ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ

Published By : Prameya-News7 Bureau | April 18, 2021 IST

ଜୟପୁର, ୧୮।୦୪: ଜୟପୁର ସବ୍ ଜେଲରେ ପୋଲିସର ଚଢଉ । କୋରାପୁଟ ଏସପିଙ୍କ ନେତୃତ୍ୱରେ ଏକ ଟିମ୍ ଭୋର୍ ୪ଟାରେ ଜେଲରେ ଚଢଉ କରିଥିଲା ।

ସୂଚନାନୁସାରେ, ରବିବାର ଭୋର୍ ୪ଟା ବେଳେ ଏସପିଙ୍କ ନେତୃତ୍ୱରେ ଏକ ଟିମ୍ ସବ୍ ଜେଲରେ ଚଢଉ କରିଥିଲା । ଏହି ଚଢଉ ବେଳେ ବୋରିଗୁମ୍ମା ଏସଡିପିଓଙ୍କ ସମେତ ଅନ୍ୟ ଥାନାର ଆଇଆଇସି ମଧ୍ୟ ଉପସ୍ଥିତ ଥିଲେ ।

ଏହାସହ ଜୟପୁର ଉପ ଜିଲ୍ଲାପାଳ ମଧ୍ୟ ଚଢଉ ବେଳେ ଉପସ୍ଥିତ ଥିଲେ । ତେବେ ଜେଲରେ ଗଞ୍ଜେଇ କାରବାର ଚାଲିଥିବା ନେଇ ସୂଚନା ମିଳିବା ପରେ ଏହି ଚଢଉ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.