Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

କୃଷି ବିଧେୟକ ବିରୋଧରେ କଂଗ୍ରେସର #Speak Up For Farmers ଅଭିଯାନ

26/09/2020 at 5:42 PM

ନୂଆଦିଲ୍ଲୀ ୨୬।୯: ସଂସଦର ମୌସୁମୀ ଅଧିବେଶନରେ ଗୃହୀତ ହୋଇଥିବା କୃଷି ବିଧେୟକକୁ ନେଇ ସାରା ଦେଶରେ ଏବେ ଚାଷୀ ଅସନ୍ତୋଷ ଦେଖାଦେଇଛି। ବିଧେୟକକୁ ବିରୋଧ କରି ଚାଷୀମାନେ ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରୁଛନ୍ତି। ଚାଷୀଙ୍କ ଆନ୍ଦୋଳନକୁ ବିଭିନ୍ନ ରାଜନୈତିକ ଦଳମାନେ ସମର୍ଥନ କରୁଥିବା ବେଳେ କଂଗ୍ରେସ୍‌ ମଧ୍ୟ ନିଜକୁ ଏଥିରେ ସାମିଲ କରିଛି।

ଏଥିରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧି ଶନିବାର ସୋସିଆଲ ମିଡିଆରେ ଏକ ଭିଡିଓ ଜାରିକରିଛନ୍ତି। ଯେଉଁଥିରେ ସେ ‘ସ୍ପିକ୍ ଅପ୍ ଫର ଫାର୍ମର୍ସ’ ହାସଟ୍ୟାଗ୍‌ରେ ଏକ ଅଭିଯାନ ଆରମ୍ଭ କରିଛନ୍ତି। ଭିଡିଓରେ  ରାହୁଲ ସୋସିଆଲ ମିଡିଆରେ ଲୋକଙ୍କୁ କଂଗ୍ରେସର ଅଭିଯାନ ସହ ସମ୍ପୃକ୍ତ ହେବାକୁ ଓ ସମର୍ଥନ ଜଣାଇବାକୁ ନିବେଦନ କରିଛନ୍ତି।

ରାହୁଲ ସଂସଦରେ କୃଷି ବିଧେୟକ ଅଗଣତାନ୍ତ୍ରିକ ପଦ୍ଧତୀରେ ସରକାର ଗୃହୀତ କରାଇଥିବା ଅଭିଯୋଗ କରିଛନ୍ତି। ଏଥିରେ ସରକାର ତାଙ୍କ ପୁଞ୍ଜିପତି ବନ୍ଧୁଙ୍କ ଲାଗି ଆମର କୃଷିକ୍ଷେତ୍ରକୁ ଉନ୍ମୁକ୍ତ କରିଦେବାକୁ ଯାଉଥିବା ରାହୁଲ କହିଛନ୍ତି। ସମୃଦ୍ଧ ଭାରତର ମେରୁଦଣ୍ଡ ହେଉଛି ଚାଷୀ । ଏଣୁ କଂଗ୍ରେସ ଏବେ ଚାଷୀଙ୍କ ସପକ୍ଷରେ ଛିଡା ହୋଇଥିବା ରାହୁଲ କହିଛନ୍ତି। ଦେଶବାସୀଙ୍କୁ ମଧ୍ୟ କଂଗ୍ରେସ ସମର୍ଥନରେ ଆସିବା ଲାଗି ରାହୁଲ ନିବେଦନ କରିଛନ୍ତି।

ରାହୁଲ ତାଙ୍କ ଭିଡିଓ ବାର୍ତ୍ତାରେ କୃଷି ବିଧେୟକ ସହ ଆହୁରି ଅନେକ ସମସ୍ୟା ଥିବା କହିଛନ୍ତି। ସରକାର ଚାଷୀଙ୍କ ସମସ୍ୟା ସମ୍ପର୍କରେ ଜାଣିବା ଦରକାର, ହେଲେ ସମସ୍ୟା ସହ କୌଣସି ନେଣଦେଣ ନାହିଁ ବୋଲି ସରକାର କହୁଛନ୍ତି। ଏଭଳି ପରିସ୍ଥିତିରେ କଂଗ୍ରେସର ‘ସ୍ପିକ୍‌ ଅପ୍ ଫର ଫାର୍ମର୍ସ’ ଅଭିଯାନ ଚାଷୀଙ୍କ ଶ୍ୱରକୁ ସୁନିଶ୍ଚିତ କରିବ ବୋଲି କହିଛନ୍ତି ରାହୁଲ।   

   Related Posts