ଲୁଚି ଲୁଚି ବିବାହ କଲେ ରାହୁଲ-ଦିଶା! ସତ କି ମିଛ ଫ୍ୟାନ୍ ଖୋଜୁଛନ୍ତି ଉତ୍ତର

Published By : Prameya-News7 Bureau | April 05, 2021 IST

ମୁମ୍ବାଇ ୦୫/୦୪: ବିଗ୍ ବସ୍ ୧୪ ର ପ୍ରତିଯୋଗୀ ରାହୁଲ ବୈଦ୍ୟଙ୍କୁ ଲୋକମାନେ ଖୁବ୍ ଭଲପାଇବା ଦେଇଥିଲେ । ବିଗ୍ ବସ୍ ମାଧ୍ୟମରେ ଲୋକମାନଙ୍କୁ ରାହୁଲ ଏବଂ ଦିଶାଙ୍କ ଲଭ୍ ଷ୍ଟୋରି ବିଷୟରେ ଜଣାପଡିଥିଲା । ଏପରିକି ଶୋ’ରେ ରାହୁଲ ଦିଶାଙ୍କୁ ବିବାହ ପାଇଁ ପ୍ରପୋଜ୍ ମଧ୍ୟ କରିଥିଲେ । ବର୍ତ୍ତମାନ ଏହି ଦମ୍ପତିଙ୍କ ବିବାହ ଖବର ଚର୍ଚ୍ଚାରେ ରହିଛି ।  ସୋସିଆଲ ମିଡିଆରେ ଦମ୍ପତିଙ୍କ ବିବାହ ଫଟୋ ଭାଇରାଲ ହେବାରେ ଲାଗିଛି ।

PunjabKesari

ଫଟୋରେ ଦେଖାଯାଇଛି ଯେ ଦୁଇଜଣ ବର, କନିଆ ବେଶରେ ନଜର ଆସିଛନ୍ତି । ଏହି ଫଟୋକୁ ଦେଖିବା ପରେ ଅନୁମାନ କରାଯାଉଛି ଯେ ଏହି ଦୁଇଜଣ ଗୁପ୍ତ ଭାବରେ ବିବାହ କରିଛନ୍ତି । ଗୋଟିଏ ପଟେ ରାହୁଲ ଧଳା କୁର୍ତ୍ତା ପାଇଜାମା ପିନ୍ଧିଥିବାବେଳେ ଦିଶା ଗୋଲାପୀ ଲେହେଙ୍ଗା ପିନ୍ଧିଥିବାର ନଜର ଆସିଛନ୍ତି ।  ସେ ନିଜର ଲୁକକୁ ମିନିମମ୍ ମେକଅପ୍, ଭାରୀ ଅଳଙ୍କାର ସହିତ କମ୍ପପ୍ଲିଟ୍ କରିଛନ୍ତି ।

PunjabKesari

ବାସ୍ତବରେ, ଏହି ଦମ୍ପତି ଏପର୍ଯ୍ୟନ୍ତ ବିବାହ କରିନାହାଁନ୍ତି । ଏଗୁଡ଼ିକ ହେଉଛି ଏକ ମ୍ୟୁଜିକ୍ ଭିଡିଓ ସେଟ୍ ର ଫଟୋ । ଯେଉଁଥିରେ ରାହୁଲ ଏବଂ ଦିଶା ଏକାଠି ଦେଖା ଯାଉଛନ୍ତି । ରାହୁଲ ଏବଂ ଦିଶା ବିଗ୍ ବସ୍ ୧୪ ରୁ ବାହାରିବା ପରଠାରୁ ଏକାଠି ସମୟ ବିତାଉଛନ୍ତି । ଦୁଇଜଣଙ୍କର ବିବାହକୁ ଫ୍ୟାନ୍ସମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.