Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ପାଇଁ ଗ୍ଲୋବାଲ୍‌ ଟେଣ୍ଡର: ୧୯ ସଦସ୍ୟଙ୍କୁ ନେଇ ଗଠନ ହେଲା କମିଟି
  • ||
  • ଭୁବନେଶ୍ବରରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ୯୬୨ ଆକ୍ରାନ୍ତ ଚିହ୍ନଟ
  • ||
  • ନୂଆଦିଲ୍ଲୀ : କରୋନାର ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ଉପଯୋଗୀ ଆୟୁଷ-୬୪, ଏହି କେନ୍ଦ୍ରରେ ମିଳୁଛି ମାଗଣାରେ
  • ||
  • ଶାମଲୀ : ଲଜ୍ଜାଜନକ ଦୃଶ୍ୟ, ଅଳିଆ ବୁହା ଗାଡିରେ ଶ୍ମଶାନଘାଟ ଗଲା ମହିଳାଙ୍କ ମୃତଦେହ
  • ||
  • ଟିକା ପାଇଁ ହେବ ଗ୍ଲୋବାଲ୍‌ ଟେଣ୍ଡର, ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ରାହୁଲ ଭୋରାଙ୍କ ମୃତ୍ୟୁ ପରେ ପତ୍ନୀ ସେୟାର କଲେ ଯନ୍ତ୍ରଣାଦାୟକ ଭିଡିଓ… କେମିତି ଅକ୍ସିଜେନ୍ ଟିକିଏ ପାଇଁ ହେଉଥିଲେ ଛଟପଟ
  • ||
  • ମଥୁରା : କରୋନାରେ ହେମାମାଳିନୀଙ୍କ ବ୍ୟକ୍ତିଗତ ସଚିବଙ୍କ ମୃତ୍ୟୁ, ଟ୍ବିଟ୍ କରି ଅଭିନେତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳି
  • ||
  • ଭୁବନ : ଦୀର୍ଘ ୭ଘଣ୍ଟା ବନ୍ଦ ଘରେ ପଡିରହିଲା ମୃତଦେହ, କରୋନା ସଂକ୍ରମଣ ଆଶଙ୍କାରେ ପାଖ ମାଡିଲେନି ପରିବାର
  • ||
  • ବଲାଙ୍ଗୀର : ରୋଗୀଙ୍କୁ ଲାଞ୍ଚ ମାଗିବା ପଡିଲା ମହଙ୍ଗା, SDMOଙ୍କୁ ସୋ-କଜ୍ ନୋଟିସ୍ ପରେ ପଠାଗଲା ଡେପୁଟେସନରେ, ସ୍ବାସ୍ଥ୍ୟକର୍ମୀ ସସ୍‌ପେଣ୍ଡ
  • ||
  • ହାଇଦ୍ରାବାଦ : ଅକ୍ସିଜେନ୍ ଟ୍ୟାଙ୍କର ଡ୍ରାଇଭର ଭୁଲିଗଲା ହସ୍ପିଟାଲ ରାସ୍ତା, ଅକ୍ସିଜେନ୍ ଅଭାବରୁ ଚାଲିଗଲା ୭ କରୋନା ରୋଗୀଙ୍କ ଜୀବନ
  • ||

ରାହୁଲଙ୍କ ପ୍ରତିଶୃତି: କଂଗ୍ରେସ କ୍ଷମତାକୁ ଆସିଲେ ଓଡିଶାରେ କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼ ଓ ଧାନ କ୍ବିଣ୍ଟାଲ ପିଚ୍ଛା ୨୬୦୦ ଟଙ୍କା

6/02/2019 at 8:16 PM

ଭୁବନେଶ୍ବର୬|୨: ୧୨ଦିନ ବ୍ୟବଧାନରେ ଦ୍ବିତୀୟ ଥର ପାଇଁ ଓଡ଼ିଶା ଆସିଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି  ଭବାନୀପାଟଣାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଖୁବ୍‌ ବର୍ଷିଥିଲେ । ନିଜ ଭାଷଣରେ ବିଜେପି ଓ ବିଜେଡି ଭିତରେ ସଂପର୍କର ଦ୍ବାହି ଦେଇ କଂଗ୍ରେସକୁ କ୍ଷମତାକୁ ଆଣିବାକୁ ଲୋକଙ୍କୁ ଅପିଲ କରିଥିଲେ । ଠିକ୍‌ ସେମିତି ରାଉରକେଲାରେ କଂଗ୍ରେସର ସଂକଳ୍ପ ସମାବେଶରେ ଯୋଗଦେଇ ଆଦିବାସୀ ମହିଳାଙ୍କ ସହ ପାଦରେ ପାଦ ମିଶାଇ ନାଚିଥିଲେ ରାହୁଲ୍‌ ।

