Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଜୁଆ ଆଡ୍ଡା ଉପରେ ଚଢାଉ : ୧୭ ଜୁଆଡିଙ୍କୁ ଗିରଫ କରି ୬ଲକ୍ଷ ଟଙ୍କା ଜବତ କଲା ପୋଲିସ

7/03/2020 at 10:21 AM

ସାଲେପୁର ୭।୩: ଜୁଆ ଆଡ୍ଡା ଉପରେ ଚଢାଉ । ୧୭ଜଣଙ୍କୁ ଗିରଫ କଲା ପୋଲିସ । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ମଙ୍ଗୁଳି ତାରିଣୀ  ମନ୍ଦିର  ନିକଟ ଜୁଆ ଆଡ୍ଡା ଚାଲିଥିବା ନେଇ ପୋଲିସ ଖବର ପାଇଥିଲା । ତେବେ ଶୁକ୍ରବାର ରାତିରେ ସଂପୃକ୍ତ ଜୁଆ ଆଡ୍ଡା ଉପରେ ଉପରେ ଚଢାଉ କରିଥିଲା । ଚଢାଉ ବେଳେ ସେଠାରେ ଜୁଆ ଖେଳରେ ସଂପୃକ୍ତ ଥିବା ୧୭ଜଣଙ୍କୁ ଗିରଫ କରିଛି ପୋଲିସ ।

୬ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ ଜବତ କରାଯାଇଥିବା ଜଣାପଡିଛି । ଏହାସହ ଗୋଟିଏ କାର, ୧୧ଟି ସ୍କୁଟି ଓ ଗୋଟିଏ ବାଇକ୍  ଜବତ କରିଛି ପୋଲିସ । ଘଟଣାରେ ଅଧିକ ଖୋଳତାଡ ଜାରି ରଖିଛି ପୋଲିସ ।

   Related Posts