Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ବେଆଇନ କ୍ରସର ୟୁନିଟ୍‌ରେ ତହସିଲଦାରଙ୍କ ଚଢାଉ : କ୍ରସର ସିଲ୍, ଲକ୍ଷାଧିକ ଟଙ୍କାର ପଥର ଜବତ

21/10/2021 at 4:20 PM

ନୀଳଗିରି ୨୧।୧୦: ବାଲେଶ୍ଵର ଜିଲ୍ଲା ନୀଳଗିରି ରାଜସ୍ବ ଅନ୍ତର୍ଗତ ବାଘମରା ଅଞ୍ଚଳରେ ବେଆଇନ କ୍ରସର ଉପରେ ଚଢାଉ । ନୀଳଗିରି ତହସିଲଦାର ପୋଲିସ ଫୋର୍ସ ନେଇ ଅଚାନକ ଚଢ଼ାଉ କରିଛନ୍ତି। ଲକ୍ଷାଧିକ ଟଙ୍କାର ଚିପ୍ସ ଓ ପଥର ଜବତ କରିବା ସହ କ୍ରସର ୟୁନିଟକୁ ସିଲ୍ କରିଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ସ୍ବର୍ଣ୍ଣଚୁଡ଼ ସଂରକ୍ଷିତ ଜଙ୍ଗଲରେ ନିକଟରେ କିଛିଦିନ ଧରି ବେଆଇନ ବ୍ଲାଷ୍ଟିଂ ହେଉଥିବା ଅଭିଯୋଗ ହୋଇଆସୁଥିଲା। ଏପରିକି ବାହାରୁଥିବା ପଥର ସବୁ କିଛି ବେଆଇନ ଭାବେ କ୍ରସର ୟୁନିଟକୁ ଦିଆଯାଇଥାଏ। ଏପରିକି ଗତ ୨୦୨୦ ମସିହା ମାର୍ଚ୍ଚମାସ ୧୯ ତାରିଖରେ ରାଜସ୍ବ ବିଭାଗ ଚଢ଼ାଉ କରି କ୍ରସର ୟୁନିଟରେ ନାଲି ପତାକା ଝୁଲାଇଥିଲେ। ପୁଣି କ୍ରସର ୟୁନିଟଟି ଚାଲିବାରୁ ଏନେଇ ଅଞ୍ଚଳବାସୀ ଅଭିଯୋଗ କରି ଆସୁଥିଲେ। ଗୁରୁବାର ପୁଣି ପୋଲିସ ଫୋର୍ସ ନେଇ ତହସିଲଦାର ଅଚାନକ ଚଢ଼ାଉ କରି ଲକ୍ଷ ଲକ୍ଷ ଟଙ୍କାର ପଥର ଜବତ କରିବା ସହ କ୍ରସର ୟୁନିଟକୁ ସିଲ୍ କରିଦେଇଛନ୍ତି । ତେବେ ଅଭିଯୋଗକୁ କ୍ରସର ମାଲିକ ଖଣ୍ଡନ କରୁଥିବା ବେଳେ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଥିବା ତହସିଲଦାର ସୂଚନା ଦେଇଛନ୍ତି।

   Related Posts