Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ହୁକ୍କା ବାର୍‌ରେ ରେଡ୍ : ବିଏମ୍‌ସି ଭବାନୀ ମଲ୍‌ରେ ଥିବା ୪ଟି ବାର୍‌ରେ ଚଢାଉ, ଆପତ୍ତିଜନକ ସାମଗ୍ରୀ ଜବତ

23/08/2019 at 11:27 AM

ଭୁବନେଶ୍ବର ୨୩|୮: ହୁକ୍କା ବାରରେ ରେଡ୍ । ରାଜଧାନୀରେ ହୁକ୍କା ବାରରେ ବେଆଇନ ନିଶା ସେବନ ଘଟଣା ସାମ୍ନାକୁ ଆସିଛି । କମିଶନରେଟ ପୋଲିସ, ଅବକାରୀ ବିଭାଗ ଓ ଡ୍ରଗ କଣ୍ଟ୍ରୋଲ ନିର୍ଦ୍ଦେଶାଳୟ ମିଳିତ ଭାବେ ସହିଦନଗର ବିଏମସି ଭବାନୀ ମଲରେ ଥିବା ୪ଟି ହୁକ୍କା ବାରରେ ଚଢାଉ କରିଛନ୍ତି ।

ସେଠାରୁ ବିପୁଳ ପରିମାଣର ନିଶା ସେବନ ସାମଗ୍ରୀ ଜବତ ହୋଇଛି । ଜବତ ନିଶା ସାମଗ୍ରୀର ମାନ ଯାଞ୍ଚ ପାଇଁ ପରୀକ୍ଷାଗାରକୁ ପଠାଯାଇଛି । ବାର୍ ମାଲିକ ଓ ଗ୍ରାହକଙ୍କ ଠାରୁ ମୋଟ୍ ୧୯ ହଜାର ୭୦୦ ଟଙ୍କା ଜରିମାନା ଆଦାୟ ହୋଇଛି ।

ତେବେ ଚଢାଉ ବେଳେ ଅଧିକାଂଶ ରେଷ୍ଟୁରାଣ୍ଟରେ ୧୦ରୁ ୧୫ ଜଣ ଲେଖାଏଁ ଗ୍ରାହକ ଥିବାବେଳେ ସେମାନଙ୍କ ମଧ୍ୟରେ ଅଧିକାଂଶ ଛାତ୍ରଛାତ୍ରୀ ଓ ଯୁବପୀଢି ରହିଥିଲେ । ସମସ୍ତେ ହୁକ୍କା ଟଣାରେ ବ୍ୟସ୍ତ ଥିଲେ । ଟିମ୍ ଯାଞ୍ଚ କରିବା ପରେ ବାର୍ ଗୁଡିକରୁ ଅନେକ ଆପତ୍ତିଜନକ ସାମଗ୍ରୀ ମିଳିଥିଲା ।

   Related Posts