ମୋଦି ମିଛ କହିଛନ୍ତି : ରାହୁଲ

Published By : Prameya-News7 Bureau | July 20, 2018 IST

ନୂଆଦିଲ୍ଲୀ : ମୋଦି ଦେଶବାସୀଙ୍କ ମିଛ କହିଛନ୍ତି ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ | ଅନାସ୍ଥା ପ୍ରସ୍ତାବ ସମ୍ପର୍କରେ ଲୋକସଭାରେ ନିଜ ବକ୍ତବ୍ୟ ରଖିବା ବେଳେ ରାହୁଲ କହିଛନ୍ତି ଯେ, ରାଫ୍ଲେ ଜେଟ ବାବଦରେ ଫ୍ରାନ୍ସ ଓ ଭାରତ ମଧ୍ୟରେ ଗୁପ୍ତ ବୁଝାମଣା ହୋଇଥିଲା ବୋଲି ମୋଦି ଏବଂ ବୈଦେଶିକ ବ୍ୟାପାରମନ୍ତ୍ରୀ ନିର୍ମଳ ସୀତାରମଣ ଦେଶବାସୀଙ୍କ କହିଛନ୍ତି | କିନ୍ତୁ ସେ ନିଜେ ଫ୍ରାନ୍ସର ରାଷ୍ଟ୍ରପତିଙ୍କ ସହ ଏ ସମ୍ପର୍କରେ କଥା ହୋଇଛନ୍ତି | ଫ୍ରାନ୍ସ ରାଷ୍ଟ୍ରପତି ସିଧାସଳଖ କହିଛନ୍ତି ଯେ, ଭାରତ ସହିତ ଏଭଳି କୌଣସି ଡ଼ିଲ ହୋଇନାହିଁ | ଅପରପକ୍ଷରେ ଏଭଳି ଡ଼ିଲ ୨୦୦୮ ମସିହାରେ ତତ୍କାଳୀନ ପ୍ରତିରକ୍ଷାମନ୍ତ୍ରୀ ଏଲ.କେ.ଆଡ଼ଭାନୀ ଏବଂ ଫ୍ରାନ୍ସ ସରକାରଙ୍କ ମଧ୍ୟରେ ହୋଇଥିଲା ବୋଲି ନିର୍ମଳ ସୀତାରମଣ କହିଥିଲେ | ଏନ୍ଡ଼ିଏ ବେଳେ ଏହି ଡ଼ିଲକୁ ଆଗକୁ ନେଇଛି | ନିର୍ମଳ ଏ ସଂକ୍ରାନ୍ତୀୟ ବୁଝାମଣାର ପ୍ରାସଙ୍ଗିକ ଅଙ୍ଗଟିକୁ ଗୃହରେ ପଢି ଶୁଣାଇଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.