Monday, September 23, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାହୁଲ ପଚାରିଲେ କୁଆଡ଼େ ଗଲା ଶୀତଳ ଭଣ୍ଡାର, କୁଆଡ଼େ ଗଲା ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ, କୁଆଡ଼େ ଗଲା କୃଷିଭିତ୍ତିକ ଶିଳ୍ପ ?

ବରଗଡ଼ ୧୫/୩: ବରଗଡ୧୫|୩: ବରଗଡରେ ମୋଦି ନବୀନଙ୍କ ଉପରେ ଗର୍ଜିଲେ ରାହୁଲ ଗାନ୍ଧି। ବରଗଡ ସରସରା ଗାଁରେ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେଇ ରାହୁଲ କେନ୍ଦ୍ର ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି। ପୂର୍ବରୁ ୪ଥର ଓଡ଼ିଶା ଗସ୍ତରେ ଆସିସାରିଥିବା ରାହୁଲ ନିର୍ବାଚନ ଘୋଷଣା ପରେ ପ୍ରଥମ ଥର ଓଡ଼ିଶା ଆସି ନିର୍ବାଚନ ପ୍ରଚାର କରିଛନ୍ତି।

ନିର୍ବାଚନ ଘୋଷଣା ପରେ ପ୍ରଥମ ଓଡ଼ିଶା ଗସ୍ତ। ଟାର୍ଗେଟରେଥିଲେଉଭୟରାଜ୍ୟସରକାର ଓ ମୋଦିସରକାର।  କୃଷିପ୍ରଧାନବରଗଡ ମାଟିରେ କୃଷି ଓ କୃଷକ ସମସ୍ୟା ହାଇଲାଇଟ୍ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ।  ଗତ ୫ ବର୍ଷ ମଧ୍ୟରେ ମୋଦି କିଛି ଲୋକଙ୍କ ସାଢେ ୩ ହଜାର କୋଟି ଟଙ୍କା ଋଣ ଛାଡ କରିଛନ୍ତି । ହେଲେ ଚାଷୀଙ୍କ ଋଣ ଛାଡ ପାଇଁ ତାଙ୍କ ପାଖରେ ଟଙ୍କାଟିଏ ନାହିଁ । ଏହି ପ୍ରସଙ୍ଗ ଉଠାଇ ପୁଣି କୃଷି ଋଣ ଛାଡ଼ ପ୍ରତିଶ୍ରୁତି ଦେଇଛନ୍ତି। ପଚାରିଛନ୍ତି କୁଆଡ଼େ ଗଲା ଶୀତଳ ଭଣ୍ଡାର, କୁଆଡ଼େ ଗଲା ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ, କୁଆଡ଼େ ଗଲା କୃଷିଭିତ୍ତିକ ଶିଳ୍ପ।  ଆଉ ଏମିତି ସବୁ ପ୍ରଶ୍ନ ପଚାରି ଆହ୍ବାନ ଦେଇଛନ୍ତି ଛତିଶଗଡ଼ ଯାଇ ଦେଖ , ପ୍ରତିଶ୍ରୁତି କେମିତି ପାଳନ କରାଯାଏ।

ରାହୁଲଙ୍କ ଏହିସଭାରେଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ପ୍ରମୁଖ ଉପସ୍ଥିତ ଥିଲେ ।

ଛତିଶଗଡ଼ରବିକାଶଚିତ୍ରସିନାରାହୁଲଦେଖାଇଥିଲେକିନ୍ତୁମହାନଦୀପ୍ରସଙ୍ଗଉଠାଇନଥିଲେ।ଆଦିବାସୀଙ୍କ ଜମି ଲୁଟ୍‌, ବେରୋଜଗାରୀ, ଶିକ୍ଷା ବ୍ୟବସ୍ଥାର ଘରୋଇକରଣ, ସ୍ବାସ୍ଥ୍ୟ ବ୍ୟବସ୍ଥାର ଅବନତି,କଥା କହି ପୁଣି ରିମୋଟ କଣ୍ଟ୍ରୋଲ ଆକ୍ଷେପ କରିଛନ୍ତି ରାହୁଲ। ଏଥିସହିତଚିଟ୍‌ଫଣ୍ଡ ଓ ଖଣି ଦୁର୍ନୀତିର ଦୋଷୀଙ୍କୁ କାଠଗଡାକୁ ଟଣାଯିବ ବୋଲି ବି କହିଥିଲେ । ଆଉ ରାହୁଲଙ୍କ ଗସ୍ତରେ ଉତ୍ସାହିତ ହୋଇଥିଲେ ପିସିସି ସଭାପତି।

ଛତିଶଗଡ଼ ଫର୍ମୁଲା ବଖାଣିଛନ୍ତି ରାହୁଲ ।ସେପଟେ ରାହୁଲଙ୍କ ଏହି ଆକ୍ଷେପର ଜବାବ ରଖିଛନ୍ତି ବିଜେଡି ଓ ବିଜେପି। ବରଂପାଲଟା ପ୍ରଶ୍ନ କରିଛନ୍ତି। ଚଳିତ ବର୍ଷ ରାହୁଲଙ୍କ ଏହା ଚତୁର୍ଥ ଓଡ଼ିଶା ଗସ୍ତ, ୫ଟି ରାଲିର ସମ୍ବୋଧନ କରିଛନ୍ତି । ତେବେଫୋକସରେ ରହିଛି ପଶ୍ଚିମ ଓଡ଼ିଶା।

199 Views

   ସମ୍ବନ୍ଧିତ ଖବର