ରାହୁଲଙ୍କ tweetକୁ ନେଇ ରାଜନୀତିରେ ଝଡ଼, ଗଣମାଧ୍ୟମ ଓ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍

Published By : Prameya-News7 Bureau | August 16, 2020 IST

ନୂଆଦିଲ୍ଲୀ ୧୬।୮: ରାହୁଲ ଗାନ୍ଧିଙ୍କ ଟ୍ୱିଟ୍‌ ଦେଶର ରାଜନୀତିରେ ଝଡ଼ ସୃଷ୍ଟି କରିଛି।  ରାହୁଲ ରବିବାର ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଦୁଇଟି ପୋଷ୍ଟ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଆତ୍ମବିଶ୍ୱାସକୁ ନେଇ ରାହୁଲ ଗୋଟିଏ ପୋଷ୍ଟ କରିଥିବା ବେଳେ ଆଉ ଗୋଟିଏ ପୋଷ୍ଟ ତାଙ୍କ ଦଳ ଓ ସଂଘକୁ ନେଇ ରହିଛି। ଦୁଇଟି ଜାକ ପୋଷ୍ଟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

wp:html /wp:html

ଭାରତର ସୀମାକୁ ଚୀନ୍‌ ପ୍ରଧାନମନ୍ତ୍ରୀଙ୍କ ଯୋଗୁ ମାଡି ବସିଥିବା ରାହୁଲ ଅଭିଯୋଗ କରିଛନ୍ତି। ସାରା ଦେଶ ସେନା ଉପରେ ଭରସା କରିପାରୁଛି ହେଲେ ପ୍ରଧାନମନ୍ତ୍ରୀଙ୍କ ଆତ୍ମ ବିଶ୍ୱାସ ନଥିବାରୁ ଚୀନ୍‌ ସୈନିକଙ୍କୁ ଜବରଦଖଲରୁ ହଟାଯାଇ ପାରୁନଥିବା ରାହୁଲ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି। କେବଳ ପ୍ରଧାନମନ୍ତ୍ରୀଙ୍କ ଯୋଗୁ ଚୀନ୍‌ ଆଜି ଆମ ଭୂମି ଦଖଲରେ ଅଛି। ପ୍ରସଙ୍ଗରେ ବାରମ୍ବାର ମିଥ୍ୟା କହିବା ଯୋଗୁ ଏପରି ଅବସ୍ଥା ଉପୁଜିଥିବା ରାହୁଲ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି। 

{"id":315478,"width":572,"height":429,"sizeSlug":"large"}

ସେହିପରି ଆଉ ଗୋଟିଏ ପୋଷ୍ଟରେ ଦେଶର ସୋସିଆଲ ମିଡିଆକୁ ବିଜେପି ଓ ଆରଏସଏସ୍ ନିୟନ୍ତ୍ରିତ କରୁଥିବା ଉଲ୍ଲେଖ କରିଛନ୍ତି। ଫେସବୁକ୍‌ ଓ ହ୍ୱଟସ୍‌ ଆପକୁ ଏହି ସବୁ ସଂସ୍ଥାମାନେ ଗୁଜବ ରଟେଇବାରେ ଓ ମତଦାତାଙ୍କୁ ପ୍ରଭାବିତ କରିବା ଲାଗି ଉପଯୋଗ କରୁଥିବା ବିଦେଶୀ ଗଣ ମାଧ୍ୟମ ରିପୋର୍ଟରୁ ପ୍ରଥମ ଥର ଜଣାପଡିଥିବା ରାହୁଲ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ପ୍ରସଙ୍ଗରେ ସେ ଏକ ଖବର କାଗଜ ରିପୋର୍ଟ ମଧ୍ୟ ସଂଯୁକ୍ତ କରିଛନ୍ତି।

wp:html /wp:html

ରାହୁଲ ଯେଉଁ ରିପୋର୍ଟ ସଂଯୁକ୍ତ କରିଛନ୍ତି ସେଥିରେ ଭାରତରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ସୋସିଆଲ ମିଡିଆ ପ୍ଲାଟଫର୍ମରେ କେବଳ ଘୃଣା ପ୍ରସାର କରନ୍ତି ବୋଲି ରିପୋର୍ଟ କରାଯାଇଛି। କିଛିଦିନ ପୂର୍ବେ ଆମେରିକୀୟ ସମ୍ବାଦପତ୍ର ୱାଲଷ୍ଟ୍ରିଟ୍ ଜର୍ଣ୍ଣାଲ ଫେସବୁକ୍ କର୍ମଚାରୀଙ୍କ ସୂତ୍ରରୁ ଏକ ରିପୋର୍ଟ ପ୍ରକାଶ କରିଥିଲେ। ଯେଉଁଥିରେ ଭାରତରେ ଏପରି ଅନେକ ଲୋକେ ଅଛନ୍ତି ଯେଉଁମାନେ ସୋସିଆଲ ମିଡିଆକୁ ଫେକ୍ ନ୍ୟୁଜ୍ ଓ ସାମାଜିକ ଘୃଣା ପ୍ରସାର କରିବା ଲାଗି ବ୍ୟବହାର କରୁଥିବା ଉଲ୍ଲେଖ କରିଥିଲା।

{"id":315482,"sizeSlug":"large"}

ଏହି ରିପୋର୍ଟରେ ବିଜେପି ନେତା ଟି-ରଜାଙ୍କ ଫେସବୁକ୍‌ ପୋଷ୍ଟର ଉଲ୍ଲେଖ ଅଛି। ଏଥିରେ ରଜା ରୋହିଙ୍ଗ୍ୟା ମୁସଲମାନଙ୍କୁ ଗୁଳିକରିଦେବା ଦରକାର ବୋଲି ଉଲ୍ଲେଖ କରିଛନ୍ତି। କେବଳ ଏତିକି ନୁହେଁ ମୁସଲମାନଙ୍କୁ ଦେଶଦ୍ରୋହୀ ଓ ସେମାନଙ୍କ ମସଜିଦ୍ ଭାଙ୍ଗି ଦେବାକୁ ବି ଧମକ୍ ଦେଇଥିଲେ। ଫେସ୍‌ ବୁକ୍ କର୍ମଚାରୀମାନେ ଏହି ପୋଷ୍ଟକୁ ବିରୋଧ କରିବା ସହ ଏହା କମ୍ପାନୀର ନିୟମ ବିରୋଧୀ ବୋଲି କହିଥିଲେ। ଏହା ସତ୍ୱେ ମଧ୍ୟ ଫେସବୁକ୍‌ର ଭାରତରେ ଅବସ୍ଥାପିତ ଅଧିକାରୀମାନେ ପୋଷ୍ଟ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କରିନଥିଲେ। ଏହା ପରଠାରୁ ଫେସ୍‌ବୁକ୍‌ର ବିଶ୍ୱସନୀୟତା ଉପରେ ଅଙ୍ଗୁଳିଉଠୁଥିବା କର୍ମଚାରୀମାନେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.