Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

କେନ୍ଦ୍ର ଉପରେ ବର୍ଷିଲେ ରାହୁଲ ଗାନ୍ଧୀ, କହିଲେ- ବୁଲେଟ୍ ଟ୍ରେନ ପ୍ରକଳ୍ପ ରୋକିବା ବଦଳରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଉପରେ ରୋକ୍ ଲଗାଇବା ସରକାରଙ୍କ ଅମାନବୀୟ ନିର୍ଣ୍ଣୟ

24/04/2020 at 4:21 PM

ନୂଆଦିଲ୍ଲୀ ୨୪।୦୪: କରୋନା ଭାଇରସ୍‌ କାରଣରୁ ଦେଶର ଅର୍ଥବ୍ୟବସ୍ଥା ଉପରେ ଗୁରୁତର ପ୍ରଭାବ ପଡିଛି। ଏହି ମାମଲାରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ କ୍ରମାଗତ ମୋଦୀ ସରକାରଙ୍କୁ ଘେରି ଆସିଛନ୍ତି। ଏହି କ୍ରମରେ ଶୁକ୍ରବାର ରାହୁଲ ଗାନ୍ଧୀ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ଉପରେ ରୋକ୍‌ ଲଗାଯିବା କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିଛନ୍ତି।  ରାହୁଲ ଗାନ୍ଧୀ ଏହି ନିଷ୍ପତ୍ତିକୁ ଅମାନବନୀୟ ଓ ଅସମ୍ଵେଦନଶୀଳ କହିଛନ୍ତି।

କଂଗ୍ରେସ ସାଂସଦ ରାହୁ ଗାନ୍ଧୀ ଟୁଇଟ୍ କରି ଲେଖିଛନ୍ତି ଯେ, ଲକ୍ଷାଧିକ କୋଟି ଟଙ୍କା ବ୍ୟୟରେ ବୁଲେଟ୍ ଟ୍ରେନ ପ୍ରକଳ୍ପ ଏବଂ କେନ୍ଦ୍ରୀୟ ଭିଷ୍ଟା ସୌନ୍ଦର୍ଯ୍ୟକରଣ ପ୍ରକଳ୍ପକୁ ବନ୍ଦ କରିବା ପରିବର୍ତ୍ତେ କେନ୍ଦ୍ର ସରକାର କରୋନା ସହ ସଂଘର୍ଷ କରୁଥିବା ଜନତାଙ୍କ ସେବା କରୁଥିବା କେନ୍ଦ୍ରୀୟ କର୍ମଚାରୀ, ପେନସନଭୋଗୀ ଓ ଦେଶର ଯବାନଙ୍କ ମହଙ୍ଗା ଭତ୍ତା(DA) କାଟିବା ପରି ଅସମ୍ବେଦନଶୀଳ ତଥା ଅମାନବୀୟ ନିର୍ଣ୍ଣୟ ନେଇଛନ୍ତି।

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାର ଯେଉଁ ହ୍ରାସ ଘୋଷଣା କରିଛନ୍ତି ସେଥିରେ ସରକାରୀ ରାଜକୋଷରେ ପ୍ରାୟ ୧.୨୦ ଲକ୍ଷ କୋଟି ଟଙ୍କା ସଞ୍ଚୟ ହେବ। କରୋନା କାରଣରୁ ଉତ୍ପନ ସଙ୍କଟ ମଧ୍ୟରେ ସରକାର ଏହାକୁ ବଡ ପଦକ୍ଷେପ କହୁଛନ୍ତି।

ଗତ ମାର୍ଚ୍ଚ ମାସରେ ମୋଦୀ ସରକାର କେନ୍ଦ୍ରୀୟ କର୍ମଚାରୀଙ୍କୁ ଏକ ଉପହାର ଦେଇଥିଲେ। ସରକାର ନିଜର କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତାରେ ଚାରି ପ୍ରତିଶତ ବୃଦ୍ଧି କରିଥିଲେ। ମାତ୍ର ଏବେ କରୋନା ସଙ୍କଟ କାରଣରୁ ଏହି ବୃଦ୍ଧିକୁ ରୋକିବାକୁ ନିଷ୍ପତ୍ତି ନିଆଯାଇଛି।

   Related Posts