Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାହୁଲଙ୍କ ବ୍ୟାଙ୍ଗକକ୍ ଗସ୍ତ ନେଇ ଉଠିଲା ବିବାଦ, ସରକାର ବଦଳାଇବେ ଏସପିଜି ସୁରକ୍ଷା ନିୟମ

ନୂଆଦିଲ୍ଲୀ : ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧି ବିଦେଶ ଗସ୍ତରେ ଚାଲିଯାଇଛନ୍ତି। କୁହାଯାଉଛି ରାହୁଲ ବ୍ୟାଙ୍ଗକକ୍ ଗସ୍ତରେ ଯାଇଛନ୍ତି। ହେଲେ ତାଙ୍କ ଅଧିକାରୀ ଲୋକେସନ ସମ୍ପର୍କରେ କାହା ପାଖରେ କୌଣସି ଖବର ନାହିଁ। ଏଣୁ ବିରୋଧୀ ଦଳ ଏବେ ରାହୁଲଙ୍କୁ ଟାର୍ଗେଟ କରୁଥିବା ବେଳେ ରବିବାର ବରିଷ୍ଠ କଂଗ୍ରେସ ନେତା ଅଭିଷେକ ମନୁ ସିଂଘବି ବିରୋଧୀଙ୍କ ଜବାବ ଦେଇଥିଲେ। କହିଥିଲେ କାହାର ବ୍ୟକ୍ତିଗତ ଓ ସାର୍ବଜନିକ ଜୀବନକୁ ଏକ କରି ଦେଖାଯିବା ଉଚିତ ନୁହେଁ। ହେଲେ ରାହୁଲ ଓ ତାଙ୍କ ପରିବାର ଏସପିଜି ପ୍ରୋଟେକ୍ସନରେ ଥିବା ବେଳେ ବିନା ସୁରକ୍ଷାରେ ତାଙ୍କର ଏଭଳି ବିଦେଶ ଗସ୍ତ କାର୍ଯ୍ୟକ୍ରମ ସରକାରଙ୍କୁ ଚିନ୍ତାରେ ପକାଇଛି। ଏଣୁ ଏସପିଜି ସୁରକ୍ଷାରେ ଥିବା ନିୟମକୁ ଏଣିକି ବଦଳାଇଦେବାକୁ ଗୃହମନ୍ତ୍ରାଳୟ ବିଚାର କରୁଥିବା ଜଣାପଡିଛି।


ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ହତ୍ୟା ପରେ ଦେଶର ଶାସନ ମୁଖ୍ୟଙ୍କ ସମେତ ପୂର୍ବତନ ପ୍ରଧାନମନ୍ତ୍ରୀ ଓ ତାଙ୍କ ନିକଟତମ ପରିବାର ସମ୍ପର୍କିୟଙ୍କୁ ଏସପିଜି ସୁରକ୍ଷା ଦିଆଯାଇଆସୁଛି। ଏଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଏଆଇସିସି ଅନ୍ତରୀଣ ଅଧ୍ୟକ୍ଷା ସୋନିଆ, ରାହୁଲ ଓ ପ୍ରିୟଙ୍କା ଗାନ୍ଧି ଓ ତାଙ୍କ ପରିବାର ଏସପିଜି ପ୍ରୋଟେକ୍ସନରେ ଅଛନ୍ତି। ଏଥିରେ  ମଝିରେ ମଝିରେ ରାହୁଲଙ୍କ ଏଭଳି ଅଜ୍ଞାତ ବାସକୁ ନେଇ ବିଜେପି ଅନେକ ଥର ପ୍ରଶ୍ନ କରିସାରିଛି। ପୂର୍ବରୁ ରାହୁଲ ୫୦ ଦିନ ଛୁଟି ଓ ଏଭଳି ଅନେକ ଗସ୍ତ କରିଛନ୍ତି। ଯାହାର ସୂଚନା ତାଙ୍କ ପରିବାର ଲୋକଙ୍କୁ ବି ନଥିଲା।  ହେଲେ ଦେଶର ସବୁଠୁ ବଡ ବିରୋଧୀ ଦଳର ଜଣେ ନେତା ଭାବେ ତାଙ୍କ ଚାଲିଚଳନ ଓ ହାବଭାବ ଚିନ୍ତାଜନକ ହୋଇଛି।


