ରାହୁଲ ଭୋରାଙ୍କ ମୃତ୍ୟୁ ପରେ ପତ୍ନୀ ସେୟାର କଲେ ଯନ୍ତ୍ରଣାଦାୟକ ଭିଡିଓ… କେମିତି ଅକ୍ସିଜେନ୍ ଟିକିଏ ପାଇଁ ହେଉଥିଲେ ଛଟପଟ

Published By : Prameya-News7 Bureau | May 10, 2021 IST

ଦିଲ୍ଲୀ ୧୦।୫: ଅଭିନେତା ତଥା ୟୁଟ୍ୟୁବ ଷ୍ଟାର ରାହୁଲ ଭୋରାଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୩୫ ବର୍ଷ ବୟସ ହୋଇଥିଲା । ତାଙ୍କୁ ଦିଲ୍ଲୀ ସ୍ଥିତ ରାଜୀବ ଗାନ୍ଧୀ ସୁପର ସ୍ପେସିଆଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କରୋନା ସହ ସଂଘର୍ଷ କରି ହସ୍ପିଟାଲରେ ହିଁ ସେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି । ତାଙ୍କ ବିୟୋଗ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ସେ ଫେସବୁକ୍ ପୋଷ୍ଟରେ କହିଦେଇଥିଲେ ଯେ ସେ ଆଉ ବଞ୍ଚିବେନାହିଁ । ଯଦି ସଠିକ୍ ଚିକିତ୍ସା ମିଳିଥାନ୍ତା ତେବେ ସେ ହୁଏତ ବଞ୍ଚିଯାଇଥାନ୍ତେ । ଏବେ ପୁଣି ତାଙ୍କ ପତ୍ନୀ ଜ୍ୟୋତି ତିଓ୍ବାରୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

ଜ୍ୟୋତି ତାଙ୍କ ସ୍ବାମୀଙ୍କ ମୃତ୍ୟୁ ପାଇଁ ହସ୍ପିଟାଲର ଅବହେଳାକୁ ଦାୟୀ କରିବା ସହ ନ୍ୟାୟ ଭିକ୍ଷା କରିଛନ୍ତି । ସେ ଇନଷ୍ଟାଗ୍ରାମରେ ସ୍ବାମୀ ରାହୁଲ ଭୋରାଙ୍କର ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ହସ୍ପିଟାଲ ବେଡରେ ପଡିଥିବା ଦେଖିବାକୁ ମିଳିଛି । ତାଙ୍କ ମୁହଁରେ ଅକ୍ସିଜେନ୍ ମାସ୍କ ଲଗାଯାଇଛି ।

wp:html
/wp:html

ଏହି ଭିଡିଓକୁ ସେୟାର କରି ରାହୁଲ ଭୋରାଙ୍କ ପତ୍ନୀ ଲେଖିଛନ୍ତି, ‘ସବୁ ରାହୁଲଙ୍କ ପାଇଁ ନ୍ୟାୟ । ମୋ ରାହୁଲ ଆଉ ନାହାନ୍ତି ଏହା ସମସ୍ତଙ୍କୁ ଜଣାଅଛି । ମାତ୍ର କେମିତି ମୃତ୍ୟୁ ହେଲା ତାହା କାହାରିକୁ ଜଣାନାହିଁ । ରାଜୀବ ଗାନ୍ଧୀ ସୁପର ସ୍ପେସିଆଲିଟି ହସ୍ପିଟାଲ ତାହିରପୁର ଦିଲ୍ଲୀ । ଏହିଭଳି ଭାବେ ଚିକିତ୍ସା ସୁବିଧା ଦିଆଯାଏ ସେଠାରେ । ଆଶା କରୁଛି ମୋ ସ୍ବାମୀଙ୍କୁ ନ୍ୟାୟ ମିଳିବ । ଆଉ ଜଣେ ରାହୁଲ ଏ ଦୁନିଆରୁ ଯିବା ଉଚିତ୍ ନୁହେଁ ।’ ଜ୍ୟୋତି ତିଓ୍ବାରୀଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଲୋକମାନେ ମଧ୍ୟ ଏହି ପୋଷ୍ଟରେ କଡା କମେଣ୍ଟମାନ ଦେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.