Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

‘ବିଜେପି ସହ ମିଶି କଂଗ୍ରେସ ନେତା ସୋନିଆଙ୍କୁ ଚିଠି ଲେଖିଛନ୍ତି’- ରାହୁଲ, ସନ୍ଦେହକୁ ନେଇ ଇସ୍ତଫା ଦେବାକୁ ରାଜି ବୋଲି କହିଲେ ଗୁଲାମ ନବୀ

24/08/2020 at 2:39 PM

ନୂଆଦିଲ୍ଲୀ ୨୪।୦୮: ରାହୁଲଙ୍କ ସନ୍ଦେହକୁ ନେଇ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଝଡ଼ । ରାହୁଲ ଗାନ୍ଧୀ ବୟାନକୁ ନେଇ ଦୁଇ ବରିଷ୍ଠ ନେତା ଗୁଲାବ ନବୀ ଆଜାଦ ଏବଂ କପିଲ ସିବଲ ଖପ୍ପା । କଂଗ୍ରେସରେ ସାଙ୍ଗଠନିକ ପରିବର୍ତ୍ତନକୁ ନେଇ ୨୩ ଜଣ କଂଗ୍ରେସ ନେତା ଲେଖିଥିବା ଚିଠିକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି ରାହୁଲ ଗାନ୍ଧୀ । ଯାହାକୁ ନେଇ ରାହୁଲ ଗାନ୍ଧୀ  ତାତ୍ସଲ୍ୟ କରି କହିଥିଲେ ଆମେ ବିଜେପି ସହିତ ମିଶିଛୁ ।

ରାହୁଲଙ୍କ ଏପରି ମନ୍ତବ୍ୟ ପରେ ଗୁଲାମ ନବୀ କହିଛନ୍ତି ଯେ,  ମୁଁ ଯଦି ବିଜେପିକୁ ଭେଟିଛି ତେବେ ଇସ୍ତଫା ଦେବି । ସେହିପରି କପିଲ ଶିବଲ କ୍ଷୋଭ ପ୍ରକାଶ କରି ବୈଠକ ସମୟରେ ହିଁ ଟ୍ବିଟ କରି କଂଗ୍ରେସ କନ୍ଦଳକୁ ପଦାରେ ପକାଇଛନ୍ତି । ଶିବଲ କହିଛନ୍ତି ରାଜସ୍ଥାନ ହାଇକୋର୍ଟରେ କଂଗ୍ରେସକୁ ରକ୍ଷା କରିବାରେ ସଫଳ ହୋଇଥିଲି । ମଣିପୁରରେ ନିଜ ସ୍ଥିତି ସୁଦୃଢ଼ କରୁଛି କଂଗ୍ରେସ । ଏପରିକି ଗତ ୩୦ ବର୍ଷ ମଧ୍ୟରେ କୌଣସି ପ୍ରସଙ୍ଗରେ ବିଜେପି ସପକ୍ଷରେ ମୁଁ ବିବୃତ୍ତି ଦେଇନାହିଁ । ତଥାପି ରାହୁଲ କହୁଛନ୍ତି ଯେ, ଆମେ ବିଜେପି ସମ୍ପର୍କରେ ରହିଛୁ ? ….

ଆଜି ବସିଥିବା କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ସୋନିଆ ଗାନ୍ଧୀ ଦଳର ଅଧ୍ୟକ୍ଷ ପଦ ଛାଡ଼ିବାକୁ କହିଛନ୍ତି। ଆଜି କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ ଆରମ୍ଭ ହେବାପରେ ସୋନିଆ ଗାନ୍ଧୀଙ୍କ ନିଷ୍ପତ୍ତିକୁ ପଢ଼ା ଯାଇଥିଲା। କଂଗ୍ରେସ ନେତା କେସି ଭେନୁଗୋପାଳ ସୋନିଆ ଗାନ୍ଧୀଙ୍କ ଇସ୍ତଫା ନିଷ୍ପତ୍ତି ସଂପର୍କିତ ଚିଠି ପଢିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ସୋନିଆ ଗାନ୍ଧୀଙ୍କୁ ପୁଣିଥରେ ସଭାପତି ପଦରେ ରହିବାକୁ ଅନୁରୋଧ କରିଥିଲେ। ତେବେ ଦଳର ୨୩ ଜଣ ନେତା କଂଗ୍ରେସ ଦଳ ପାଇଁ ଜଣେ ପୂର୍ଣ୍ଣକାଳୀନ ତଥା ମିଳିତ ନିଷ୍ପତ୍ତି ନେଉଥିବା ନେତାଙ୍କୁ ଦଳର ସଭାପତି କରାଇବା ପାଇଁ ଚିଠି ଲେଖିବା ପରେ ଦଳରେ ଗାନ୍ଧୀ ପରିବାର ବାହାରୁ କେହି ନେତା କଂଗ୍ରେସର ନେତୃତ୍ବ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଚିଠିରେ ୧୩୪ ବର୍ଷ ପୁରୁଣା କଂଗ୍ରେସରେ ଗାନ୍ଧୀ ପରିବାରର ନେତୃତ୍ବ ଉପରେ ପ୍ରଶ୍ନ ଉଠାଯାଇଛି। ତେବେ ଆଜିର ବୈଠକରେ ରାହୁଲ ଗାନ୍ଧୀ ତାଙ୍କ ଅଭିଭାଷଣ ରଖିବା ମାତ୍ରେ ଆରମ୍ଭ ହୋଇଥିଲା ଘମାସାନ। କଂଗ୍ରେସର ଏହି ବିବାଦକୁ ନେଇ ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝି କହିଛନ୍ତି,  ଚିଠି ଲେଖିବାର ଏହା ଉଚିତ ସମୟ ନୁହେଁ । ସେହିପରି ରାହୁଲଙ୍କ ସନ୍ଦେହକୁ ନେଇ ସେ କହିଛନ୍ତି ରାହୁଲଙ୍କ ବୟାନରେ କିଛି ସତ୍ୟତା ଥାଇପାରେ । ତେଣୁ ସେ ସମ୍ପର୍କରେ ପ୍ରତିକ୍ରିୟା ରଖିବା ଠିକ ନୁହେଁ ।

   Related Posts