Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

କରୋନା ଲକଡାଉନ୍ ନେଇ ପୁଣି ମୋଦିଙ୍କୁ ଟାର୍ଗେଟ୍ କଲେ ରାହୁଲ, ଦେଲେ ଆଇନଷ୍ଟାଇନଙ୍କ ଉଦାହରଣ

15/06/2020 at 7:26 PM

ନୂଆଦିଲ୍ଲୀ ୧୫।୬:  ଦେଶରେ କରୋନା ସଂକ୍ରମଣ ବଢି ବଢି ଚାଲିଥିବା ବେଳେ ସରକାରଙ୍କ ଲକଡାଉନ ନିୟମକୁ ନେଇ ପୁଣି ଥରେ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ଏଆଇସସି ଅଧ୍ୟକ୍ଷ ରାହୁଲ ଗାନ୍ଧି। ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ରାହୁଲ ପ୍ରଖ୍ୟାତ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ୍‌ଙ୍କର ମଧ୍ୟ ଉଦାହରଣ ଦେଇଛନ୍ତି। ଯେଉଁଥିରେ ଅଜ୍ଞାନତା ଠାରୁ ଅହଂକାରକୁ ସବୁଠୁ ବ଼ଡ ଘାତକ ବୋଲି ରାହୁଲ ଉଲ୍ଲେଖ କରିଛନ୍ତି।

ରାହୁଲ ଗାନ୍ଧି ଦେଶରେ ବଢି ବଢି ଚାଲିଥିବା କରୋନା ସଂକ୍ରମଣକୁ ନେଇ ଉଦବେଗ୍ ପ୍ରକାଶ କରିଛନ୍ତି। ଏଥିଲାଗି ସେ ଏକ ପୃଥକ ପୋଷ୍ଟରେ ଦେଶର କରୋନା ଗ୍ରାଫ ମଧ୍ୟ ଲଗାଇଛନ୍ତି। ୪ ପର୍ଯ୍ୟାୟ ଲକଡାଉନରେ କରୋନା କିପରି ଦେଶରେ ବଢିଥିଲା ତାହା ରାହୁଲ ବୁଝାଇବାକୁ ଚେଷ୍ଟା କରିଛନ୍ତି। ସରକାର କରୋନା ନିୟନ୍ତ୍ରଣ ଲାଗି ସଠିକ ପଦକ୍ଷେପ ନେବାରେ ଭୁଲ କରିବା ଏପରି ପରିସ୍ଥିତି ସୃଷ୍ଟି କରିଥିବା ରାହୁଲ ବୁଝାଇବାକୁ ଚେଷ୍ଟା କରିଛନ୍ତି। କରୋନା ସଂକ୍ରମଣରେ ଭାରତ ଏବେ ବିଶ୍ୱ ଶିର୍ଷ ଦେଶଙ୍କ ଚତୁର୍ଥ ସ୍ଥାନରେ ପହଞ୍ଚିଥିବା ରାହୁଲ ଉଲ୍ଲେଖ କରିଛନ୍ତି।

ସାରା ଦେଶରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୩୨ ହଜାର ପହଞ୍ଚିଲାଣି। ଲଗାତାର ତୃତୀୟ ଦିନ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୧ ହଜାର ପାର କରୁଛି। ଦେଶରେ ମୃତକଙ୍କ ସଂଖ୍ୟା ୯ହଜାର ୧୯୫ରେ ପହଞ୍ଚିଛି। ଦେଶରେ ଏବେବି ୧ଲକ୍ଷ ୪୯ ହଜାର ୩୪୮ ଆକ୍ଟିଭ କେସ୍ ରହିଛି।   

   Related Posts