Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

କରୋନାରେ ମୋଦିଙ୍କ ପଦକ୍ଷେପକୁ ରାହୁଲ ବି କଲେ ସମର୍ଥନ, କହିଲେ ‘ସରକାରଙ୍କ ପ୍ରଥମ ଭଲ କାମ’

26/03/2020 at 4:16 PM

ନୂଆଦିଲ୍ଲୀ୨୬।୩ :  କରୋନା ଭାଇରସ୍ ସଂକ୍ରମଣ ଜନିତ ମହାମାରୀର ସଂକଟ ଦେଇ ଗତି କରୁଥିବା ଦେଶ ଲାଗି କେନ୍ଦ୍ରର ମୋଦି ସରକାର ଗୁରୁବାର ୧ଲକ୍ଷ ୭୦ ହଜାର କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି। କରୋନା ଲକ୍ ଡାଉନ୍‌ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ପ୍ୟାକେଜ୍ ଘୋଷଣା କରିଥିବା ବେଳେ ସମାଜର ପ୍ରତ୍ୟେକ ବର୍ଗକୁ ସରକାର ପ୍ରାଧାନ୍ୟ ଦେଇଥିବା କହିଛନ୍ତି। ପ୍ୟାକେଜ୍‌ରେ ଗରିବ, ଖଟିଖିଆ, ବୃଦ୍ଧ, ବୃଦ୍ଧା, ଦିବ୍ୟାଙ୍ଗ, ମହିଳା, ଚାଷୀ, କର୍ମଜୀବୀଙ୍କ ଲାଗି ରହିଥିବା ବ୍ୟବସ୍ଥାକୁ ପୂର୍ବତନ ଏଆଇସିସି ସଭାପତି ତଥା ସାଂସଦ ରାହୁଲ ଗାନ୍ଧି ସ୍ୱାଗତ କରିଛନ୍ତି। କହିଛନ୍ତି ଏତେ ବର୍ଷରେ ପ୍ରଥମଥର ଉଚିତ ପଦକ୍ଷେପ ନେଇଛନ୍ତି ସରକାର ।

ରାହୁଲ ଏକ ଟ୍ୱିଟ୍‌ ବାର୍ତ୍ତାରେ ସରକାରଙ୍କ କରୋନା ପ୍ୟାକେଜ୍‌କୁ ସ୍ୱାଗତ କରିବା ସହ ଉପୁଜିଥିବା ପରିସ୍ଥିତିରେ ଚାଷୀ, ଦିନମଜୁରିଆ, ଶ୍ରମିକ, ମହିଳା ଓ ବୟସ୍କ ଲୋକେ ଗୁରୁତର ପ୍ରଭାବିତ ହୋଇଛନ୍ତି। ବାସ୍ତବିକ ଦେଶ ସେମାନଙ୍କ ନିକଟରେ ଋଣୀ। ଏଭଳି ଲୋକଙ୍କୁ ପ୍ୟାକେଜ୍‌ରେ ସରକାର ପ୍ରାଥମିକତା ଦେବା ବାସ୍ତବିକ ସରକାରଙ୍କର ଏକ ଭଲ ପଦକ୍ଷେପ ବୋଲି ଲେଖିଛନ୍ତି ରାହୁଲ।

କରୋନା ସଂକଟର ମୁକାବିଲା ଲାଗି ସରକାର ଦେଶରେ  ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏଥିରେ, ଗରିବ, ଶ୍ରମିକ ଓ କର୍ମଚାରୀ ଗୁରୁତର ପ୍ରଭାବିତ ହୋଇଥିବା ବେଳେ ସରକାର ପ୍ରଧାନମନ୍ତ୍ରୀ କରିବ କଲ୍ୟାଣ ଅନ୍ନ ଯୋଜନାରେ ଏହି ପ୍ୟାକେଜ୍ ଘୋଷଣା କରିଛନ୍ତି। ଏଥିରେ ଖାଦ୍ୟାନ୍ନ ସାଙ୍ଗକୁ ଆର୍ଥିକ ପ୍ରୋତ୍ସାହନର ବ୍ୟବସ୍ଥା ମଧ୍ୟ ରହିଛି। ଏଥିଲାଗି ରାହୁଲ ଦେଶରେ କରୋନା ସଂକ୍ରମଣ ହେବା ଠାରୁ ଦାବି କରିଆସୁଥିଲେ। ସେହିପରି ଦେଶର କରୋନା ସଂଗ୍ରାମରେ ସାମିଲ ହେଉଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ବୀମା ବ୍ୟବସ୍ଥା ମଧ୍ୟ ପ୍ୟାକେଜ୍‌ରେ ଘୋଷଣା କରିଛନ୍ତି।  

   Related Posts