Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଦେଶଦ୍ରୋହ ଆଇନ ପ୍ରସଙ୍ଗରେ ସୁପ୍ରିମକୋର୍ଟ ମନ୍ତବ୍ୟକୁ ନେଇ ରାହୁଲଙ୍କ ‘ଟ୍ୱିଟ୍’, ଜାଣନ୍ତୁ ଉଲ୍ଲେଖ କରିଛନ୍ତି କ’ଣ ?

15/07/2021 at 8:19 PM

ନୂଆଦିଲ୍ଲୀ ୧୫।୭:  ଦେଶଦ୍ରୋହ ଆଇନର ଦୂରୁପଯୋଗ ନେଇ ସୁପ୍ରିମକୋର୍ଟ ଗୁରୁବାର କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଦେଶର ସ୍ୱାଧୀନତା ସଂଗ୍ରାମ କାଳରେ ମହାତ୍ମା ଗାନ୍ଧିଙ୍କ ଭଳି ଲୋକଙ୍କୁ ଚୁପ କରାଇବା ଲାଗି ବ୍ରିଟିଶ ଶାସକ ଉପଯୋଗ କରୁଥିବା ଆଇନର ବ୍ୟବସ୍ଥାକୁ ଦେଶରେ ଏପର୍ଯ୍ୟନ୍ତ କାହିଁକି ସମାପ୍ତ କରାଯାଇନି ବୋଲି କୋର୍ଟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।  ଏହା ଉପରେ ରାହୁଲ ଗାନ୍ଧି ଟ୍ୱିଟ୍‌ କରିଛନ୍ତି।

ରାହୁଲ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଏକ ଗଣମାଧ୍ୟମ କ୍ଲିପକୁ ସେୟାର କରି ଆମେ ଏହାକୁ ସ୍ୱାଗତ କରୁଛୁ ବୋଲି ଉଲ୍ଲେଖ କରିଛନ୍ତି। ପ୍ରଧାନ ନ୍ୟାୟାଧୀଶ ଏନ.ଭି.ରମନ୍ନା, ନ୍ୟାୟାଧୀଶ ଏସ.ଏ.ବୋପାନ୍ନା ଓ ନ୍ୟାୟାଧୀଶ ଋଷିକେଶ ତ୍ରିପାଠୀଙ୍କ ଖଣ୍ଡପୀଠ ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୨୪(ଏ)କୁ ଚାଲେଞ୍ଜ କରି ପୂର୍ବତନ  ମେଜର ଜେନେରାଲ ଓ ଏଡିଟର୍ସ ଗିଲ୍ଡ ପକ୍ଷରୁ ରୁଜୁ ପିଟିସନ ଶୁଣାଣିରେ ଆଇନର ବର୍ତ୍ତମାନ ପ୍ରାସଙ୍ଗିକତା ନେଇ ପ୍ରଶ୍ନ ଉଠାଇଛନ୍ତି। ତେବେ ମୁଖ୍ୟତଃ ଆଇନର ହେଉଥିବା ଦୂରୁପଯୋଗ ନେଇ ଖଣ୍ଡପୀଠ ଚିନ୍ତାବ୍ୟକ୍ତ କରିଥିବା ବେଳେ କେନ୍ଦ୍ରକୁ ନୋଟିସ୍‌ କରିଛନ୍ତି।

କୌଣସି ରାଜ୍ୟରେ କ୍ଷମତାସୀନ ପାର୍ଟି ବିରୋଧୀ ଦଳଙ୍କ ବିରୋଧରେ ଏହି ଆଇନ ବଳରେ ମୋକଦ୍ଦମା ରୁଜୁ କରିଦେଇଥିବା ଦେଖାଯାଇଛି ବୋଲି ଖଣ୍ଡପୀଠ କହିଛନ୍ତି। ସୂଚନା ଓ ପ୍ରଯୁକ୍ତି ଆଇନ ୬୬ –ଏକୁ ଏହାର ଉଦାହରଣ ବୋଲି ଖଣ୍ଡପୀଠ କହିଥିଲେ।  ଆଇନର ଏହି ଧାରା ମଧ୍ୟ ଦେଶଦ୍ରୋହ ଆଇନ ଭଳି ଅପବ୍ୟବହାରରେ ଲାଗୁଥିଲା। ତେବେ କୋର୍ଟ ଯେବେଠାରୁ ଏହାକୁ ଅସମ୍ବିଧାନିକ ଘୋଷଣା କଲେ ସେବେଠାରୁ ପୋଲିସ ଆଇନର ଧାରାରେ ଲୋକଙ୍କ ଗିରଫ କରିବା ବନ୍ଦ କରିଦେଇଛି ବୋଲି କହିଛନ୍ତି ।

ଦେଶଦ୍ରୋହ ଧାରା ମଧ୍ୟ ଲୋକଙ୍କୁ ହଇରାଣ କରିବା ଲାଗି । ଆଇନର ବ୍ୟବସ୍ଥାରେ ଗିରଫ ଲୋକେ ପରେ ନିର୍ଦ୍ଦୋଷରେ ମୁକ୍ତ ହୋଇଯାଇଛନ୍ତି। ତେବେ ସବୁଠାରୁ ଯାହା ବଡ କଥା ତାହା ହେଉଛି ଏହି ଧାରର ତ୍ରୁଟିପୂର୍ଣ୍ଣ ଉପଯୋଗ କରୁଥିବା ପୋଲିସ ଅଧିକାରୀ ପରେ ଏଥିପ୍ରତି ଉତ୍ତରଦାୟୀ ନୁହନ୍ତି।  ଏହି ଆଇନ ଏବେ ଏପରି ହୋଇଛି ଯେପରି କୌଣସି ବଢେଇକୁ ଏକ କାଠ  ଟୁକୁରା କାଟିବାକୁ କରତ ଦିଆଯାଇଥିବା ବେଳେ ସେ ଜଙ୍ଗଲ କାଟିଦେବା ଭଳି ହୋଇଛି ବୋଲି କୋର୍ଟ କହିଛନ୍ତି। ଏଟର୍ଣ୍ଣି ଜେନେରାଲ କେ.କେ. ବେଣୁଗୋପାଲ ମଧ୍ୟ କୋର୍ଟଙ୍କ ଉଦବେଗକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ଏହି ଆଇନର ଦୂରପଯୋଗକୁ ରୋକାଯିବା ଦରକାର ବୋଲି ସେ କହିଛନ୍ତି। ଆଇନକୁ କେବଳ ଦେଶର ସୁରକ୍ଷା ଓ ଗଣତାନ୍ତ୍ରିକ ସଂସ୍ଥାଙ୍କୁ ସିଧା ଆଘାତ କରୁଥିବା ମାମଲା ମଧ୍ୟରେ ସୀମିତ ରଖାଯିବା ଦରକାର ବୋଲି ବେଣୁଗୋପାଲ କହିଛନ୍ତି।

   Related Posts