ବରଗଡ ରାଇସ୍‌ ମିଲ୍‌ରେ ଧାନ ଷ୍ଟକ୍‌ରେ ଅନିୟମିତତା ଅଭିଯୋଗ, ପ୍ରଶାସନ ପକ୍ଷରୁ ଚଢାଉ

Published By : Prameya-News7 Bureau | May 15, 2019 IST

ବରଗଡ ୧୫|୫: ବରଗଡ ପର୍ଥଲା ଲାଠ ରାଇସ ମିଲରେ ଧାନ ଷ୍ଟକରେ ଅନିୟମିତତା ଅଭିଯୋଗରେ ପ୍ରଶାସନର ଚଢ଼ାଉ । ବରଗଡ଼ ଜିଲ୍ଲାପାଳ ଇନ୍ଦ୍ରମଣୀ ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ବରଗଡ଼ ଉପଜିଲ୍ଲାପାଳ ଦେବେନ୍ଦ୍ର ନନ୍ଦଙ୍କ ସହ ଖାଦ୍ୟ ଓ ଯୋଗାଣ ବିଭାଗ ମିଳିତ ଭାବେ ଚଢାଉ କରିଥିଲେ । ଚଢ଼ାଉ ବେଳେ ରାଇସ ମିଲରେ କେତେ ବସ୍ତା ଧାନ ଷ୍ଟକ ରହିଛି, ଜରୁରୀକାଳୀନ କାଗଜପତ୍ରକୁ ଯାଞ୍ଚ କରାଯାଇଥିଲା ।

{"id":111982}

ବରଗଡ ଜିଲ୍ଲାରେ ଧାନ କିଣାବିକା ଆରମ୍ଭ ହେବାର ମାତ୍ର ୨ ଦିନ ହୋଇଥିବା ବେଳେ ଲାଠ ରାଇସମିଲ ପରିସରରେ ଥିବା ଗୋଦାମରେ କିନ୍ତୁ ପ୍ରଚୁର ପରିମାଣ ରେ ଧାନ ଓ ଚାଉଳ ମହଜୁଦ ରହିଥିବା ଦେଖିବାକୁ ମିଳିଥିଲା । ତେବେ ଏହି ସବୁ ଷ୍ଟକ ଗତ ସିଜନରେ ଜଗତସିଂହପୁର ଜିଲ୍ଲାରୁ ଉଠାଯାଇଥିବା କହିଛନ୍ତି ଲାଠ ରାଇସ ମିଲ ମାଲିକ ଜୟପ୍ରକାଶ ଲାଠ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.