ପୋଜ୍ ଦେଇ ଫଟୋ ଉଠାଇବାରେ ବ୍ୟସ୍ତ ମୋଦି, କୋଇଲା ଖଣିରେ ଫସିଥିବା ଶ୍ରମିକଙ୍କ କଥା କିଏ ଚିନ୍ତା କରିବ ବୋଲି ଟୁଇଟ୍ କଲେ ରାହୁଲ

Published By : Prameya-News7 Bureau | December 26, 2018 IST

ନୂଆଦିଲ୍ଲୀ ୨୬/୧୨-  ମୋଦିଙ୍କ ଉପରେ ପୁଣି ବର୍ଷିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ମେଘାଳୟ କୋଇଲା ଖଣିରେ ଫସିଥିବା କିଛି ଶ୍ରମିକଙ୍କ ପାଇଁ ଉଠାଇଛନ୍ତି ସ୍ଵର । ସେ କହିଛନ୍ତି ମୋଦି ସବୁବେଳେ ନିଜର ଆତ୍ମପ୍ରଚାର କରୁଛନ୍ତି । ରାହୁଲ ଟ୍ଵିଇଟ କରି ଶ୍ରମିକମାନଙ୍କୁ ଉଦ୍ଧାର ପାଇଁ ପ୍ରଧାନମନ୍ତ୍ରୀଙ୍କୁ କରିଛନ୍ତି ଅନୁରୋଧ ।

{"id":67395,"width":596,"height":188}

ରାହୁଲ ଗାନ୍ଧି ଟ୍ଵିଇଟରେ ମୋଦିଙ୍କୁ କଡ଼ା ସମାଲୋଚନା କରିବା ସହ ବି କରିଛନ୍ତି ଅନୁରୋଧ ।  ସେ କହିଛନ୍ତି- ମୋଦି ବୋଗିବିଲ ପୋଲ ଉଦଘାଟନ କରି ପୋଜ ଦେଇ ଫଟୋ ଉଠାଉଥିବା ବେଳେ ମେଘାଳୟରେ ୨ ସପ୍ତାହ ହେଲା ଖଣି ଭିତରେ ଫଶି ରହିଛନ୍ତି ଶ୍ରମିକ । ମୋଦି ସେମାନଙ୍କୁ ଉଦ୍ଧାର ପାଇଁ ନେଉନାହାଁନ୍ତି କିଛି ପଦକ୍ଷେପ । ସେମାନଙ୍କୁ ଉଦ୍ଧାର କରିବାକୁ ପ୍ରଧାନମନ୍ତ୍ରୀଙ୍କୁ କରିଛନ୍ତି ଅନୁରୋଧ ।

ରାହୁଲଙ୍କ ଟ୍ଵିଇଟରେ କିଛି ରି-ଟ୍ଵିଇଟ କରିନାହାଁନ୍ତି ମୋଦି ।

ମେଘାଳୟ କଂଗ୍ରେସର ମୁଖ୍ୟପ୍ରବକ୍ତା ରଣଦୀପ ସୁରଜବାଲା ମଧ୍ୟ ରଖିଛନ୍ତି ଅନୁରୂପ ପ୍ରତିକ୍ରିୟା  । ସେ କହିଛନ୍ତି- ଡ଼ିସେମ୍ବର ୧୧ ତାରିଖରେ କୋଇଲା ଖଣି ଭିତରକୁ କାମ କରିବାକୁ ଯାଇଥିବା ୧୫ ଜଣ ଶ୍ରମିକ ୨ ସପ୍ତାହ ହେଲା ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବାକୁ ଏନଡ଼ିଆରଏଫ ଟିମ ଥିଲେ ମଧ୍ୟ ଅଧିକ ଶକ୍ତିଶାଳୀ ସଂପନ୍ନ ପମ୍ପ ଲଗାଇ ପାଣି ନିଷ୍କାସନ କରା ନଗଲେ ତାଙ୍କ ମୃତ୍ୟୁ ନିଶ୍ଚିତ । କିନ୍ତୁ ଏ ବାବଦରେ କେନ୍ଦ୍ର ତରଫରୁ ମିଳିପାରୁନାହିଁ କିଛି ସାହାର୍ଯ୍ୟ । କିଛି ଶ୍ରମିକଙ୍କ ମୃତ୍ୟୁହୋଇଥିବା ଜଣାଯାଇଛି ବୋଲି ସୂରଜବାଲା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.