'କଫି ଉଇଥ କରନ୍' ସୋ’ରେ ଯୌନ ଜୀବନ ଏବଂ ମହିଳାଙ୍କ ପ୍ରତି ମନ୍ତବ୍ୟ ମହଙ୍ଗା ପଡିଲାଣି ପାଣ୍ଡ୍ୟା ଓ ରାହୁଲଙ୍କ ପାଇଁ

Published By : Prameya-News7 Bureau | January 10, 2019 IST

ମୁମ୍ବାଇ ୧୦|୧: ପାଣ୍ଡ୍ୟାଙ୍କୁ ନେଇ ଉଠିଲାଣି ପଡ଼ିଲାଣି ସୋସିଆଲ୍ମିଡିଆ ସ୍ଥିତି ଏମିତି ହେଲାଣି ଯେ ଦୁଇଟି ମ୍ୟାଚ୍ରେ ଭାରତୀୟ କ୍ରିକେଟର  ହାର୍ଦ୍ଦିକ୍ ପାଣ୍ଡ୍ୟା କେ.ଏଲ୍ରାହୁଲଙ୍କୁ ବସାଇ ଦେବାକୁ ଖୋଦ୍ବିସିସିଆଇ ସୁପାରିଶ କରିଛି ହାର୍ଦ୍ଦିକ ଏଥିପାଇଁ କ୍ଷମା ମାଗିବା ସହ ଦୁଃଖ ପ୍ରକାଶ କରିଥିଲେ ବି ନରମ ପଡିନାହିଁ ବିସିସିଆଇ କଫ ଉଇଥ କରନ ସୋରେ ମହିଳାଙ୍କ ପ୍ରତି ଅରୁଚିକର ତଥା ଅଶାଳୀନ ମନ୍ତବ୍ୟ ଦେଇ ଫସିଛନ୍ତି ପାଣ୍ଡ୍ୟା ରାହୁଲ୍

{"id":72517}

କ୍ରିକେଟ୍‌ର ପାଣ୍ଡ୍ୟାଙ୍କ ଗନ୍ଦିବାତ୍‌ । କହୁକହୁ କହିଦେଇଛନ୍ତି ବହୁ ଅଶାଳୀନ କଥା । ଯାହା କୌଣସି ମହିଳାଙ୍କ ପ୍ରତି କିମ୍ବା ସଭ୍ୟ ସମାଜ ପ୍ରତି ଆଦୌ ଗ୍ରହଣୀୟ ନୁହେଁ । ଯାହାକୁ ନେଇ ପାଣ୍ଡ୍ୟା ପଡିଛନ୍ତି ହରଡଘଣାରେ । ଖାଲି ପାଣ୍ଡ୍ୟା ନୁହନ୍ତି ସାଥୀ କ୍ରିକେଟର କେ.ଏଲ୍‌ ରାହୁଲଙ୍କ ଉପରେ ଏବେ ଝୁଲୁଛି ବିସିସିଆଇ ଖଣ୍ଡା । ଦୁଇ ଜଣଙ୍କୁ ୨ଟି ଅନ୍ତର୍ଜାତୀୟ ମ୍ୟାଚ୍‌ରୁ ବାସନ୍ଦ ପାଇଁ ବିସିସିଆଇ କମିଟି ଅଫ ଆଡମିନିଷ୍ଟ୍ରେଟରର ମୁଖ୍ୟ ବିନୋଦ ରାଏ ସୁପାରିଶ କରିଛନ୍ତି । ଏକ ପପୁଲାର ଟିଭି ଚ୍ୟାନେଲ୍‌ ସୋ 'କଫି ଉଇଥ କରନ୍' ରେ ମହିଳାମାନଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଯାହା ସୋସିଆଲ୍‌ ମିଡିଆରେ ବେଶ ହଇଚଇ ସୃଷ୍ଟି କରିଥିଲା । କ୍ରିକେଟ୍‌ ଫ୍ୟାନ୍‌ ଓ ସାଧାରଣ ଲୋକେ ପାଣ୍ଡ୍ୟା ଓ କେ.ଏଲ୍‌ ରାହୁଲଙ୍କୁ କଡା ସମାଲୋଚନା କରିବା ସହ ଟ୍ରୋଲ୍ କରିଥିଲେ । ଏହାପରେ ବିସିସିଆଇ ଉଭୟଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଇଥିଲା । ୨୪ ଘଣ୍ଟା ମଧ୍ୟରେ ଉତ୍ତର ଦେବାକୁ କହିଥିଲା ।

{"id":72520}

ସୋସିଆଲ୍‌ ମିଡିଆରେ ଦୁଇ କ୍ରିକେଟ୍‌ରେ ହଟହଟା ହେବା ପରେ ପାଣ୍ଡ୍ୟା ଟୁଇଟ୍‌ କରି ଦୁଃଖ ପ୍ରକାଶ କରିବା ସହ କ୍ଷମା ମାଗିଥିଲେ । ଏପରି ବ୍ୟବହାର ଭବିଷ୍ୟତରେ ସେ ଆଉ ଦେଖାଇବେ ନାହିଁ ବୋଲି ଜଣାଇଥିଲେ । ଏହା ବିସିସିଆଇକୁ ସନ୍ତୁଷ୍ଟ କରିପାରିନାହିଁ । ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ ହୋଇଛି ।

କଫି ଉଇଥ କରଣ ସୋରେ ପାଣ୍ଡ୍ୟା କହିଥିଲେ ସେ କୁଆଡେ ବହୁ ନାରୀଙ୍କ ସହ ଶାରିରୀକ ସଂପର୍କ ରଖନ୍ତି । ମହିଳାମାନେ ତାଙ୍କ ପାଇଁ କେବଳ ଉପଭୋଗର ବସ୍ତୁ ବିଲୋ ସଂକେତ ଦେଇଥିଲେ । ମହିଳାଙ୍କ ସହ ଶାରିରୀକ ସଂପର୍କ ରଖିବା ଦିନ ସେ କୁଆଡେ ଏ ବିଷୟରେ ତାଙ୍କ ପିତା ମାତାଙ୍କୁ ସବୁ କହିଦେଇଥାନ୍ତି ବୋଲି କହିଥିଲେ ।

{"id":72521}

ଚଳିତ ଅଷ୍ଟ୍ରେଲିଆ ଗସ୍ତ ବେଳେ ପାଣ୍ଡ୍ୟା ଶେଷ ଦୁଇଟି ମ୍ୟାଚ୍‌ ପାଇଁ ସାମିଲ ହୋଇଥିଲେ ବି ଖେଳିବାକୁ ସୁଯୋଗ ପାଇନଥିଲେ । ଆଉ କ.ଏଲ୍‌ ରାହୁଲ ତ ପୂରା ଫେଲ୍‌ ମାରିଥିଲେ । ସିରିଜ୍‌ ବିଜୟ ପରେ ଏ ଦୁଇ ଖେଳାଳି ