ଗ୍ୟାସ୍ ମୂଲ୍ୟବୃଦ୍ଧି ନେଇ ସ୍ମୃତି ଇରାନୀଙ୍କ ପୂର୍ବ ଆନ୍ଦୋଳନକୁ ଟ୍ୱିଟ୍‌ରେ ରାହୁଲଙ୍କ ସମର୍ଥନ, ଜାଣନ୍ତୁ ଲେଖିଛନ୍ତି କ'ଣ?

Published By : Prameya-News7 Bureau | February 13, 2020 IST

ନୂଆଦିଲ୍ଲୀ ୧୩।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ପରେ ସବସିଡି ବିହୀନ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ହୋଇଛି। ଅତୀତରେ  କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାରଙ୍କ ବେଳେ ବି ଗ୍ୟାସ୍ ଦର ବୃଦ୍ଧି ହୋଇଥିଲା। ସେତେବେଳେ ଦେଶରେ ବିଜେପି କରିଥିବା ଆନ୍ଦୋଳନକୁ ଏବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ସରକାରଙ୍କ ବିରୋଧରେ ଅସ୍ତ୍ର କରିଛନ୍ତି। ଗ୍ୟାସ ମୂଲ୍ୟବୃଦ୍ଧି ଘୋଷଣା ପରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ସିଲିଣ୍ଡର ସହ ଶାସକ ଦଳନେତ୍ରୀ ସ୍ମୃତି ଇରାନୀଙ୍କ ପୁରୁଣା ଫଟୋ ଟ୍ୱିଟ୍ କରି ତାଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି।

wp:html /wp:html

କେନ୍ଦ୍ରରେ ୟୁପିଏ ସରକାର ବେଳେ ଗ୍ୟାସ୍ ମୂଲ୍ୟ ବୃଦ୍ଧିକୁ ବିଜେପି ରାସ୍ତାଘାଟରେ ବିରୋଧ କରିଥିଲା। ସେତେବେଳେ ସ୍ମୃତି ଏହି ଆନ୍ଦୋଳନର ନେତୃତ୍ୱନେଇ ଏହାକୁ ଜୋରଦାର କରିଥିଲେ। ସେହି ଫଟୋକୁ ରାହୁଲ ତାଙ୍କ ଟ୍ୱିଟରରେ ଶେୟାର କରି ସିଲିଣ୍ଡର ପିଛା ୧୫୦ ଟଙ୍କା ମୂଲ୍ୟବୃଦ୍ଧିକୁ ବିରୋଧ କରୁଥିବା ବିଜେପିର ସଦସ୍ୟଙ୍କ ସହ ସେ ଏକମତ ବୋଲି ଉଲ୍ଲେଖ କହିଛନ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

{"id":224158,"sizeSlug":"large"}

ସୂଚନା ଯୋଗ୍ୟଯେ ଦେଶର ପେଟ୍ରୋଲିୟମ କମ୍ପାନୀମାନେ ବୁଧବାର ନନ୍ ସବସିଡି ଗ୍ୟାସ୍ ସିଲିଣ୍ଡର ପିଛା ଦର ୧୫୦ ଟଙ୍କା ବୃଦ୍ଧି କରିଛନ୍ତି। ଫଳରେ ରାଜଧାନୀ ଦିଲ୍ଲୀରେ ପ୍ରତି ସିଲିଣ୍ଡର ପିଛା ନନ୍ ସବସିଡି ଗ୍ୟାସ୍ ମୂଲ୍ୟ ୮୫୮ଟଙ୍କା ୫୦ ପଇସା,  କୋଲକାତାରେ ୮୯୬, ମୁମ୍ବାଇରେ ୮୨୯ଟଙ୍କା ୫୦ ପଇସା ଓ ଚେନ୍ନାଇରେ ୮୮୧ ଟଙ୍କାରେ ପହଞ୍ଚିଛି। ଏହି ବର୍ଦ୍ଧିତ ଦର ବୁଧବାର ଠାରୁ ସାରା ଦେଶରେ ଲାଗୁ ବି ହୋଇଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.