ବେଆଇନ ବିଦେଶୀ ମଦ ତିଆରି କାରଖାନା ଉପରେ ଅବକାରୀ ବିଭାଗର ଚଢାଉ

Published By : Prameya-News7 Bureau | September 13, 2019 IST

ସାନଖେମୁଣ୍ଡି ୧୩।୯: ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଖଲିଙ୍ଗୀ ଗାଁରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ବେଆଇନ ବିଦେଶୀ ମଦ ତିଆରି କାରଖାନା ଉପରେ ଚଢାଉ କରିଛି ଅବକାରୀ ବିଭାଗ ଟିମ୍ । ଖାଲିଙ୍ଗୀ ଗ୍ରାମର ଶିବାଜୀ ମହାନ୍ତିଙ୍କ ଘରେ ମଦ କାରଖାନା ଚାଲିଥିବା ନେଇ ସୂଚନା ପାଇବା ପରେ ଚଢାଉ କରିଥିଲା ଅବକାରୀ ବିଭାଗ ।

{"id":157092}

ଚଢାଉ ବେଳେ ବିପୁଳ ପରିମାଣର ମଦ ତିଆରି ସାମଗ୍ରୀ, ମଦ ବୋତଲ, ମଦ ସିଲ୍‌ ଜବତ କରାଯାଇଛି । ବ୍ରହ୍ମପୁର ଅବକାରୀ ବିଭାଗ, ଦିଗପହଣ୍ଡି ଅବକାରୀ ବିଭାଗ, ପାଟପୁର ଥାନା ପୋଲିସ ଓ ସାନଖେମୁଣ୍ଡି ତହସିଲଦାର ମିଳିତ ଚଢାଉ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.