Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ଗ୍ୟାଙ୍ଗଷ୍ଟର୍ ବିକାଶ ଦୁବେ ବିରୋଧରେ ମାମଲା ରୁଜ୍ଜୁ କରିଥିବା ରାହୁଲ୍ ତିୱାରୀ ଜୁଲାଇ ୨ ତାରିଖ ରାତିରୁ ନିଖୋଜ୍, ଖୋଜୁଛି ପୋଲିସ୍

14/07/2020 at 11:09 AM

କାନପୁର ୧୪/୦୭ : ଉତ୍ତର ପ୍ରଦେଶ କାନପୁର ସୁଟଆଉଟ ମାମଲାରେ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଏନକାଉଣ୍ଟର ପରେ ଘଟଣାରେ ଏବେ ଏକ ନୂଆ ମୋଡ଼ ଆସିଛି | ବିକାଶ ଦୁବେ ବିରୋଧରେ ଥାନାରେ ମାମଲା ରୁଜ୍ଜୁ କରିଥିବା ରାହୁଲ ତିୱାରୀ ନାମକ ବ୍ୟକ୍ତି ନିଖୋଜ ଅଛନ୍ତି | ରାହୁଲ ରୁଜ୍ଜୁ କରିଥିବା ଏଫଆଇଆର ଆଧାରରେ ଜୁଲାଇ ୨ ତାରିଖ ରାତିରେ ପୋଲିସ ଟିମ ବିକାଶ ଦୁବେକୁ ଗିରଫ କରିବା ପାଇଁ ଵିକରୁ ଗାଁକୁ ଯାଇଥିଲା | ଡ଼ିଏସପି ଦେବେନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ପୋଲିସ ଟିମ ବିକାଶକୁ ଧରିବାକୁ ଯାଇଥିଲା କିନ୍ତୁ ସେତେବେଳେ ପୋଲିସ ଟିମ ଉପରକୁ ହମଲା ହୋଇଥିଲା ଯେଉଁଥିରେ ୮ଜଣ ପୋଲିସକର୍ମୀ ଶହୀଦ ହୋଇଥିଲେ | ଜୁଲାଇ ୧୦ ତାରିଖରେ ପୋଲିସ ବିକାଶ ଦୁବେର ଏନକାଉଣ୍ଟର କରିଥିଲା | ବର୍ତ୍ତମାନ ଏହି ମାମଲାରେ ନୂଆ ମୋଡ଼ ଆସିଛି |

ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ବିରୋଧରେ ମାମଲା ରୁଜ୍ଜୁ କରିଥିବା ରାହୁଲ ତିୱାରୀଙ୍କ ପରିବାର ସଦସ୍ୟଙ୍କ କହିବାନୁଯାୟୀ, ରାହୁଲ ନିଖୋଜ ଅଛନ୍ତି | ମିଡ଼ିଆ ରିପୋର୍ଟ ଅନୁସାରେ ରାହୁଲ ତିୱାରୀ ବିକାଶ ଦୁବେ ବିରୋଧରେ ଅଭିଯୋଗ କରିଥିବା ଛଡା ଘଟଣା ସହିତ ଜଡିତ ମାମଲାର ମୁଖ୍ୟ ସାକ୍ଷୀ, ଯାହା ଯୋଗୁଁ ଏସବୁ ଘଟଣା ଘଟିଥିଲା | କାନପୁର ବରିଷ୍ଠ ଅଧିକ୍ଷକ ଦନେସ କୁମାର କହିଛନ୍ତି ଯେ ରାହୁଲଙ୍କ ଜୀବନକୁ ବିପଦ ରହିଛି | ଡେପୁଟି ଏସପି ସୁକର୍ମ ପ୍ରକାଶଙ୍କ ନେତୃତ୍ୱରେ ଏକ ଟିମ ରାହୁଲକୁ ଖୋଜାଖୋଜି କରୁଛି |

