ସସ୍‌ରେ ଚାଲିଥିଲା ଅପମିଶ୍ରଣ, ଚଢାଉ କରି କାରଖାନାକୁ ସିଲ୍ କଲା ପୋଲିସ

Published By : Prameya-News7 Bureau | January 09, 2021 IST

ଚଣ୍ଡିଖୋଲ ୯।୧: ଯାଜପୁର ଜିଲ୍ଲାରେ ନକଲି ସସ୍ କାରଖାନା ଠାବ । ବଡ଼ଚଣା ଥାନା କୁନ୍ଦଳଠାରେ ସସ୍ କାରଖାନା ଉପରେ ଚଢ଼ାଉ କରିଛି ବଡ଼ଚଣା ପୋଲିସ । ଦୀର୍ଘ ଦିନ ଧରି ଏଠାରେ ସସ୍ କାରଖାନା ଚାଲିଥିଲା । ଏଠାରୁ ସସ୍ ସାମଗ୍ରୀ ବିଭିନ୍ନ ଅଂଚଳକୁ ଚାଲାଣ କରାଯାଉଥିଲା ।

ଅପମିଶ୍ରଣ କରାଯାଉଥିବା ଅଭିଯୋଗ ଆସିବା ପରେ ଗତ ରାତିରେ ବଡ଼ଚଣା ପୋଲିସ ଓ ଦର୍ପଣ ତହସିଲ ପ୍ରଶାସନ ପକ୍ଷରୁ ଚଢ଼ାଉ କରା ଯାଇଥିଲା । ସମ୍ପୃକ୍ତ ସସ୍ କାରଖାନାକୁ ସିଲ୍ କରା ଯାଇଛି । ସସ୍ ର ସାମ୍ପୁଲ ପରୀକ୍ଷା ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବଡ଼ଚଣା ପୋଲିସ କହିଛି । କାରଖାନା ମାଲିକଙ୍କୁ ନୋଟିସ୍ ଦେଇ ପୋଲିସ ଛାଡିଦେଇଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.