ଛାତ୍ରଙ୍କ ହକ୍‌ରେ ବାହାରିଲେ ରାହୁଲ, କହିଲେ- ସରକାରୀ ଦଳ ଡିସଲାଇକ୍, କମେଣ୍ଟ ବନ୍ଦ କରି ପାରିବେ, ଆପଣଙ୍କ ସ୍ଵର ନୁହେଁ

Published By : Prameya-News7 Bureau | September 05, 2020 IST

ନୂଆଦିଲ୍ଲୀ ୦୫।୦୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ କି ବାତ କାର୍ଯ୍ୟକ୍ରମର ଭିଡିଓକୁ ୟୁଟ୍ୟୁବ୍‌ରେ ଲାଇକ୍‌ଠୁ ଅଧିକ ଡିସ୍‌ଲାଇକ୍‌ ମିଳିଥିଲା। ଜେଇଇ ଓ ନିଟ୍‌ ପରୀକ୍ଷା ସ୍ଥଗିତ ନହେବାରୁ ପରୀକ୍ଷାର୍ଥୀ ଅସନ୍ତୁଷ୍ଟ ହୋଇ ଡିସ୍‌ଲାଇକ୍‌ କରିଥିବା କୁହାଯାଇଛି। ଏବେ କେନ୍ଦ୍ର ସରକାର ଆରଆରବି ପରୀକ୍ଷା ପାଇଁ ଆଡମିଟ୍‌ କାର୍ଡ ମଧ୍ୟ ଜାରି କରିଛନ୍ତି। କଂଗ୍ରେସ ଏହାକୁ ନେଇ କ୍ଷମତାସୀନ ବିଜେପିକୁ ନିଶାଣ କରିଛି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବେ ବିଜେପି ଉପରେ ଆକ୍ରମଣ କରିଛନ୍ତି।

ରାହୁଲ ଗାନ୍ଧୀ  ଟ୍ଵିଟ୍ କରିଛନ୍ତି, ସେମାନେ ଡିସଲାଇକ୍‌, କମେଣ୍ଟ ବନ୍ଦ କରି ପାରିବେ, ମାତ୍ର ଆପଣଙ୍କ ସ୍ଵର ନୁହେଁ। ଆମେ ଆପଣଙ୍କର କଥାକୁ ଦୁନିଆ ସାମ୍ନାରେ ରଖି ଚାଲିଥିବୁ।

wp:html /wp:html

ଏହା ପୂର୍ବରୁ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଯୁବ ବିରୋଧୀ କହିଥିଲା। କଂଗ୍ରେସର ମୁଖ୍ୟ ମୁଖପାତ୍ର ରଣଦୀପ ସୁରଜେଓ୍ଵାଲା ଟ୍ଵିଟ୍ କରି ସରକାରଙ୍କୁ ଅନେକ ପ୍ରଶ୍ନ କରି ପ୍ରଶ୍ନ କରିଥିଲେ। ଅନ୍ୟପଟେ ମୁଖପାତ୍ର ଗୌରବ ବଲ୍ଲଭ ଅଟକି ରହିଥିବା ନିଯୁକ୍ତି ପ୍ରକ୍ରିୟାକୁ ନେଇ ପ୍ରଶ୍ନ କରିଥିଲେ। ସେ କହିଥିଲେ ସିଏମଆଇଆଇ ଅନୁଯାୟୀ ଲକ୍‌ଡାଉନ୍‌ ସମୟରେ ୧.୮୯ କୋଟି ଚାକିରି ହାତରୁ ଚାଲି ଯାଇଛି। ୨୦୧୯ ଫେବୃଆରୀ ୨୩ରେ ଏକ ଲକ୍ଷରୁ ଅଧିକ ପଦରେ ନିଯୁକ୍ତି ପାଇଁ ଆମନ୍ତ୍ରିତ କରାଯାଇଥିଲା।

ସେ କହିଥିଲେ ଏହି ସବୁ ପଦ ପାଇଁ ଏକ କୋଟି ଯୁବକ ଆବେଦନ କରିଥିଲେ। ପ୍ରତ୍ୟେକଙ୍କଠୁ ପରୀକ୍ଷା ଶୁଳ୍କ ଭାବେ ୫୦୦ ଟଙ୍କା ନିଆଯାଇଥିଲା। କିନ୍ତୁ ଏ ପର୍ଯ୍ୟନ୍ତ ସେମାନଙ୍କର ପରୀକ୍ଷା ତାରିଖ ଘୋଷଣା କରାଯାଇ ନାହିଁ। କଂଗ୍ରେସ ମୁଖପାତ୍ର କହିଛନ୍ତି ରେଲଓ୍ଵେରେ ୬୪ ଲୋକୋ ପାଇଲଟ୍‌ର ଫଳାଫଳ  ଘୋଷଣା କରାଯାଇଥିଲା ହେଲେ ନିଯୁକ୍ତି ପତ୍ର ଦିଆଯାଇ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.