Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ : ଅଟୋକୁ ଧକ୍କା ଦେଲା ହାଇଓ୍ବା : ଚାଲିଗଲା ମା’, ପୁଅ ଓ ଝିଅଙ୍କ ଜୀବନ
  • ||
  • ବ୍ରହ୍ମପୁର : ପଛରୁ ଆସି ଝାମ୍ପି ନେଲେ ୨ଲକ୍ଷ ଟଙ୍କା, ଲୁଟେରାଙ୍କ ଆକ୍ରମଣରେ ବାଇକ ଆରୋହୀ ଗୁରୁତର
  • ||
  • ବ୍ରହ୍ମପୁର : ୪୫ଗ୍ରାମର ବ୍ରାଉନସୁଗାର ଜବତ, ଜଣେ ଗିରଫ
  • ||
  • ନବରଙ୍ଗପୁର : ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍‌, ଘରୁ ଜବତ ହେଲା ନଗଦ ୧୭ଲକ୍ଷରୁ ଅଧିକ ଟଙ୍କା
  • ||
  • ବ୍ରହ୍ମପୁରରେ ନକଲି ଲଙ୍କାଗୁଣ୍ଡ କାରଖାନା ଠାବ, ବିପୁଳ ପରିମାଣର ସାମଗ୍ରୀ ଜବତ
  • ||
  • ମୋହନା : ଅପରେସନ୍ ଗ୍ରୀନ କ୍ଲିନ୍, ପୁଣି ୧୨ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ
  • ||
  • ପୁରୀ : ପ୍ରତିକ୍ଷାର ଅନ୍ତ, ଆଜିଠୁ ବିନା କୋଭିଡ଼ ରିପୋର୍ଟରେ କାଳିଆ ଦର୍ଶନ
  • ||
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||

ଏ ସମୟରେ ସରକାରଙ୍କ ସହ ଅଛନ୍ତି ବିରୋଧୀ : ରାହୁଲ ଗାନ୍ଧି

15/02/2019 at 12:02 PM

ନୂଆଦିଲ୍ଲୀ ୧୫|୨: ଜମ୍ମୁକାଶ୍ମୀର ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ପ୍ରେସମିଟ୍ କରିଛି କଂଗ୍ରେସ । ପ୍ରେସମିଟ୍ ରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରତିକ୍ରିୟା ରଖିଛନ୍ତି । ପୁଲଓ୍ବାମା ହମଲା ଅତ୍ୟନ୍ତ ଦୁଃଖଦାୟକ ବୋଲି କହିଛନ୍ତି ରାହୁଲ । ଏ ସମୟରେ ସରକାରଙ୍କ ସହ ଅଛନ୍ତି ବିରୋଧୀ । ଦେଶକୁ ବିଭାଜନ କରିବା ଆତଙ୍କବାଦୀଙ୍କ ଲକ୍ଷ୍ୟ । ଭାରତୀୟ ସେନା ସହ ସମସ୍ତେ ଅଛୁ । ଆମେ ବୀର ଯବାନଙ୍କୁ ହରାଇଛୁ । ସରକାରଙ୍କ ପଦକ୍ଷେପକୁ ସମର୍ଥନ ଦେବେ ବୋଲି ରାହୁଲ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତକାଲି ଶ୍ରୀନଗର-ଜମ୍ମୁ ହାଇୱେରେ ସିଆରପିଏଫ୍ ଯବାନମାନଙ୍କୁ ନେଇ ୭୦ଟି ବସ୍ ଯାଉଥିବା ବେଳେ ଅୱନ୍ତିପୁରାଠାରେ ହଠାତ୍ ଆତଙ୍କବାଦୀମାନେ ଅତର୍କିତ ଆକ୍ରମଣ କରିଥିଲେ । ଏକ ଆଇଇଡି ବିସ୍ଫୋରକ ଭର୍ତ୍ତି ଗାଡ଼ି ସିଧା ଆସି ଦୁଇଟି ସିଆରପିଏଫ୍ ବସକୁ ଧକ୍କା ଦେଇଥିଲା । ଫଳରେ ବଡ ଧରଣର ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଫଳରେ ୪୦ଜଣ ସିଆରପିଏଫ୍ ଯବାନ ସହିଦ ହୋଇଛନ୍ତି । ସିଆରପିଏଫର ୨୫ ଶହ ୪୭ଜଣ ଯବାନ ଏକ ଟ୍ରାଂଜିଟ କ୍ୟାମ୍ପରୁ ଜମ୍ମୁରୁ ଶ୍ରୀନଗର ଯାଉଥିବାବେଳେ ଆତଙ୍କୀ ହମଲା କରିଥିଲେ । ଜୈଶ-ଏ-ମହମ୍ମଦ ଆତଙ୍କୀ ସଂଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ଅଓ୍ବନ୍ତିପୁରାରେ ସିଆରପିଏଫ୍ ଯବାନଙ୍କ ବସ୍ ଉଡ଼ାଇବା ପାଇଁ ଆତ୍ମଘାତୀ ଆତଙ୍କବାଦୀ ୩୫୦ କିଲୋ ବିସ୍ଫୋରକ ବ୍ୟବହାର କରିଥିଲା ବୋଲି ଜଣାପଡ଼ିଛି।

   Related Posts