Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ମୂଲ୍ୟବୃଦ୍ଧି ନେଇ ରାହୁଲଙ୍କ tweet, କହିଲେ ପେଟ୍ରୋଲ-ଡିଜେଲର ଏପରି ରେକର୍ଡ ଦର ଲାଗି କେବଳ ଜଣେ ବ୍ୟକ୍ତି ଦାୟି

1/10/2021 at 7:06 PM

ନୂଆଦିଲ୍ଲୀ ୧।୧୦: ଦେଶରେ ପେଟ୍ରୋଲ ଓ ଡିଜେଲର ଅହେତୁକ ମୂଲ୍ୟବୃଦ୍ଧି ନେଇ ପୂର୍ବତନ ଏଆଇସିସି ସଭାପତି ତଥା କଂଗ୍ରେସର ୱାଇନାଡ ସାଂସଦ ରାହୁଲ ଗାନ୍ଧି ଶୁକ୍ରବାର ଅସନ୍ତୋଷ ପ୍ରକାଶ କରିଛନ୍ତି। ଦେଶରେ ଇନ୍ଧନର ଏପରି ଐତିହାସିକ ମୂଲ୍ୟ ବୃଦ୍ଧି ଲାଗି କେବଳ ଜଣେମାତ୍ର ଲୋକ ଦାୟି ବୋଲି ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ରାହୁଲ। ପ୍ରସଙ୍ଗରେ ରାହୁଲ କାହାର ନାମ ନନେଇ ଉଲ୍ଲେଖ କରିଛନ୍ତି ଯେ ଦେଶରେ ମୁଦ୍ରାସ୍ପିତି ହାର ବୃଦ୍ଧି କେବଳ ପେଟ୍ରୋଲିୟମ ଦର ବୃଦ୍ଧି କାରଣରୁ ହେଉଛି। ଏହା ଜାଣି ମଧ୍ୟ କେନ୍ଦ୍ର ସରକାର ଆଖି ମୁଦି ଦେଇଛନ୍ତି।

ସାରା ଦେଶରେ ଅତ୍ୟାବଶକୀୟ ସାମଗ୍ରୀ ଦର ଏବେ ଆକାଶ ଛୁଇଁଛି। ଅନେକ ସାମଗ୍ରୀର ମୂଲ୍ୟ ସାଧାରଣ ଲୋକଙ୍କ କ୍ରୟ କ୍ଷମତା ବାହାରକୁ ଚାଲିଯାଇଛି। ଏଣୁ ଦେଶର ସବୁ ଲୋକେ ଏବେ ସବୁ ସାମଗ୍ରୀ ଉପଯୋଗ କରିବାକୁ ସକ୍ଷମ ହେଉନାହାନ୍ତି। ହେଲେ ସରକାର ମଧ୍ୟ ଏ ବାବଦରେ ହାତ ବାନ୍ଧି ବସି ପଡିଛନ୍ତି। ଫଳରେ ଲୋକଙ୍କ ସମସ୍ୟା ବଢିବଢି ଚାଲିଛି ବୋଲି ରାହୁଲ ତାଙ୍କ ଟ୍ୱିଟ୍‌ ମାଧ୍ୟମରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି।

କିଛି ସମୟ ଚୁଚାପ ରହିବା ପରେ ତୈଳ କମ୍ପାନୀମାନେ ଆଗକୁ ପାର୍ବଣ ଋତୁ ଦେଖି ଅକ୍ଟୋବର ୧ ତାରିଖରେ ପେଟ୍ରୋଲ ଓ ଡିଜେଲ ଦର ପୁଣି ବୃଦ୍ଧି କରିଛନ୍ତି। ଫଳରେ ପୂଜାରେ ଲୋକଙ୍କ ଉପରେ ମହଙ୍ଗାମାଡ଼ ହେବା  ନିଶ୍ଚିତ ହୋଇଯାଇଛି । କରୋନା ଅନେକଙ୍କ ଜୀବିକା ଛଡାଇ ନେଇଛି, ଯେଉଁମାନେ ସଂଘର୍ଷ କରି ଜୀବିକା ବଞ୍ଚାଇଛନ୍ତି ସେମାନଙ୍କ ପୂଜା ବୋନସରେ କଇଁଚି ମାରିଛନ୍ତି ତୈଳ କମ୍ପାନୀ। ଇନ୍ଧନ ଦର ବୃଦ୍ଧି ଯୋଗୁ ପରିବହନ ମୂଲ୍ୟବୃଦ୍ଧି ସହ ପୂଜା ବଜାରରେ ଦରଦାମ ମହଙ୍ଗା ହେବା ଏବେ ସୁନିଶ୍ଚିତ କୁହାଯାଉଛି।

ସରକାରୀ ତୈଳ କମ୍ପାନୀମାନଙ୍କ ଶୁକ୍ରବାର ମୂଲ୍ୟବୃଦ୍ଧି ଘୋଷଣା ଯୋଗୁ ଜାତୀୟ ରାଜଧାନୀ ଦିଲ୍ଲୀରେ ଡିଜେଲ ପ୍ରତି ଲିଟର ୯୦ଟଙ୍କା ୧୭ ଟଙ୍କାରେ ବିକ୍ରି ହେଉଛି। ସେହିପରି ପେଟ୍ରୋଲ ୧୦୧ଟଙ୍କା ୮୯ ପଇସାରେ କାରବାର ହେଉଛି। ସେପଟେ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ଦର ୧୦୭ ଟଙ୍କା ୯୯ ପଇସାରେ ପହଞ୍ଚିଥିବା ବେଳେ ଡିଜେଲ ଲିଟର ପିଛା ୯୭ ଟଙ୍କା ୮୪ ପଇସାରେ ପହଞ୍ଚିଛି।

ତୈଳ କମ୍ପାନୀମାନେ ଗତମାସର ୨୪ ତାରିଖରେ ପେଟ୍ରୋଲିୟମ ଦର ବୃଦ୍ଧି କରିଥିଲେ। ଥରକରେ ଲିଟର ପିଛା ୨୦ପଇସା ବଢାଇଥିବା ବେଳେ ସେପ୍ଟେମ୍ବର ୨୬,୨୭ ଓ ୨୮ ତାରିଖରେ ଲିଟର ପିଛା ୨୫ ପଇସା ଲେଖାଏଁ  ପଇସା ବଢାଇଥିଲେ। କେବଳ ୨୯ ସେପ୍ଟେମ୍ବର ବୁଧବାର ବାଦ ଦେଇ ୩୦ ସେପ୍ଟେମ୍ବର ଗୁରୁବାର ଓ ୧ ଅକ୍ଟୋବର ଶୁକ୍ରବାରକୁ ୩୦ ପଇସା ପ୍ରତି ଲିଟର ଏହିପରି ଏପର୍ଯ୍ୟନ୍ତ ଲିଟର ପିଛା ପେଟ୍ରୋଲ ଓ ଡିଜେଲ ମୋଟ ୧ଟଙ୍କା ୫୫ ପଇସା ମହଙ୍ଗା  କରିଛନ୍ତି।

   Related Posts