ବୁଢିପଦା ଗାଁରେ ବନ ବିଭାଗର ଚଢାଉ, ବାଘଛାଲ ଜବତ

Published By : Prameya-News7 Bureau | May 20, 2022 IST

ଆନନ୍ଦପୁର ୨୦।୦୫ : ଆନନ୍ଦପୁର ବନ୍ୟପ୍ରାଣୀ  ବନ୍ୟଖଣ୍ଡ ଦୈତାରୀ ଥାନା ବୁଢିପଦା ଗାଁରେ ଚଢାଉ । ବନ ବିଭାଗର ଏହି ଚଢାଉରେ ବାଘ ଛଲ ଜବତ ହୋଇଛି । ଏହାସହିତ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ବନବିଭାଗ ।

ଖବର ଅନୁଯାୟୀ, ଗାଁର ଜଣେ ବ୍ୟକ୍ତିଙ୍କ ଘରେ ବାଘ ଛାଲ ଥିବା ଖବର ପାଇଥିଲା ବନବିଭାଗ । ଏନେଇ ଗୁରୁବାର ରାତିରେ କେନ୍ଦୁଝର ଓ ଆନନ୍ଦପୁର ବନବିଭାଗ କର୍ମଚାରୀମାନେ ମିଳିତ ଭାବେ ଚଢାଉ କରିଥିଲେ । ଏହି ଚଢାଉ ସମୟରେ ବୁଢିପଦା ଗାଁର ମହାକୁଡ଼ ସାହିର ବୁଟୁ ମହାକୁଡ଼ଙ୍କ ଘରୁ ଏକ ମହାବଳ ବାଘ ଛଲ ଜବତ କରିଥିଲା ବନ ବିଭାଗ । ଏହାସହିତ ବୁଚୁ ମହାକୁଡ଼କୁ ଅଟକ ରଖି ତଦନ୍ତ ଜାରି ରହିଥିବା କହିଛନ୍ତି ଆନନ୍ଦପୁର ଡିଏଫ୍‌ଓ ଅଜିତ ଶତପଥୀ । ଅନ୍ୟପଟେ ଗୁରୁବାର ରାତିରେ ଏହି ଚଢାଉ ସମୟରେ ଗାଁଲୋକେ ବନବିଭାଗ ଟିମ୍‌କୁ ଅଟକ ରଖିଥିଲେ । ପରେ ପୋଲିସ  ପହଁଞ୍ଚି ବନ କର୍ମଚାରୀଙ୍କୁ ଉଦ୍ଧାର କରିଥିବା ଜଣା ପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.