯାତ୍ରୀ ଆହତ
  • ||
  • ନବରଙ୍ଗପୁର : ନାଇଟ୍ କର୍ଫ୍ୟୁ ବେଳେ ବୁଲାଇଲେ କଳାକନା, ରୂପା ଗହଣା ଲୁଟ୍, ସୁନା ଅଳଙ୍କାର ଚୋରି ବେଳେ ବାଜିଲା ସାଇରନ୍
  • ||

ଘରେ ଚାଲିଥିଲା ଚୋରା କାରବାର ; ଅବକାରୀ ବିଭାଗର ଚଢାଉରେ ୫ହଜାର ଲିଟର ମଦ ଜବତ, ୨ ଅଟକ

8/03/2021 at 11:02 AM

ବ୍ରହ୍ମପୁର ୦୮।୦୩ : ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢାଉ । ଗଞ୍ଜାମ ଜିଲ୍ଲା ରମ୍ଭା ନିକଟ ରାମପଲ୍ଲୀ ଅଞ୍ଚଳର ଏକ ଘର ଉପରେ ଅତର୍କିତ ଚଢାଉ କରିଛି ଅବକାରୀ ଗୁଇନ୍ଦା ବିଭାଗ । ଚଢାଉରେ ପ୍ରାୟ ୫ହଜାର ଲିଟର ମଦ ଜବତ ହୋଇଥିବାର ସୂଚନା ମିଳିଛି ।

 ଖବର ଅନୁଯାୟୀ, ରମ୍ଭା ନିକଟ ରାମପଲ୍ଲୀ ଅଞ୍ଚଳର ଏକ ଘରେ ମଦ କାରବାର ଚାଲିଥିଲା । ଯାହାର ଖବର ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ନିକଟରେ ପହଞ୍ଚିଥିଲା । ଏହାପରେ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ କଡ଼ା ନଜର ରଖାଯାଇଥିଲା । ଶେଷରେ ଗତକାଲି ବ୍ରହ୍ମପୁର ଅବକାରୀ ବିଭାଗର ଗୁଇନ୍ଦା ପକ୍ଷରୁ ଚଢାଉ କରାଯାଇଥିଲା । ଏହି ଚଢାଉରେ ପ୍ରାୟ ୫ହଜାର ଲିଟର ମଦ ଜବତ ହୋଇଛି । ଏହା ସହ ଘଟଣାରେ ୨ଜଣଙ୍କୁ ଅଟକ ରଖିଛି ଅବକାରୀ ବିଭାଗ । ଏନେଇ ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି ।   

   Related Posts