ବିନା ଲାଇସେନ୍ସରେ ଚାଲିଛି ବାଣ ବିକ୍ରି, ବେଆଇନ ବାଣ ଦୋକାନରେ ଚଢାଉ

Published By : Prameya-News7 Bureau | November 03, 2021 IST

ସୋର ୩।୧୧: ଅବାଧରେ ବିକ୍ରି ହେଉଛି ବାଣ । ମାନୁ ନାହାନ୍ତି ସରକାରୀ ଗାଇଡ୍ ଲାଇନ୍ । ସରକାରୀ ନିୟମ ଅନୁସାରେ ବାଣ ବିକ୍ରି ଉପରେ କଟକଣା ଲଗାଯାଇଥିବା ବେଳେ ଦୋକାନ ଆଗରେ ସଜା ହୋଇଛି ଦୀପ, କ୍ୟାଣ୍ଡେଲ, ଝରାବତି ଭଳି ସବୁଜ ବାଣ । ଲୁଚା ଛପାରେ ଚାଲିଛି ବାଣ ବିକ୍ରି । ସରକାରୀ ନିୟମ ଅନୁସାରେ ବାଣ ବ୍ୟବସାୟୀମାନେ ଲାଇସେନ୍ସ କରିବା ପରେ ବାଣ ବିକିବା ପାଇଁ ଅନୁମତି ରହିଥିବା ବେଳେ ଅଧିକାଂଶ ବାଣ ଦୋକାନୀ ବିନା ଲାଇସେନ୍ସରେ ବାଣ ଦୋକାନ କରିଥିବା ଦେଖିବାକୁ ମିଳିଛି ।

{"id":537927,"width":755,"height":415,"sizeSlug":"full","linkDestination":"none"}

ସୋର ତହସିଲଦାର ଓ ସୋର ପୋଲିସ ସୋର ବଜାରରେ ବାଣ ଦୋକାନ ଉପରେ ଚଢାଉ କରି ବାଣ ବିକ୍ରି ଲାଇସେନ୍ସ ଓ ବାଣ ମଧ୍ୟ ଯାଞ୍ଚ କରିଛନ୍ତି । ବିନା ଲାଇସେନ୍ସରେ ବାଣ ଦୋକାନ କରିଥିବା ବ୍ୟବସାୟୀଙ୍କୁ କଡା ତାଗିଦ କରିବା ସହ ଶୀଘ୍ର ଦୋକାନ ବନ୍ଦ କରିବାକୁ କହିଥିଲେ । ତହସିଲଦାର ଓ ପୋଲିସ ପଳାଇଯିବା ପରେ ପୁଣି ବ୍ୟବସାୟୀମାନେ ନିଜ ନିଜ ଦୋକାନ ଖୋଲି ବେପାର କରିବାରେ ଲାଗିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.