ଏକଦା ରିକି ପଣ୍ଟିଂ କରିଥିଲେ ପରିହାସ, ଏବେ ମ୍ୟାଚ୍ ଓ୍ୱିନର୍ ହୋଇଗଲେ ତେଓ୍ୱାତିଆ

Published By : Prameya-News7 Bureau | September 28, 2020 IST

ଦୁବାଇ, ୨୮ ।୦୯: ରାହୁଲ ତେଓ୍ୱାତିଆ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଗତ ସିଜିନରେ ନିଜ ପାଇଁ ଯେଉଁ ପ୍ରଶଂସା ଚାହିଁଥିଲେ ତାହା ତାଙ୍କୁ ଚଳିତ ସିଜିନରେ ଆପେଆପେ ମିଳିଯାଇଛି । ରାଜସ୍ଥାନ ରୟାଲ୍ସକୁ  ବିଜୟ ଉପହାର ଦେଇଥିବା ତେଓ୍ୱାତିଆଙ୍କ ଗତ ସିଜିନର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସେହି ସମୟରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିବା ତେଓ୍ୱାତିଆ ଦଳର କୋଚ୍ ରିକି ପଣ୍ଟିଂ ଙ୍କ ସହ ଏକ ଆଲୋଚନା କରିଥିଲେ । ତେଓ୍ୱାତିଆ ପଣ୍ଟିଂଙ୍କୁ କହିଥିଲେ ଯେ, ମୁମ୍ବାଇ ବିପକ୍ଷ ବିଜୟରେ ସେ ମଧ୍ୟ ଚାରୋଟି କ୍ୟାଚ୍ ଧରିଛନ୍ତି । ମ୍ୟାଚ୍ ପରେ ପଣ୍ଟିଂ ଡ୍ରେସିଂ ରୁମରେ ଖେଳାଳିଙ୍କ ସହ ଆଲୋଚନା କରିଥିଲେ, ଯେଉଁଥିରେ ସେ ଋଷଭ ପନ୍ତ, ଶିଖର ଧାଓ୍ୱନ, କୋଲିନ୍ ଇଂରାମ ଓ ବୋଲରଙ୍କୁ ପ୍ରଶଂସା କରିଥିଲେ ।

wp:html /wp:html

ଏହି ଆଲୋଚନାରେ ତେଓ୍ୱାତିଆ ପଣ୍ଟିଂକୁ କ୍ୟାଚ୍ ନେବା କଥା କହିଥିଲେ । ସେହି ସମୟରେ ପଣ୍ଟିଂ ମଜାଳିଆ ଢଙ୍ଗରେ କହିଥିଲେ ଯେ, ତେଓ୍ୱାତିଆ ମ୍ୟାଚରେ ଚାରୋଟି କ୍ୟାଚ୍ ନେଇଥିଲେ । ଏଥିପାଇଁ ତାଙ୍କୁ ପ୍ରଶଂସା କରାଯାଉ ବୋଲି ସେ କହିଛନ୍ତି । ସେହି ସମୟରେ ଅକ୍ଷର ପଟେଲ କହିଥିଲେ ଯେ, ନିଜେ କିପରି ସେ ଏକଥା କହୁଛନ୍ତି । ଏହାପରେ ତେଓ୍ୱାତିଆ ନିଜ ହକ୍ ପାଇଁ ଲଢିବେ ବୋଲି କହିଥିଲେ ।

କିନ୍ତୁ ଚଳିତ ସିଜିନରେ ତାଙ୍କୁ କିଛି କରିବାକୁ ପଡିନଥିଲା । କିଙ୍ଗସ୍ ଏକାଦଶ ବିପକ୍ଷ ମ୍ୟାଚରେ ରାଜସ୍ଥାନ ପକ୍ଷରୁ ଖେଳୁଥିବା ତେଓ୍ୱାତିଆ ୧୮ ତମ ଓଭରରେ ୫ଟି ଛକା ଲଗାଇ ମ୍ୟାଚର ମୋଡ ବଦଳାଇ ଦେଇଥିଲେ । ଏହାସହ ନିଜ କ୍ୟାରିଅରକୁ ମଧ୍ୟ ଏକ ନୂଆ ଦିଗ ଦେଇଥିଲେ ।

ରାଜସ୍ଥାନ ଟିମ୍‌ରେ ଏପରି ସ୍ଥାନ ପାଇଲେ ତେଓ୍ୱାତିଆ

ଗତବର୍ଷ ନଭେମ୍ବରରେ ରାଜସ୍ଥାନ ରୟାଲ୍ସ ନିଜର ସବୁଠାରୁ ଅନୁଭବୀ ଖେଳାଳି ଆଜିଙ୍କ୍ୟ ରାହାଣେଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସକୁ ଦେଇଥିଲା । ଏହାବଦଳରେ ଦଳ ଦିଲ୍ଲୀରୁ ବୋଲର ତଥା ଅଲରାଉଣ୍ଡର ରାହୁଲ ତେଓ୍ୱାତିଆଙ୍କୁ ନେଇଥିଲା । ଏହାସହ ଲେଗ୍ ସ୍ପିନର୍ ମୟଙ୍କ ମାର୍କଣ୍ଡେୟଙ୍କୁ ଦଳରେ ସାମିଲ କରିଥିଲା । ତେଓ୍ୱାତିଆଙ୍କୁ ଦିଲ୍ଲୀ ୩ କୋଟିରେ କିଣିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.