Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ-‘ହାତରେ ହାତ ଧରି ମୋଦି ସରକାର…’

22/10/2020 at 3:54 PM

ନୂଆଦିଲ୍ଲୀ ୨୨/୧୦ : ୱାୟନାଡ୍ ଲୋକସଭା ଆସନରୁ କଂଗ୍ରେସ ସାଂସଦ ଓ ପୂର୍ବତନ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ୍ ଗାନ୍ଧୀ ଆଜିର ପ୍ରଥମ ଟ୍ୱିଟ୍ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁରେ କରିଛନ୍ତି। ସେ ନିଜ ଟ୍ୱିଟରେ ୬ ଲାଇନର ଏକ କବିତା ଲେଖିଛନ୍ତି। କବିତା ଜରିଆରେ ରାହୁଲ ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି। ଏବେ ସୁଦ୍ଧା ବିହାର ନିର୍ବାଚନୀ ମାହୋଲରୁ ଦୁରେଇ ରହିଥିବା ରାହୁଲ ଶୁକ୍ରବାର ଦିନ ବିହାରରେ ନିର୍ବାଚନ ପ୍ରଚାର କରିବାକୁ ଯାଉଛନ୍ତି। ସେ ରାଷ୍ଟ୍ରୀୟ ଜନତା ଅଳ ନେତା ତେଜସ୍ୱି ଯାଦବଙ୍କ ସହିତ ସଂଯୁକ୍ତ ରାଲି କରିବେ।

ରାହୁଲ ଗାନ୍ଧୀ ଗୁରୁବାର ଦିନ ଟ୍ୱିଟ କରି ମୋଦିଙ୍କୁ ମହଙ୍ଗା ଦର ଠାରୁ ଆରମ୍ଭ କରି କୃଷକ ଆଇନ୍ ଯାଏଁ ଘେରିଛନ୍ତି। ସେ ଲେଖିଛନ୍ତି, ‘ସାଧାରଣ ଜନତାଙ୍କ ଉପରେ ଲଗାତାର ହେଉଥିବା ହମଲା ବର୍ତ୍ତମାନ ମହଙ୍ଗା ଦର ମଧ୍ୟ ସୀମା ପାର କରିଛି…ହାତରେ ହାତ ରଖି ମୋଦି ସରକାର କେବଳ ପୁଞ୍ଜିପତି ମିତ୍ରଙ୍କର କରୁଛନ୍ତି ବେଡା ପାର।’

ରାହୁଲ ଗାନ୍ଧୀ ଅକ୍ଟୋବର ୨୩ ତାରିଖ ଶୁକ୍ରବାର ଦିନ ବିହାର ନିର୍ବାଚନ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି। ସେ ନବାଦା ଜିଲ୍ଲା ହିସୁଆରୁ ତେଜସ୍ୱି ଯାଦବଙ୍କ ସହିତ ଅଭିଯାନ ଆରମ୍ଭ କରିବେ। ତେବେ ଖାସ କଥା ହେଲା ଶୁକ୍ରବାର ଠାରୁ ପ୍ରଧାନମନ୍ତ୍ରୀ ମୋଦି ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ନିର୍ବାଚନ ରାଲି ଆରମ୍ଭ କରିବାକୁ ଯାଉଛନ୍ତି। ସୂଚନା ଅନୁଯାୟୀ, ରାହୁଲ ଓ ତେଜସ୍ୱିଙ୍କ ରାଲିରେ କିଛି ବାମ ଦଳ ନେତା ମଧ୍ୟ ସାମିଲ ହୋଇପାରନ୍ତି।

   Related Posts