Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପାଉଁରୁଟି ଫ୍ୟାକ୍ଟ୍ରିରେ ଚଢାଉ, ଅପମିଶ୍ରିତ ସାମଗ୍ରୀ ଓ ବାସି ପାଉଁରୁଟି ଜବତ

23/09/2021 at 5:25 PM

କଟକ ୨୩।୯: କଟକ ଶିଖରପୁର ଅଞ୍ଚଳରେ ଚାଲିଥିଲା ବେଆଇନ ପାଉଁରୁଟି ଫ୍ୟାକ୍ଟ୍ରି । ଯେଉଁଠି ଦୈନିକ ପ୍ରସ୍ତୁତ ହେଉଥିଲା ଲକ୍ଷାଧିକ ଟଙ୍କାର ଖାଦ୍ୟ ସାମଗ୍ରୀ । ସେହି ଫ୍ୟାକ୍ଟ୍ରି ଉପରେ ଚଢାଉ କରିଛି ସିଏମସି । ଶିଖରପୁର ଅଞ୍ଚଳରେ ଏମିତି ଖୋଲିଥିବା ୨ଟି ପାଉଁରୁଟି ଫ୍ୟାକ୍ଟ୍ରି ଉପରେ ଚଢାଉ ବେଳେ ଅନେକ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ସହ ବିପୁଳ ପରିମାଣର ବାସି ପାଉଁରୁଟି, କେକ୍‌ ଏବଂ ବିସ୍କୁଟ ଆଦିକୁ ଜବତ କରାଯାଇଛି ।

ଚଢାଉ ହୋଇଥିବା ଫ୍ୟାକ୍ଟ୍ରି ଗୁଡିକର ଟ୍ରେଡ୍ ଲାଇସେନ୍ସ ନଥିଲା । ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ଯେଉଁସବୁ ସରକାରୀ ଔପଚାରିକତା ଅଛି ତାକୁ ମଧ୍ୟ ସେମାନେ ପୂରଣ କରିନଥିଲେ । କିନ୍ତୁ ବେଧଡକ ଢଙ୍ଗରେ ଏବଂ ସ୍ପଷ୍ଟ ଦିବାଲୋକରେ ଏମାନେ ପ୍ରସ୍ତୁତ କରୁଥିଲେ କ୍ବିଣ୍ଟାଲ କ୍ବିଣ୍ଟାଲ ପାଉଁରୁଟି, କେକ୍‌ ଏବଂ ବିସ୍କୁଟ୍‌ । ଫୁଡ୍‌ ଇନ୍ସ୍ପେକଟର କହିଛନ୍ତି, ଏଭଳି ବେଆଇନ କାରବାର ପାଇଁ ୨ ଲକ୍ଷ ଟଙ୍କାର ଜରିମନା ସହିତ ୩ ମାସ ଜେଲ୍ ଦଣ୍ଡ ଭୋଗିବାର ପ୍ରାବଧାନ ରହିଛି । କିନ୍ତୁ ଫ୍ୟାକ୍ଟ୍ରି ମାଲିକ କହିଛନ୍ତି, ସେ ସମ୍ପୂର୍ଣ୍ଣ ନିର୍ଦ୍ଦୋଶ, ବରଂ ଧାର୍ଯ୍ୟ ସମୟ ଭିତରେ ତାଙ୍କୁ ଲାଇସେନ୍ସ ଦିଆଯାଇନାହିଁ ।

ପୂର୍ବରୁ କଟକ ସହରରେ ନକଲି ଘିଅ, ମସଲା, ଜର୍ଦ୍ଦା ଏବଂ ନକଲି ଗୁଟ୍‌ଖା ଫ୍ୟାକ୍ଟ୍ରି ଗୁଡିକରେ ଚଢାଉ ହୋଇଛି । ତା ପରେବି ଅସାଧୁ ବ୍ୟବସାୟୀମାନଙ୍କର ଦୌରାତ୍ମ୍ୟ କମିନାହିଁ ।

   Related Posts