ଭିଭିଆଇପିଙ୍କ ଲାଗି ବଦଳିବ ଏସପିଜି ନିୟମ
ରାହୁଲ ଓ ଏସପିଜି ସୁରକ୍ଷାରେ ଥିବା ଅନ୍ୟ କେତେକ ନେତାଙ୍କ ଏଭଳି ବେପରୁଆ କାର୍ଯ୍ୟକଳାପ ଲାଗି ସରକାର ଏଥିଲାଗି ଥିବା ନୀତି ନିୟମ ପରିବର୍ତ୍ତନ କରିବାକୁ ବିଚାର କରୁଛନ୍ତି। ପ୍ରଧାନମନ୍ତ୍ରୀ ଦେଶ ଓ ଦେଶବାହାରେ ବି ଏସପିଜି ସୁରକ୍ଷା ବଳୟ ମଧ୍ୟରେ ରହୁଛନ୍ତି। ତେବେ ଏହି ସୁରକ୍ଷାରେ ଥିବା ଅନ୍ୟ ନେତାମାନେ ପ୍ରଥମ ଷ୍ଟପ ପର୍ଯ୍ୟନ୍ତ କେବଳ ସୁରକ୍ଷା ନେଉଛନ୍ତି। ପ୍ରାଇଭେସି ନାମରେ ସୁରକ୍ଷା କର୍ମୀଙ୍କୁ ଫେରାଇ ଦେଉଛନ୍ତି।  

ପରିବର୍ତ୍ତିତ ନିୟମ କିପରି ହେବ
ଯଦି ସରକାର ନିୟମ ପରିବର୍ତ୍ତନ କରନ୍ତି ତେବେ ଏହି ସୁରକ୍ଷା ନେତା ଓ ତାଙ୍କ ପରିବାର ସଦସ୍ୟଙ୍କ ସହ ସର୍ବଦା ଓ ସବୁ ସମୟରେ ରହିବ। ପୂର୍ବ ଭଳି ସେମାନେ କେବଳ ପ୍ରଥମ ଷ୍ଟପ ପର୍ଯ୍ୟନ୍ତ ସୁରକ୍ଷାକୁ ରଖି ପାରିବେନି। ସେମାନଙ୍କ ସହ ସୁରକ୍ଷା କର୍ମୀମାନେ ମଧ୍ୟ ବିଦେଶ ଯିବେ। ଏଣୁ ଏଭଳି ନେତା ଓ ତାଙ୍କ ସମ୍ପର୍କିୟୀମାନେ  ବିଦେଶଗସ୍ତରେ ଥିଲେ ବି ସେମାନେ କେଉଁଠି ଓ କିପରି ଅବସ୍ଥାରେ ଅଛନ୍ତି ତାର ପ୍ରତିକ୍ଷଣର ସୂଚନା ସରକାରଙ୍କ ନିକଟରେ ପହଞ୍ଚିବ।

ଏସପିଜି ସୁରକ୍ଷା ଏବେ କେଉଁମାନେ ଅଛନ୍ତି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସୁରକ୍ଷା ଉପଲବ୍ଧ କରୁଛନ୍ତି। ତାଙ୍କ ଛଡା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ମଧ୍ୟ ଦିଆଯାଉଥିଲା। ହେଲେ ଏବେ ତାଙ୍କର ସୁରକ୍ଷାକୁ ଜେଡ ପ୍ଲସ୍ କ୍ୟାଟେଗରୀକୁ ଖସାଇ ଦିଆଯାଇଛି। ସେହିପରି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ପ୍ରିୟଙ୍କା ୱାଡ୍ରା ଓ ତାଙ୍କ ପରିବାରୁ ଏସପିଜି ଯୋଗାଇ ଦିଆଯାଉଛି।

374 Views

   ସମ୍ବନ୍ଧିତ ଖବର