ସୁରଟ ଅଘଟଣ ପରେ ପଶିଛି ଚେତା : ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା କୋଚିଂ ସେଣ୍ଟର ଉପରେ ହୋଇଛି ଚଢ଼ାଉ

Published By : Prameya-News7 Bureau | June 12, 2019 IST

କଳାହାଣ୍ଡି ୧୨/୬: ସୁରଟ ଅଘଟଣ ପରେ ପଶିଛି ଚେତା । ରାଜ୍ୟର ବିଭିନ୍ନ ସ୍ଥାନରେ  ଥିବା କୋଚିଂ ସେଣ୍ଟର ଉପରେ ହୋଇଛି ଚଢ଼ାଉ  ।ଅଗ୍ନିଶମ ବିଭାଗର ରେଡ୍ ବେଳେ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସଚେତନ କରାଯାଇଛି । ହଠାତ୍ ନିଆଁ ଲାଗିଲେ କେମିତି ନିଜକୁ ସୁରକ୍ଷିତ ରଖିବେ ସେନେଇ କିଛି ଟିପ୍ସ ଦିଆଯାଇଛି ଛାତ୍ରଛାତ୍ରୀଙ୍କୁ ।

{"id":122401,"width":594,"height":327}

ଭବାନୀପାଟଣାର ବିଭିନ୍ନ କୋଚିଂ ସେଣ୍ଟର ଉପରେ ଚଢ଼ାଉ । ଅଗ୍ନିଶମ ବିଭାଗର ୧୦ ଟି ଟିମ  ରେଡ୍ କରିଛି । କୋଚିଙ୍ଗ ସେଣ୍ଟରଗୁଡିକରେ ଥିବା ଅଗ୍ନି ନିର୍ବାପକ ବ୍ୟବସ୍ଥା ଯାଞ୍ଚ ବେଳେ ଅନେକ ତ୍ରୁଟି ସମ୍ନାକୁ ଆସିଛି ।୧୫ ଦିନ ମଧ୍ୟରେ  ଏସବୁ ତ୍ରୁଟି ସୁଧାରିବା ସହ ସବୁ କିଛି ବ୍ୟବସ୍ଥିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କୋଚିଙ୍ଗ ସେଣ୍ଟର  ଛାତ୍ର ଛାତ୍ରୀ ଓ ପରିଚାଳକଙ୍କ ପାଇଁ ମଧ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।  ସେହି ଜୟପୁର ସହରର ୭ଟି ଘରୋଇ ଶିକ୍ଷାନୁଷ୍ଠାନ ଉପରେ ଚଢାଉ କରା ଯାଇଥିଲା । କୌଣସି ଶିକ୍ଷାନୁଷ୍ଠାନରେ ଆବଶ୍ୟକୀୟ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିଵା ଦେଖିଵାକୁ ମିଳିଥିଲା । ତେଣୁ ଅଗ୍ନିଶମ ବିଭାଗର ଗାଈଡ ଲାଈନ ଅନୁସାରେ ସମସ୍ତ ଶିକ୍ଷାନୁଷ୍ଠାନ ଆବଶ୍ୟକୀୟ ନିରାପତ୍ତା ଵ୍ୟଵସ୍ଥା ଗୋଟିଏ ମାସ ମଧ୍ୟରେ କରିଵାକୁ ନିର୍ଦ୍ଦେଶ ଦିଆଯାଇଛି ।

{"id":122402,"width":594,"height":327}

ଭଦ୍ରକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ବି ଅଗ୍ନିଶମ ବିଭାଗର ଚଢ଼ାଉ ।  ସହରର କୌଣସି ଗୋଟିଏ ବି ଶିକ୍ଷାନୁଷ୍ଠାନରେ ଫାୟାର ପରମିଶନ ନାହିଁ । ନିଆଁ ଲାଗିଲେ କିଭଳି ଏହାକୁ ଆୟତ କରିହେବ ଆଉ ନିଜକୁ ରକ୍ଷା କରିହେବ ,ସନେଇ ଛାତ୍ର ଛାତ୍ରୀମାନଙ୍କୁ ମଧ୍ୟ ଶିକ୍ଷା  ଦିଆଯାଇଥିଲା ।   ଫାୟର ପରମିଶନ ନଥିବାରୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ନୋଟିସ୍ ମଧ୍ୟ ଜାରି ହେବ ।

{"id":122403,"width":595,"height":327}

ସୁରଟରେ ଅନେକ ମୂଲ୍ୟବାନ ଯିବା ପରେ ଏବେ ରାଜ୍ୟ ସାରା ବିଭିନ୍ନ ସହର କୋଚିଂ ସେଣ୍ଟର ଉପରେ ଚଢ଼ାଉ ଚାଲିଛି । ଅଗ୍ନିନିର୍ବ।ପକ ଯନ୍ତ୍ର ଲଗାଇବା ସହ ଫାୟାର ପରମିଶନ ପାଇଁ ଏବେ ସମସ୍ତେ ତତ୍ପର ହୋଇ ପଡିଛନ୍ତି । 

{"id":122404,"width":595,"height":327}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.