ମିଡ଼ିଆ ରିପୋର୍ଟ ଅନୁଯାୟୀ, ରାହୁଲ ତିୱାରୀଙ୍କ ମା ସୁମନ ଦେବୀ କହିଛନ୍ତି ଯେ ରାହୁଲ ସହିତ ଜୁଲାଇ ୨ ତାରିଖ ରାତିରେ ସେ ଶେଷଥର ପାଇଁ କଥା ହୋଇଥିଲେ | ସେ ଫୋନରେ ମାଙ୍କ ସହିତ କଥା ହେଇଥିଲେ କିନ୍ତୁ ସେ ଅତ୍ୟନ୍ତ ଭୟଭୀତ ଥିଲା ଭଳି ଜଣାପଡୁଥିଲା ବୋଲି ସେ କହିଛନ୍ତି | ଏହାପରେ ରାହୁଲ ନିଜ ପତ୍ନୀ, ଛୁଆ ଓ ଭାଉଜ ସହିତ ନିଖୋଜ ହୋଇଗଲା | ପୋଲିସ ଯାଞ୍ଚ ଆଉସରେ, ଵିକରୁ ନିକଟସ୍ଥ ଜଡେପୁର ଗାଁରେ ନିଜ ଶ୍ୱଶୁର ଘର ସହିତ ଜମିଜମା ବିକ୍ରି କରିବାର ଥିଲା | ତାଙ୍କ ପତ୍ନୀଙ୍କ ଭଉଣୀମାନେ ଏହି ଜମି ବିକ୍ରିକୁ ବରୋଧ କରିଥିଲେ | ସେମାନଙ୍କ ମଧ୍ୟରୁ ଜଣେ ଵିକରୁ ଗାଁରେ ରୁହନ୍ତି ଏବଂ ସେ ଏହି ମାମଲାରେ ବିକାଶ ଦୁବେର ହସ୍ତକ୍ଷେପ ଲୋଡ଼ିଥିଲେ | ପୋଲିସ ତଦନ୍ତ ଅନୁସାରେ ରାହୁଲ ତିୱାରୀକୁ ଜୁଲାଇ ୧ ତାରିଖରେ ବିକାଶ ଦୁବେ ଠାରୁ ସାର୍ବଜନିକ ଭାବେ ଧମକ ପାଇଥିଲା ଏବଂ ତାକୁ ମାଡ ମଧ୍ୟ ମରାଯାଇଥିଲା | ପରବର୍ତ୍ତୀ ଦିନ ଚୋବେପୁର ତତ୍କାଳୀନ ଷ୍ଟେସନ ଅଧିକାରୀ ବିନୟ ତିୱାରୀଙ୍କୁ ଏକ ଲିଖିତ ଅଭିଯୋଗ ଦେଇଥିଲେ |

ପୋଲିସ କହିବାନୁସାରେ, ଚୋବେପୁର ଥାନା ପ୍ରଭାରୀ ଅଭିଯୋଗ ରଖିବା ଛାଡି ରାହୁଲ ତିୱାରୀଙ୍କୁ ନିଜ ସହିତ ଯିବାକୁ କହିଥିଲେ ଏବଂ ମାମଲାର ସମାଧାନ ପାଇଁ ବିକାଶ ଦୁବେ ସହ ସାକ୍ଷାତ କରାଇଥିଲେ | ଜୁଲାଇ ୨ ତାରିଖରେ ବିଵୋର ସର୍କଲ ଅଧିକାରୀ ଡ଼ିଏସପି ଦେବେନ୍ଦ୍ର ମିଶ୍ରଙ୍କ ହସ୍ତକ୍ଷେପରେ ଏଫଆଇଆର ରୁଜ୍ଜୁ କରାଯାଇଥିଲା | କିଛି ଘଣ୍ଟା ପରେ ଦେବେନ୍ଦ୍ର ମିଶ୍ର ଏକ ଟିମ ଏକାଠି କରିଥିଲେ ଯେଉଁଥିରେ ୨୫ ପୋଲିସକର୍ମୀ ସାମିଲ ଥିଲେ | ଏହାପରେ ଵିକରୁ ଗାଁରେ ଚଢ଼ାଉ କରାଯାଇଥିଲା ଯେଉଁଠାରେ ବିକାଶ ଦୁବେ ଓ ତାର ସହଯୋଗୀ ପୋଲିସକର୍ମୀଙ୍କୁ ହମଲା କରିଥିଲେ |

   Related Posts