Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ରାହୁଲ କହିଲେ ୧୫ ମିନିଟ୍‌ରେ ସୁଧୁରିବ ଦେଶର ଆର୍ଥିକ ଅବସ୍ଥା,ଜାଣନ୍ତୁ କ’ଣ ତାଙ୍କର ଫଣ୍ଡା

12/12/2019 at 5:14 PM

ରାଜମହଲ (ଝାରଖଣ୍ଡ) ୧୨।୧୨:  ଆର୍ଥିକ ପ୍ରସଙ୍ଗକୁ ନେଇ ଶରବ୍ୟ ହେଉଥିବା ମୋଦି ସରକାରଙ୍କ ଉପରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଗୁରୁବାର ପୁଣି ଏକ ବଡ ଆକ୍ରମଣ କରିଛନ୍ତି। ଦେଶର ମୁଦ୍ରାସ୍ପିତି ହାରବୃଦ୍ଧି ହୋଇଥିବା ବେଳେ ଅର୍ଥବ୍ୟବସ୍ଥା ଧରାଶାୟୀ ହୋଇଛି। ଏଥିରେ ରାହୁଲ ପ୍ରଧାନମନ୍ତ୍ରୀଙ୍କୁ ଆର୍ଥିକ ଅବସ୍ଥାରେ କିପରି ସୁଧାର ଅଣାଯାଇପାରିବ ସେ ନେଇ ପରାମର୍ଶ ମଧ୍ୟ ଦେଇଛନ୍ତି।  ରାହୁଲ କହିଛନ୍ତି ଯଦି ପ୍ରଧାନମନ୍ତ୍ରୀ ଚାହିଁବେ ତେବେ ୧୫ ମିନିଟ୍ ରେ ଦେଶର ଧୂଳି ଚାଟୁଥିବା ଅର୍ଥବ୍ୟବସ୍ଥା ପୁଣି ତା ଗୋଡରେ ଦୌଡିବ।

ଝାରଖଣ୍ଡ ରାଜମହଲରେ ଆୟୋଜିତ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରି ରାହୁଲ ପ୍ରଧାନମନ୍ତ୍ରୀ ସର୍ବଦା ତାଙ୍କର ଅମୀର ବନ୍ଧୁମାନଙ୍କ ସମ୍ପର୍କରେ ଚିନ୍ତା କରୁଥିବା କହିଛନ୍ତି। ସେ ତାଙ୍କର ଅମୀର ବନ୍ଧୁମାନଙ୍କ ସହାୟତା ଲାଗି ଯେତିକି ଅର୍ଥ ବ୍ୟୟ କରୁଛନ୍ତି ତାର କାଣିଚାଏ ବି ଯଦି ଗରିବ ଜନତା କଥା ଚିନ୍ତା କରନ୍ତେ ତେବେ ଦେଶର ଆର୍ଥିକ ଅବସ୍ଥା ଆଜି ଏପରି ଅବସ୍ଥାରେ ପହଞ୍ଚିନଥାନ୍ତା। ଏବେବି ସମୟ ଯାଇନି,  ପ୍ରଧାନମନ୍ତ୍ରୀ ଗରିବ ଜନସାଧାରଣଙ୍କୁ ଆର୍ଥିକ ସହାୟତା କରନ୍ତୁ ଓ ଦେଶର ଆର୍ଥିକ ବ୍ୟବସ୍ଥାରେ ସୁଧାର ଆଣନ୍ତୁ ବୋଲି ରାହୁଲ କହିଛନ୍ତି। କାରଣ ଗରିବ ହାତକୁ ପଇସା ଗଲେ ସେମାନଙ୍କର ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ କ୍ରୟ କରିବେ।

ଦେଶର ଅର୍ଥ ବ୍ୟବସ୍ଥା ଆଜି ଏପରି କାରଣ ଗରିବଙ୍କ ଲାଗି। କାରଣ ସେମାନଙ୍କୁ ମୂଲ ମଜୁରୀ ମିଳୁନି,  ହାତ ଖାଲି ବଜାର ହାଟ ଯାଇପାରୁନାହାନ୍ତି। ଏଣୁ ବାଜରରେ କାରବାର ବି ନାହିଁ ।  ଜିଏସଟି, ନୋଟ ବନ୍ଦୀ  ସାଧାରଣ ଜନତାଙ୍କ ମେରୁଦଣ୍ଡରେ ଆଘାତ ଦେଇଥିବା ବେଳେ ଏଥିରୁ କେବଳ ଦେଶର ୧୫ରୁ ୨୦ ଜଣ ଉଦ୍ୟୋଗପତି ଲାଭବାନ ହୋଇଛନ୍ତି। ରାହୁଲ ଜିଏସଟି କୁ ଗବର ସିଂ ଟ୍ୟାକ୍ସ କହିଥିବା ବେଳେ ଲୋକଙ୍କୁ ଡରେଇବା ପ୍ରଧାନମନ୍ତ୍ରୀଙ୍କ ଅସଲ ଉଦ୍ଦେଶ୍ୟ ବୋଲି କହିଛନ୍ତି।    

   Related Posts