ରାହୁଲ-ପ୍ରିୟଙ୍କାଙ୍କ ସମେତ ୫ଜଣକୁ ହାଥରସ ଯିବାକୁ ମିଳିଲା ଅନୁମତି

Published By : Prameya-News7 Bureau | October 03, 2020 IST

ହାଥରସ ୦୩/୧୦ : ପ୍ରିୟଙ୍କା ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଉତ୍ତର ପ୍ରଦେଶ ସରକାର ହାଥରସ ଯିବାକୁ ଅନୁମତି ଦେଇଛନ୍ତି। ରାହୁଲ-ପ୍ରିୟଙ୍କାଙ୍କ ସମେତ ଆଉ ୫ ଜଣଙ୍କୁ ହାଥରସ ଯିବାକୁ ଅନୁମତି ମିଳିଛି। ଅନୁମତି ସହ ସାମାଜିକ ଦୂରତା ନିୟମ ପାଳନ କରିବାକୁ କୁହାଯାଇଛି। ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସହିତ କଂଗ୍ରେସ ମହାସଚିବ କେସି ବେଣୁଗୋପାଳ, ଲୋକସଭା କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ହାଥରସ ଯିବାକୁ ଅନୁମତି ଦିଆଯାଇଛି ।

କିଛି ସର୍ତ୍ତ ଅନୁଯାୟୀ ପ୍ରଶାସନ ରାହୁଲ-ପ୍ରିୟଙ୍କାଙ୍କୁ ହାଥରସ ଯିବାକୁ ଓ ପୀଡିତା ପରିବାରକୁ ସାକ୍ଷାତ କରିବାକୁ ଅନୁମତି ଦେଇଛି। ମାସ୍କ ଲଗାଇବା, କରୋନା କଟକଣା ପାଳନ କରିବା ଆଦି ସର୍ତ୍ତ ସାମିଲ ରହିଛି। ପ୍ରଶାସନର ଅନୁମତି ମିଳିବା ପରେ ରାହୁଲଙ୍କ ଗାଡି ଆଗକୁ ବଢିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.