ପ୍ରଥମେ ବନ୍ଦିଲେ ମାଣିକେଶ୍ବରୀଙ୍କୁ …କଲେ ଓଡ଼ିଶାବାସୀଙ୍କୁ ଜୁହାର… ଆଉ ସୁନ୍ଦରଗଡ଼ରେ ଆଦିବାସୀଙ୍କ ଗହଣରେ ନାଚିଲେ । ଓଡ଼ିଶା ଗସ୍ତରେ ରାହୁଲ ଗାନ୍ଧି କଳାହାଣ୍ଡି ଭବନୀପାଟଣା ଏବଂ ରାଉରକେଲା ଏରୋଡ୍ରମ ଫିଲ୍ଜରେ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ । କଂଗ୍ରେସ ବ୍ରିଗେଡ଼ଙ୍କୁ  ସାଙ୍ଗରେ ନେଇ କେନ୍ଦ୍ର ଓ ରାଜ୍ୟ ଉପରେ ବର୍ଷିଥିଲେ । କେନ୍ଦ୍ରର କିଷାନ୍‌ ଓ ରାଜ୍ୟର କାଳିଆ ଯୋଜନାକୁ ସମାଲୋଚନା କରିବା ସହ କଂଗ୍ରେସ କ୍ଷମତାକୁ ଆସିଲେ କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼ ଓ ଧାନ କ୍ବିଣ୍ଟାଲ ପିଚ୍ଛା ୨୬୦୦ ଟଙ୍କା ହେବ ବୋଲି ଦୋହରାଇଥିଲେ । ଆଦିବାସୀଙ୍କ  ଜଳ, ଜମି ଜଙ୍ଗଲ ଅଧିକାର ପାଇଁ କଂଗ୍ରେସ ହିଁ ଲଢ଼େଇ କରୁଛି ବୋଲି କହିଥିଲେ । ନିଜ ଭାଷଣରେ ନିୟମଗିରି ଠାରୁ ଆରମ୍ଭ କରି ମନରେଗା ପର୍ଯ୍ୟନ୍ତ ଗୋଟିକ ପରେ ଗୋଟିଏ ଉଦାହରଣ ଦେଇ ଦକ୍ଷିଣ ଓଡ଼ିଶାବାସୀଙ୍କ ଭରସା ଜିତିବାକୁ ଚେଷ୍ଟା କରିଥିଲେ ରାହୁଲ। ଆଉ ରାଉରକେଲାରେ ବ୍ରାହ୍ମଣୀ ଉପରେ ଦ୍ବିତୀୟ ସେତୁ, ଆଉ ଆଇଜିଏଚ୍‌କୁ ସୁପର ସ୍ପେଶିଆଲିଟି ହସ୍ପିଟାଲ ଭଳି ଇସ୍ୟୁକୁ ନେଇ କେନ୍ଦ୍ରକୁ ନିସାନା ସାଧିବାର ମଉକାକୁ ବି ହାତଛଡ଼ା କରିନଥିଲେ ।

ରାହୁଲ ଗାନ୍ଧିଙ୍କ ଗର୍ଜନ କଂଗ୍ରେସ ନେତାଙ୍କୁ ଯେମିତି ଯୋଶ ଦେଇଥିଲା। ଆଉ ନିରଞ୍ଜନ ଏଣ୍ଡ କୋ ରାଜ୍ୟ ସରକାରଙ୍କୁ ନିଶାନା ସାଧିଥିଲେ। ସେପଟେ ବିରୋଧୀ  କିନ୍ତୁ ରାହୁଲଙ୍କ  ରିମୋଟ ଆଟାକର ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ।

ଯେଉଁଠି ଦଳୀୟ ବିଧା୍ୟକ ଦଳ ଛାଡ଼ିଛନ୍ତି, ସେଇଠି କଂଗ୍ରେସ ନେତା କର୍ମୀଙ୍କ ଭିତରେ ଜୋସ୍‌ ଭରିବା ଆଉ ସେଠାକାର ଲୋକଙ୍କ ଭିତରେ କଂଗ୍ରେସ ପ୍ରତି ସମର୍ଥନ ଜୁଟାଇବାକୁ  ଭରପୁର ଚେଷ୍ଟା କରିଛନ୍ତି ରାହୁଲ ଗାନ୍ଧି ।

   Related Posts