Twitter ରେ ନେତା ଓ ସାମ୍ବାଦିକଙ୍କୁ ଅନଫଲୋ କଲେ ରାହୁଲ, ଜୋର ଧରିଲା ଚର୍ଚ୍ଚା

Published By : Prameya-News7 Bureau | June 02, 2021 IST

ନୂଆଦିଲ୍ଲୀ ୨।୬:  ବରିଷ୍ଠ କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧି ତାଙ୍କ ଟ୍ୱିଟର ଆକାଉଣ୍ଟରେ କିଛି ଅଦଳବଦଳ କରିଛନ୍ତି। ଏଥିରେ କିଛି ଦଳୀୟ ନେତା ଓ ସାମ୍ବାଦିକଙ୍କୁ ତାଙ୍କ ହ୍ୟାଣ୍ଡଲରୁ ବାହାର କରିଦେଇଛନ୍ତି। ଏହାକୁ ନେଇ ଏବେ ଅଙ୍କ କଷା ଚାଲିଥିବା ବେଳେ କଳ୍ପନା ଜଳ୍ପନା ଜାରି ରହିଛି। ତେବେ ପାର୍ଟି ପକ୍ଷରୁ ରାହୁଲଙ୍କ ଆକାଉଣ୍ଟ ରିଫ୍ରେସ କରାଯାଉଥିବା ସଫେଇ ଦିଆଯାଇଛି। ରାହୁଲଙ୍କ ଟ୍ୱିଟର ଆକାଉଣ୍ଟକୁ ନେଇ ଆଗରୁ ମଧ୍ୟ ଦଳରେ ଅଭିଯୋଗ ଥିଲା। ସେ କିଛି ବଛାବଛା ନେତାଙ୍କୁ ଛାଡି ଦେଲେ ଅନ୍ୟ ନେତାଙ୍କୁ ଫଲୋ କରୁ ନଥିବା କୁହାଯାଉଥିଲା। ଏହି ଅଭିଯୋଗ ପରେ ବୁଧବାର ରାହୁଲ ଏହି ପଦକ୍ଷେପ ନେଇଛନ୍ତି ବୋଲି ଆଶଙ୍କା କରାଯାଉଛି।

{"id":460515,"sizeSlug":"large","linkDestination":"none"}

ରାହୁଲ ମଙ୍ଗଳବାର ତାଙ୍କ ଟ୍ୱିଟ୍‌ରୁ ପ୍ରମୁଖ ସାଥୀ କେ.ବି. ବାୟଜୁ, ନିବେଦିତା ଅଲଭା, କୌଶଳ ବିଦ୍ୟାର୍ଥୀ ଓ ଅଳଙ୍କାର ସୱାଇ ଆଦିଙ୍କୁ ଅନଫଲୋ କରିଦେଇଥିଲେ। ତେବେ ଏହି ସମୟରେ ସେ ତାଙ୍କ ଟ୍ୱିଟ୍‌ରେ ନୂଆ ୨୮୧ ଜଣଙ୍କୁ ଫଲୋ ମଧ୍ୟ କରିଥିଲେ। ଏଥିରେ ତାଙ୍କର ଫଲୋରଙ୍କ ସଂଖ୍ୟା ୨୧୯କୁ ପହଞ୍ଚିଛି।ରାହୁଲ ଗାନ୍ଧି ଅନେକ ଲୋକଙ୍କୁ ଟ୍ୱିଟରରେ ଅନଫଲୋ କରିଦେଇଛନ୍ତି। ତଥାପି ତାଙ୍କ ସାଙ୍ଗରେ ଅନେକ ବଡ଼ ନେତାଙ୍କୁ ମଧ୍ୟ ରଖିଛନ୍ତି।

{"id":460514,"width":837,"height":552,"sizeSlug":"large","linkDestination":"none"}

ରାହୁଲଙ୍କ ଆକାଉଣ୍ଟରେ ଶକ୍ତି ସିଂହ ଗୋହିଲ, ଓମେନ ଚାଣ୍ଡି, ମୁଖପାତ୍ର  ମନୁସିଂଘବୀ, ପବନ ଖେଡା, ତୃଣମୂଳ କଂଗ୍ରେସ ସାଂସଦ ଡେରେକ ଓ ବ୍ରାୟନ, ଡିଏମକେ ନେତ୍ରୀ କାନୀ ମୋଝୀ ଆଦି ଅଛନ୍ତି। ତେବେ  ସାମ୍ବାଦିକ ବରଖା ଦତ୍ତ, ସାଗରିକା ଘୋଷ, ରାଜଦୀପ ସରଦେଶାୟୀ ଆଦି ରାହୁଲଙ୍କ ଦ୍ୱାରା ଅନଫଲୋ  ହୋଇଯାଇଛନ୍ତି। ହେଲେ ଜାଭେଦ ଅଂସାରୀ, ପି.ସାଇନାଥ ଓ ମୃଣାଳ ପାଣ୍ଡେଙ୍କ ଭଳି ସାମ୍ବାଦିକଙ୍କୁ ରାହୁଲଏବେବି ଟ୍ୱିଟରରେ ଫଲୋ କରୁଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.