Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଲିସର ଅପରେସନ୍ ହାଇଦର : ଚଢାଉ ଜୋରଦାର, ବିଭିନ୍ନ ସ୍ଥାନରେ ଲାଗିଲା ପୋଷ୍ଟର
  • ||
  • ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ
  • ||
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||

ପୁଣି ରାଫେଲ ଡିଲ ନେଇ ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ, ଏଥର ପ୍ରତିରକ୍ଷା ମନ୍ତ୍ରଣାଳୟର ଚିଠି ଦେଖାଇ କଲେ ଆଟାକ

8/02/2019 at 7:10 PM

ନୂଆଦିଲ୍ଲୀ ୮|୨: ପୁଣି ଉଠିଲା ରାଫେଲ୍‌ ପ୍ରସଙ୍ଗ । ଆଜି ପୁଣି ରାଫେଲ ବିବାଦ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ପ୍ରତିରକ୍ଷା ମନ୍ତ୍ରାଳୟର ଏକ ଚିଠିକୁ ସର୍ବସାଧାରଣ କରିବା ସହ ରାଫେଲ ଦୁର୍ନୀତିରେ ପ୍ରଧାନମନ୍ତ୍ରୀ ମୋଦି ସିଧାସଳଖ ଜଡ଼ିତ ବୋଲି ଅଭିଯୋଗ କରିଛନ୍ତି । ଯାହାର ଜବାବ ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ। …

ମୋଦି ସରକାରଙ୍କ ପିଛା ଛାଡୁନି ରାଫେଲ ବିବାଦ । ଏଥର ରାଫେଲ ପ୍ରସଙ୍ଗରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ସିଧା ଟାର୍ଗେଟ୍‌ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କୁ । ଗଣମାଧ୍ୟମରେ ପ୍ରତିରକ୍ଷା ମନ୍ତ୍ରାଳୟର ଏକ ଚିଠି ସର୍ବସାଧାରଣ ହେବା ପରେ ରାଫେଲ ଦୁର୍ନୀତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଧାସଳଖ ଜଡିତ ଥିବା ଅଭିଯୋଗ କରିଛନ୍ତି । ରାହୁଲ ଦର୍ଶାଇଥିବା ଚିଠିଟି ହେଉଛି ପ୍ରତିରକ୍ଷା ମନ୍ତ୍ରାଳୟର ।

ପ୍ରତିପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରତିରକ୍ଷାମନ୍ତ୍ରୀଙ୍କୁ ଲେଖାଯାଇଥିବା ଏହି ଚିଠିରେ ରହିଛି ଯେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଦ୍ବାରା ରାଫେଲ ଡିଲ୍‌ରେ ସମାନ୍ତରଳ କଥାବାର୍ତ୍ତା କରାଯାଉଥିବାରୁ ଏହା ଡିଲ୍‌କୁ ଧକ୍କା ଲଗାଇପାରେ । ପ୍ରତିରକ୍ଷା ମନ୍ତ୍ରାଳୟ ତରଫରୁ ବିଭାଗୀୟ ମନ୍ତ୍ରୀଙ୍କୁ ଏହି ଚିଠି ୨୪ ନଭେମ୍ବର ୨୦୧୫ରେ ଲେଖାଯାଇଛି । ଏୟାର ଫୋର୍ସର ୩୦ହଜାର କୋଟି ଟଙ୍କା ପିଏମ୍‌ଓ ଅଫିସ ଲୁଟିଥିବା ଅଭିଯୋଗ କରିଛନ୍ତି ରାହୁଲ । ତେଣୁ ରାଫେଲ ଚୁକ୍ତିର ଜେପିସି ତଦନ୍ତ ଦାବିକୁ ପୁଣି ଦୋହରାଇଛନ୍ତି ।

କଂଗ୍ରେସ ଅଧ୍ୟକ୍ଷଙ୍କ ଏଭଳି ଷଣ୍ଢୁଆଶୀ ଆକ୍ରମଣ ଦେଖି ଆଗକୁ ଆସିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ । ଗୃହରେ ଜବାବ ରଖି କହିଛନ୍ତି ରାଫେଲ ମାମଲାରେ ସବୁ ଅଭିଯୋଗକୁ ସୁପ୍ରିମକୋର୍ଟ ଖାରିଜ କରିଛନ୍ତି । ଏ ସଂପର୍କିତ ରାୟ ଦେଶ ସାମ୍ନାରେ ଅଛି । ବିରୋଧୀ କେବଳ ପୋତାଯାଇଥିବା ଶବ ଖୋଳୁଛନ୍ତି । ଗଣ ମାଧ୍ୟମରେ ପ୍ରକାଶିତ ନୋଟିଂ ସଂପୂର୍ଣ୍ଣ ପ୍ରକାଶ କରାଯାଇନାହିଁ । ସେତେବେଳେର ପ୍ରତିରକ୍ଷାମନ୍ତ୍ରୀ ମନୋହର ପାରିକର ପ୍ରତିରକ୍ଷା ସଚିବଙ୍କୁ ଦେଇଥିବା ନୋଟିଂରେ ସ୍ପଷ୍ଟ ଉତ୍ତର ରଖିସାରିଛନ୍ତି । ତେଣୁ ସେତବେଳେର ରକ୍ଷା ମନ୍ତ୍ରୀଙ୍କ ଜବାବ ଗୁରୁତ୍ବ ବହନ କରୁଛି ଯାହାକୁ ନା ପ୍ରକାଶିତ କରାଯାଇଛି ନା ବିରୋଧୀ ଉଠାଇଛନ୍ତି  । ରାଫେଲ ଉପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହାର ପ୍ରଗତି ସଂପର୍କରେ ଜାଣିବାକୁ ଚାହିଁବା ଅର୍ଥ ହସ୍ତକ୍ଷେପ ନୁହେଁ ବୋଲି କହିଛନ୍ତି ନିର୍ମଳା ।

ଏବେ ରାଫେଲକୁ ନେଇ ପୁଣି ଘମାସାନ୍‌ ଆରମ୍ଭ ହୋଇଯାଇଛି । ଗତକାଲି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ରଖି ମୋଦି ରାଫେଲ ପ୍ରସଙ୍ଗରେ ରାହୁଲ ଏବଂ କଂଗ୍ରେସକୁ ଟାର୍ଗେଟ କରିଥିଲେ । ଅଭିଯୋଗକୁ ଖଣ୍ଡନ କରିବା ସହ ଦେଶର ସେନାକୁ କଂଗ୍ରେସ ଶକ୍ତିଶାଳୀ କରିବାକୁ ଚାହୁଁନଥିବା ଭଳି ଅଭିଯୋଗ କରିଥିଲେ । ଏ ବେ ରାଫେଲ ଡିଲ୍  ନେଇ ମୋଦିଙ୍କ ଠାରୁ ଉତ୍ତର ମାଗିଛନ୍ତି ରାହୁଲ ।

   Related Posts