ନ୍ୟାସନାଲ୍ ଟେଲିଭିଜନରେ ନିଜ ଗର୍ଲଫ୍ରେଣ୍ଡ ଦିଶା ପରମାରଙ୍କୁ ପ୍ରପୋଜ କଲେ ରାହୁଲ ବୈଦ୍ୟ : ୨ବର୍ଷ ହେବ କରୁଥିଲେ ଡେଟ୍

Published By : Prameya-News7 Bureau | November 12, 2020 IST

ମୁମ୍ବାଇ ୧୨/୧୧: ଟେଲିଭିଜନର ବିବାଦୀୟ ରିୟଲିଟି ଶୋ ବିଗ୍ ବସ୍‌ ୧୪ରେ ଏବର୍ଷ ସିଙ୍ଗର ରାହୁଲ ବୈଦ୍ୟ ଏଣ୍ଟ୍ରି ମାରିଛନ୍ତି। ରାହୁଲ ବୈଦ୍ୟଙ୍କ ଗେମ୍ ଦର୍ଶକ ଏବଂ ସଲମାନ୍ ଖାନ୍ ପସନ୍ଦ କରୁଛନ୍ତି। ଏହି ସମୟରେ ରାହୁଲ୍ ଖୁବ୍ ଶୀଘ୍ର ନ୍ୟାସନାଲ୍ ଟେଲିଭିଜନରେ ନିଜ ପ୍ରେମ ପ୍ରକାଶ କରୁଥିବାର ନଜର ଆସିବେ। ରାହୁଲ୍ ଗତ ୨ବର୍ଷ ରୁ ଟିଭି ଅଭିନେତ୍ରୀ ଦିଶା ପରମାରଙ୍କୁ ଡେଟ୍ କରୁଛନ୍ତି। ଦୁହେଁ ଲଗାତାର ସୋସିଆଲ୍ ମିଡିଆରେ ନିଜ ରୋମାଣ୍ଟିକ ଫଟୋ ସେୟାର କରନ୍ତି। ଏବେ ରାହୁଲ୍ ବିଗ୍ ବସ୍ ଶୋରେ ଦିଶାଙ୍କୁ ପ୍ରପୋଜ କରିବେ।

{"id":360288,"sizeSlug":"large"}

 ଦିଶା ପରମାର ଟିଭି ଶୋ ପ୍ୟାର କା ଦର୍ଦ ହେ ମିଠା ମିଠା ଶୋରେ ନଜର ଆସି ସାରିଛନ୍ତି। ସୋସିଆଲ ମିଡିଆରେ ଲଗାତାର ରୋମାଣ୍ଟିକ୍ ଫଟୋ ଆସିବା ସତ୍ବେ ଦୁହେଁ ରିଲେସନକୁ ନେଇ ଚୁପ୍ ଥିଲେ। ବିଗ୍ ବସ୍ ୧୪ରେ ଏଣ୍ଟ୍ରି ନେବା ପୂର୍ବରୁ ରାହୁଲ ଏକ ସାକ୍ଷାତକାରରେ ରିଲେସନ ଖବରକୁ ଗୁଜବ କହି ଦିଶାଙ୍କୁ କେବଳ ନିଜର ବନ୍ଧୁ କହିଥିଲେ।

{"id":360289,"sizeSlug":"large"}

ନଭେମ୍ବର ୧୧ତାରିଖରେ ଟିଭି ଅଭିନେତ୍ରୀ ଦିଶା ପରମାର ନିଜର ୨୮ତମ ଜନ୍ମଦିନ ପାଳନ କରିଥିଲେ। ଏହି ଖାସ୍ ଅବସରରେ ଲେଡି ଲଭଙ୍କୁ ସରପ୍ରାଇଜ ଦେଇ ରାହୁଲ ଆଣ୍ଠୁରେ ବସି ତାଙ୍କୁ ପ୍ରପୋଜ କରିବେ। ରାହୁଲ ଧଳା ଟି-ଶର୍ଟରେ ଗର୍ଲଫ୍ରେଣ୍ଡ ଦିଶା ପରମାରଙ୍କ ନାଁ ଲେଖିଥିଲେ। ଏହାକୁ ପିନ୍ଧି ରାହୁଲ ବୈଦ୍ୟ କହିଛନ୍ତି ଯେ ଆଜି ମୋ ପାଇଁ ବହୁତ ଖାସ୍ ଦିନ। ମୋ ଜୀବନରେ ଜଣେ ଝିଅ ଅଛନ୍ତି ଏବଂ ତାଙ୍କ ନାଁ ଦିଶା ପରମାର। ହେ,ଭଗବାନ,ମୁଁ କେବେ ଏତେ ନର୍ଭସ୍ ହୋଇନାହିଁ। ମୁଁ ଜାଣିନି ଯେ ଏହା ପଚାରିବାକୁ ଏତେ ସମୟ କାହିଁକି ଲାଗିଲା। ତୁମେ ମୋତେ ବିବାହ କରିବ କି?

{"id":360290,"sizeSlug":"large"}

ପ୍ରପୋଜ କରିବା ପରେ ରାହୁଲ ଜବାବ ମାଗି କହିଥିଲେ ଯେ ମୁଁ ତୁମ ଜବାବର ଅପେକ୍ଷା କରିବି। ରାହୁଲଙ୍କ ଏହି ରୋମାଣ୍ଟିକ୍ ଅନ୍ଦାଜ ଦେଖି ସବୁ ଘରଲୋକେ ତାଙ୍କ ଉତ୍ସାହ ବଢ଼ାଇଥିଲେ। ଏହି ଏପିସୋଡର ଏକ ପ୍ରମୋ ମଧ୍ୟ ଚ୍ୟାନେଲ୍ ଦ୍ବାରା ଜାରି କରି ଦିଆଯାଇଛି।

{"id":360291,"sizeSlug":"large"}

ଦିଶା ପରମାର ଟିଭି ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଚେହେରା। ସେ ବିଗ୍ ବସ୍ ୭ରେ ଅତିଥି ଭାବେ ମଧ୍ୟ ଆସିଥିଲେ।

{"id":360292,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.