Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ସ୍ପା ସେଣ୍ଟର ଆଢୁଆଳରେ ଚାଲିଥିଲା ସେକ୍ସ ରାକେଟ୍ : ପୋଲିସର ଚଢାଉ ବେଳେ ୧୧ ଯୁବତୀ ଉଦ୍ଧାର, ୬ ଗିରଫ

25/09/2020 at 11:02 AM

ପାନିପତ ୨୫।୯: ହରିୟାଣା ପାନିପତରେ ଥିବା ଏକ ମଲ୍ ରେ ଅଚାନକ ପୋଲିସ ଚଢାଉ କରିଥିଲା । ଏହି ମଲ୍ ରେ ଥିବା ସ୍ପା ସେଣ୍ଟରରେ ସେକ୍ସ ରାକେଟ୍ ଚାଲିଥିବା ନେଇ ପୋଲିସ ଗୁପ୍ତ ସୂଚନା ପାଇବା ପରେ ଏଠାରେ ଚଢାଉ କରିଥିଲା । ଚଢାଉ ବେଳେ ପୋଲିସ ୧୧ ଜଣ ଯୁବତୀଙ୍କୁ ଉଦ୍ଧାର କରିଥିବା ବେଳେ ୬ ଜଣ ଯୁବକଙ୍କୁ ଗିରଫ କରିଛି ।

ପୋଲିସର ସୂଚନା ଅନୁସାରେ ଏହି ମଲ୍ ରେ ଥିବା ଏକ ସ୍ପା ସେଣ୍ଟରରେ ଚଢାଉ କରାଯାଇଥିଲା । ପୋଲିସର ଜଣେ କର୍ମଚାରୀଙ୍କୁ ଗ୍ରାହକ କରି ସ୍ପା ସେଣ୍ଟରକୁ ପଠାଯାଇଥିଲା । ସେଠାରେ ଆପତ୍ତିଜନକ ସାମଗ୍ରୀ ଦେଖିବାକୁ ମିଳିଥିଲା । ସେଠାରେ ସ୍ପା ସେଣ୍ଟର ନାଁରେ ସେକ୍ସ ରାକେଟ୍ ଚାଲିଥିବା ନେଇ ପୋଲିସ ଜାଣିବାକୁ ପାଇଥିଲା । ଏହାପରେ ପୋଲିସ ଟିମ୍ ସେଠାରେ ଚଢାଉ କରିଥିଲା । ଚଢାଉ ବେଲେ ୧୧ ଜଣ ଯୁବତୀଙ୍କୁ ଉଦ୍ଧାର କରିବା ସହ ୬ ଜଣ ଯୁବକଙ୍କୁ ଗିରଫ କରିଛି ପୋଲିସ । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

ଅନ୍ୟପଟେ ମଲ୍ ମ୍ୟାନେଜର ପୋଲିସର ଏଭଳି ଚଢାଉ ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ, ସ୍ପା ସେଣ୍ଟରରେ ଏଭଳି କୌଣସି କାମ ହେଉନଥିଲା । ସେମାନ ମନିଟରିଂ କରନ୍ତି ବୋଲି ସେ କହିଛନ୍ତି ।

   Related Posts