Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ରାତି ଅଧରେ ଚାଲିଥିଲା ଚୋରା ଚାଲାଣ, ଜଏଣ୍ଟ ରେଡ୍ କରି ମାଡିବସିଲା ପୋଲିସ

3/08/2021 at 10:45 AM

ଟାଙ୍ଗି୦୩/୦୮: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ତହସିଲ ଅଧିନସ୍ଥ କୟଥପଲ୍ଲା ଗ୍ରାମର ଜରିପୁଟ ପାହାଡରୁ ରାତି ଅଧରେ କଳାମୁଗୁନି ପଥର ଚୋରି ବେଳେ ମାଡିବସିଲା ସ୍ଥାନୀୟ ପ୍ରଶାସନ । ଟାଙ୍ଗି ପୋଲିସ ଏବଂ ତହସିଲ ପକ୍ଷରୁ ହୋଇଥିଲା ଜଏଣ୍ଟ୍ ରେଡ୍ । ଦୁଇଟି କମ୍ପ୍ରେସର୍ ମେସିନ ସହିତ ଗୋଟିଏ ପ୍ରୋକଲିନ୍ ଜବତ କରିଛି ପ୍ରଶାସନ । ଏହି ଘଟଣାରେ ୬ ଜଣଙ୍କୁ ଅଟକ ରଖିଛି ଟାଙ୍ଗି ପୋଲିସ ।

ସରକାରଙ୍କ ଦ୍ୱାରା ଲିଜ୍ ଅବଧି ଶେଷ ହୋଇଯିବା ପରେ ମଧ୍ୟ କିଛି ପଥର ମାଫିଆ ବିଳମ୍ବିତ ରାତିରେ କମ୍ପ୍ରେସର୍ ଦ୍ୱାରା ପାହାଡ ଫଟେଇ କଳା ମୁଗୁନି ପଥର ଚୋରି କରି ନେଉଥିଲେ । ଏଭଳି ଅଭିଯୋଗ କୁ ନେଇ ଗତକାଲି ବିଳମ୍ବିତ ରାତ୍ରରେ ଟାଙ୍ଗି ଥାନା ନିରୀକ୍ଷକ ବିଜୟ କୁମାର ମଲ୍ଲିକ ଏବଂ ଟାଙ୍ଗୀ ତହସିଲଦାର ସ୍ମୃତି ରଞ୍ଜନ ଶତପଥୀଙ୍କ ନେତୃତ୍ୱରେ ଦୁଇଟି ଟିମ୍ ଚଢ଼ାଉ କରି ଏହି ଧରପଗଡ କରିଛନ୍ତି ।

   Related Posts