Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଟିମ୍ ଇଣ୍ଡିଆରେ ସାମିଲ ହେଉ ହେଉ ଦମଦାର୍ ପ୍ରଦର୍ଶନ କଲେ ରାହୁଲ ତେବତିୟା: ୩୯ ବଲରେ କଲେ ୭୩ ରନ୍

21/02/2021 at 3:19 PM

ନୂଆଦିଲ୍ଲୀ ୨୧/୦୨ : ଇଂଲଣ୍ଡ ବିପକ୍ଷରେ ମାର୍ଚ୍ଚରେ ହେବାକୁଥିବା ଟି-୨୦ ମ୍ୟାଚ ପାଇଁ ଟିମ୍ ଇଣ୍ଡିଆରେ ଚୟନ ହେବାପରେ ରାହୁଲ ତେବତିୟା କମାଲ କରିଛନ୍ତି। ଟିମ୍ ଇଣ୍ଡିଆର ଏହି ନିଷ୍ପତ୍ତିକୁ ଠିକ୍ ପ୍ରମାଣିତ କରିଛନ୍ତି ରାହୁଲ। ଚଣ୍ଡୀଗଡ଼ ବିପକ୍ଷରେ ବିଜୟ ହଜାରେ ଟ୍ରଫିର ଏକ ମ୍ୟାଚରେ ୩୯ ବଲରେ ୭୩ ରନ କରି ଦମଦାର ପ୍ରଦର୍ଶନ କରିଛନ୍ତି। କୋଲକାତା ଅନୁଷ୍ଠିତ ହୋଇଥିବା ଏହି ମ୍ୟାଚରେ ହରିୟାଣାର ଅଲରାଉଣ୍ଡର ରାହୁଲ ୪ ଚୌକା ଓ ୬ଟି ଛକ୍କା ମାରିଛନ୍ତି। ତାଙ୍କ ଷ୍ଟ୍ରାଇକ୍ ରେଟ୍ ୧୮୭ରୁ ଅଧିକ ଥିଲା। ତାଙ୍କର ଦମଦାର ଆକର୍ଷଣୀୟ ଯୋଗୁଁ ହରିୟାଣା ୫୦ ଓଭରରେ ୨୯୯ ରନ୍ କରିଛି। 

ଦିନେ ପୂର୍ବରୁ ରାହୁଲ ତେବତିୟାଙ୍କୁ ଟିମ ଇଣ୍ଡିଆରେ ଚୟନ କରାଯାଇଥିଲା। ସେ ଏଥିପାଇଁ ବହୁତ ଖୁସି। ୟୁଜବେନ୍ଦ୍ର ଚହଲ, ଜୟନ୍ତ ଯାଦବ ଓ ଅମିତ ମିଶ୍ରଙ୍କ ଭଳି ଷ୍ଟାର୍ ସ୍ପିନର୍ ଥିବା ହରିୟାଣା ଟିମରେ ସ୍ଥାନ ପାଇବାକୁ ରାହୁଲଙ୍କୁ ବହୁତ ସଂଘର୍ଷ କରିବାକୁ ପଡିଥିଲା। ହରିୟାଣା ଟିମ ପାଇଁ ଖେଳି ତାଙ୍କ ଆତ୍ମବିଶ୍ୱାସ ବଢିବା ସହ ନିଜ ଖେଳ ସୁଧାରିବାକୁ ମଧ୍ୟ ତାଙ୍କୁ ମଉକା ମିଳିଛି ବୋଲି ରାହୁଲ କହିଛନ୍ତି। ଭଲ ପ୍ରଦର୍ଶନ କରି ଭାରତ ତରଫରୁ ଟି-୨୦ ବିଶ୍ୱକପ୍ ଖେଳିବା ତାଙ୍କ ଲକ୍ଷ୍ୟ ବୋଲି ଏକ ଇଣ୍ଟରଭ୍ୟୁରେ ସେ କହିଥିଲେ। ଚଳିତ ବର୍ଷ ଡିସେମ୍ବରରେ ଭାରତ ମାଟିରେ ଟି-୨୦ ବିଶ୍ୱକପ ଆୟୋଜନ ହେବାରଅଛି।

ରାହୁଲ ତେବତିୟା ଲେଗ ସ୍ପିନର ଭାବେ ନିଜ କ୍ୟାରିଅର ଆରମ୍ଭ କରିଥଲେ। ସେତେବେଳେ ଟିମରେ ୟୁଜବେନ୍ଦ୍ର ଚହଲ ଓ ଅମିତ ମିଶ୍ର ମଧ୍ୟ ଥିଲେ। ସେଥିପାଇଁ ତାଙ୍କୁ ମଉକା ମିଳୁନଥିଲା। ଟିମରେ ସ୍ଥାନ ନେବାକୁ ହେଲା ତାଙ୍କୁ ବ୍ୟାଟିଂ ଉପରେ ଧ୍ୟାନ ଦେବାକୁ ହେବ ବୋଲି କୋଚ ବିଜୟ ଯାଦବ କହିଥିଲେ। ଏହାପରେ ସେ ନିଜ ବ୍ୟାଟିଂ ସୁଧାରିଥିଲେ। ସେ ଏବେ ସୁଦ୍ଧା ୬୮ ଟି-୨୦ ମ୍ୟାଚରେ ଦୁଇଟି ଅର୍ଦ୍ଧଶତକ ସହ ୯୬୫ ରନ୍ କରିଛନ୍ତି। ସେ ଟି-୨୦ରେ ୪୨ଟି ୱିକେଟ ନେଇଛନ୍ତି।

ଗତ ଆଇପିଏଲ୍ ସିଜନରେ ରାହୁଲ ରାଜସ୍ଥାନ ରୟାଲ୍ସ ତରଫରୁ ଖେଳି ରାତାରାତି ଷ୍ଟାର ହୋଇଯାଇଥିଲେ। କିଙ୍ଗ୍ସ ଇଲେଭେନ୍ ବିପକ୍ଷରେ ଗୋଟିଏ ମ୍ୟାଚରେ ସେ ୨୩ ବଲରେ ୧୭ ରନ୍ କରିଥିଲେ।

   Related Posts