ରାଜନାଥଙ୍କ ଉପରେ ରାହୁଲ ଖପ୍ପା, ସୂରଜେୱାଲା ପଚାରିଲେ ଡରୁଛନ୍ତି କି ଚୀନ୍‌କୁ ?

Published By : Prameya-News7 Bureau | June 17, 2020 IST

ନୂଆଦିଲ୍ଲୀ ୧୭।୬:   ଲଦ୍ଦାଖ ଗଲୱାନ ଘାଟିରେ ଚୀନ୍‌ ସେନାଙ୍କ ଆକ୍ରମଣରେ ଭାରତୀୟ ସୈନିକଙ୍କ ମୃତ୍ୟୁ ନେଇ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କୁ ଟାର୍ଗେଟ୍ କରିଛନ୍ତି ପୂର୍ବତନ କଂଗ୍ରେସ ଜାତୀୟ ସଭାପତି ରାହୁଲ ଗାନ୍ଧି। ରାଜନାଥ ତାଙ୍କ ବୟାନରେ ଚୀନର ନାମ ହିଁ ନେଇ ନାହାନ୍ତି। ଏହା ସହ ସୈନ୍ୟ ସଂଘର୍ଷରେ ଶହିଦ ଭାରତୀୟ ଜବାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବାରେ ବି ବିଳମ୍ବ ହୋଇଛି। ଏହି ସବୁ ପ୍ରସଙ୍ଗରେ ରାଜନାଥଙ୍କୁ ରାହୁଲ ଟାର୍ଗେଟ୍ କରିଥିବା ବେଳେ ତାଙ୍କ ଟ୍ୱିଟ୍‌ରେ ରି ଟ୍ୱିଟ୍‌ କରିଛନ୍ତି। ଚୀନ୍‌ ନାମ ନ ନେବା ପ୍ରସଙ୍ଗରେ ଡରମାଡୁଛି କି ବୋଲି ପଚାରିଛନ୍ତି ରାହୁଲ।

wp:html /wp:html

ଘଟଣାରେ ଶହିଦଙ୍କ ପ୍ରତି ଶୋକ ବ୍ୟକ୍ତ କରି ରାଜନାଥ ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ଏକ ବାର୍ତ୍ତା ପୋଷ୍ଟ କରିଛନ୍ତି। ଏଥିରେ ଏହାକୁ ଅତ୍ୟନ୍ତ ବେଦନା ଦାୟକ ବୋଲି ରାଜନାଥ ଉଲ୍ଲେଖ କରିଛନ୍ତି। ତେବେ ରାହୁଲ ରିଟ୍ୱିଟ୍‌ କରି ଯଦି ଏହା ବେଦନା ଦାୟକ ଘଟଣା ଏଥିରେ ଏଭଳି କାଣ୍ଡ କରିଥିବା ଚୀନ୍‌ର ନାମ କାଇଁ? କେଉଁଠି ବି ହେଲେ ଚୀନ ବିଷୟରେ ଉଲ୍ଲେଖ ସୁଦ୍ଧା କରିନାହାନ୍ତି। ସେହିପରି ଶହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ଲାଗି ୨ ଦିନ ସମୟ ଲାଗିବା ନେଇ ମଧ୍ୟ ରାହୁଲ ପ୍ରଶ୍ନ ଉଠାଇଛନ୍ତି।

wp:html /wp:html

ସେହିପରି ସୀମାରେ ଆମର ଜବାନ ଶହିଦ ହେଉଥିବା ବେଳେ ରାଜନାଥ ଭର୍ଚୁଆଲ ରାଲିରେ ଜମ୍ମୁ-କାଶ୍ମୀର ଲୋକଙ୍କୁ କାହିଁକି ସମ୍ବୋଧିତ କରୁଥିଲେ? ନିଜେ ଏପରି କରି ପର୍ଦ୍ଦାପଛକୁ  ଯିବାର ଉଦ୍ଦେଶ୍ୟ କଣ ? କ୍ରୋନି ମିଡିଆ କାହିଁକି ଆମ ସେନାକୁ ଦାୟି କରୁଛି ?ଇତ୍ୟାଦି ପ୍ରଶ୍ନ ଉଠାଇଛନ୍ତି ରାହୁଲ। ସେପଟେ କଂଗ୍ରେସ ମୁଖପାତ୍ର ରଣଦୀପ ସୂରଜେୱାଲା ରି ଟ୍ୱିଟ୍‌ କରିଛନ୍ତି।  ବିରୋଧୀ ରାଜନୈତିକ ଦଳଙ୍କ ସରକାର ଭାଙ୍ଗିବାଲାଗି ଜନସମ୍ବାଦ ରାଲି କରିବା ଅପେକ୍ଷା ଯଦି ଦେଶର ସୁରକ୍ଷା କଥା  ପ୍ରଧାନମନ୍ତ୍ରୀ ଚିନ୍ତା କରିଥାନ୍ତେ ହୁଏତ ଆଜି ଚୀନ୍‌ ଏ ଦୁଃଶାହାସ ହୋଇନଥାନ୍ତା ବୋଲି ସୂରଜେୱାଲା ଉଲ୍ଲେଖ କରିଛନ୍ତି।

wp:html /wp:html

କେବଳ ଏତିକି ନୁହେଁ ରାଜନାଥଙ୍କୁ  ଚୀନର ନାମ ବି ନେବାକୁ କାହିଁକି ଡରୁଛ? ଆମର ବାସ୍ତବରେ କେତେ ସୈନିକ ସହିଦ ହୋଇଛନ୍ତି? କେତେଜଣଙ୍କୁ ଚୀନ ସେନା ଅପହରଣ କରିଛନ୍ତି ? ଟ୍ୱିଟ୍‌ରେ ତାର ଜବାବ ମାଗିଛନ୍ତି ସୂରଜେୱାଲା। ଦେସବାସୀ ସବୁ ଜାଣନ୍ତି, ଆଉ ଭ୍ରମିତ କରିବାର ବେଳ ନାହିଁ, ଏବେ ଟ୍ୱିଟର ନୁହେଁ ସାମ୍ନାକୁ ଆସି ସମ୍ବାଦ କର ବୋଲି ସୂରଜେୱାଲା ଦାବି କରିଛନ୍ତି।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.