ଭଦ୍ରକ ସହରର ନର୍ସିଂହୋମ୍‌ରେ କୋଭିଡ୍ ଯାଞ୍ଚ, ପ୍ରଶାସନ ପକ୍ଷରୁ ଚାଲିଛି ଚଢାଉ

Published By : Prameya-News7 Bureau | June 26, 2020 IST

ଭଦ୍ରକ ୨୬।୬: ଭଦ୍ରକ ଜିଲ୍ଲାର ବିଭିନ୍ନ ନର୍ସିଂ ହୋମ୍ ଉପରେ ଚଢାଉ । କୋଭିଡ୍ ନିୟମ ଠିକ୍ ସେ ପାଳନ ହେଉଛି କି ନାହିଁ ସେ ନେଇ ପ୍ରଶାସନ ପକ୍ଷରୁ ଚଢାଉ କରାଯାଇଛି । ଭଦ୍ରକ ଜିଲ୍ଲା ପ୍ରଶାସନର ୩ଟି ସ୍କ୍ବାର୍ଡ ଏହି ଚଢାଉରେ ସାମିଲ ହୋଇଛି । ଭଦ୍ରକ ତହସିଲଦାର, ଭଦ୍ରକ ଟାଉନ୍ ଥାନା ଅଧିକାରୀଙ୍କ ସହ ଅନ୍ୟ ସରକାରୀ କର୍ମଚାରୀ ଚଢାଉରେ ସାମିଲ ହୋଇଛନ୍ତି । ସହରରେ ଥିବା ପାଢୀ ହେଲ୍ଥ କେୟାର, ଶୁଭମ ହସ୍ପିଟାଲ ସହ ଅନ୍ୟ ନର୍ସିଂ ହୋମରେ ଯାଞ୍ଚ ଆରମ୍ଭ ହୋଇଛି ।

{"id":291762,"sizeSlug":"large"}

କୋଭିଡ୍ ପାଇଁ ସରକାରୀ ନିୟମ ମନୁନଥିବା ପୂର୍ବରୁ ଅଭିଯୋଗ ହେଉଥିଲା । ସ୍ବାସ୍ଥ୍ୟ କ୍ଷେତ୍ରରେ ଘରୋଇ ନର୍ସିଂ ହୋମ୍ ଗୁଡିକରେ ବହୁ ରୋଗୀ ଚିକିତ୍ସିତ ହେଉଥିବାରୁ ସେହି ସ୍ଥାନକୁ ସନିଟାଇଜ କରାଯାଉଛି କି ନାହିଁ, ରୋଗୀ ଓ ସମ୍ପର୍କୀୟମାନେ ସାମାଜିକ ଦୂରତା ନିୟମ ମାନିବା ସହ ମାସ୍କ ବ୍ୟବହାର କରୁଛନ୍ତି କି ନାହିଁ ସେ ନେଇ ଯାଞ୍ଚ ହୋଇଛି । ତେବେ ରିପୋର୍ଟ ଦାଖଲ ପରେ ଯଦି କୌଣସି ନର୍ସିଂ ହୋମ୍ ନିୟମ ଉଲଂଘନ କରିଥାନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜିଲ୍ଲା ପ୍ରଶାସନ ଗ୍ରହଣ କରିବ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.