Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଯୋଗ ଦିବସରେ ମୋଦି ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ, ଆଜି ଯୋଗ ଦିବସ…

21/06/2021 at 8:24 PM

ନୂଆଦିଲ୍ଲୀ ୨୧/୦୬ : ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ଟ୍ୱିଟ ଜରିଆରେ ନାଁ ନ ନେଇ ମୋଦି ସରକାର ଉପରେ ଆରୋପ ଲଗାଇଛନ୍ତି। କରୋନା କାଳରେ ରାହୁଲ ଗାନ୍ଧୀ ଲଗାତାର କେନ୍ଦ୍ର ସରକାରଙ୍କ ନୀତିକୁ ନେଇ ତାଙ୍କୁ ଟାର୍ଗେଟ କରୁଛନ୍ତି।

ସୋମବାର ଦିନ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସେ ମୋଦି ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଛନ୍ତି। ସେ କାହା ନାଁ ନ ନେଇ ଖାସ ଅନ୍ଦାଜରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଟ୍ୱିଟରେ ସେ ହ୍ୟାସଟ୍ୟାଗ୍ ଦେଇ ଲେଖିଛନ୍ତି, “ଆଜି ଯୋଗ ଦିବସ, ଯୋଗ ଦିବସ ଆଳରେ ଲୁଚିବାର ଦିବସ ନୁହେଁ “

ଏକ ଖବର ସେୟାର କରି ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ଜୀବନର ମୂଲ୍ୟ ଲଗାଇବା ଅସମ୍ଭବ। ସରକାରୀ କ୍ଷତିପୂରଣ କେବଳ ଏକ ଛୋଟ ସହାୟତା ମାତ୍ର କିନ୍ତୁ ମୋଦି ସରକାର ଏତିକି କରିବାକୁ ବି ପ୍ରସ୍ତୁତ ନୁହନ୍ତି। କୋଭିଡ ମହାମାରୀରେ ପ୍ରଥମେ ଚିକିତ୍ସାରେ ଅବହେଳା, ତାପରେ ମିଛ ତଥ୍ୟ ଓ ଏବେ ସରକାରର ନିଷ୍ଠୁରତା “

ପ୍ରଧାନମନ୍ତ୍ରୀ ମୋଦି ସପ୍ତାହ ଯୋଗ ଦିବସ ଅବସରରେ ସୋମବାର ସକାଳେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଥିଲେ କରୋନା ମହାମାରୀ ସମୟରେ ଯୋଗ ବିଶ୍ୱ ପାଇଁ ଆଶାର କିରଣ ଏବଂ କଠିନ ସମୟରେ ଆତ୍ମବିଶ୍ୱାସର ଉତ୍ସ ସାଜିଛି। ସେ କହିଥିଲେ ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ମିଶି ଭାରତ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ବର୍ତ୍ତମାନ ବିଶ୍ୱକୁ ‘ଏମ-ଯୋଗ’ର ଶକ୍ତି ମିଳିବ। ଏଥିରେ ସାମାନ୍ୟ ନିୟମ ଉପରେ ଆଧାରିତ ଯୋଗ ପ୍ରଶିକ୍ଷଣର ଅନେକ ଭିଡିଓ ବିଭିନ୍ନ ଭାଷାରେ ଉପଲବ୍ଧ ହେବ। ଏହାଦ୍ୱାରା ‘ଏକ ବିଶ୍ୱ, ଏକ ସ୍ୱାସ୍ଥ୍ୟ’ ଲକ୍ଷ୍ୟ ପୁରା ହେବ।

   Related Posts