ବେଆଇନ ଗୁଟ୍‌ଖା ପ୍ରସ୍ତୁତକାରୀ ୟୁନିଟ୍ ଉପରେ ଚଢାଉ, ୮ ଅଟକ

Published By : Prameya-News7 Bureau | August 01, 2020 IST

ବ୍ରହ୍ମପୁର ୧।୮: ବେଆଇନ ଗୁଟଖା ପ୍ରସ୍ତୁତକାରୀ ୟୁନିଟ୍ ଉପରେ ଜିଲ୍ଲା ପ୍ରଶାସନର ଚଢାଉ । ଗୁରୁଣ୍ଠିରେ ଚଢାଉ କରାଯାଇଥିବା ବେଳେ ହୁଗୁଳାପଟାରେ ମଧ୍ୟ ଆଉ ଏକ ୟୁନିଟ୍ ଉପରେ ଚଢାଉ କରାଯାଇଥିବା ସୂଚନା ମିଳିଛି । ଗୁଟଖା ପ୍ରସ୍ତୁତ ଯନ୍ତ୍ର, ବ୍ୟାପକ ଗୁଟଖା ସାମଗ୍ରୀ ଓ ଗୁଟଖା ଜବତ କରାଯାଇଥିବା ବେଳେ ୮ ଜଣଙ୍କୁ ଅଟକ ରଖାଯାଇଛି । ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ଏକ କୋଟି ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟ ବାହୁ ସାହେବ ଟୁଇଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି । ମାମଲାର ତଦନ୍ତ ଭାର ସଦର ଥାନାକୁ ହସ୍ତାନ୍ତର କରାଯାଇଥିବା ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.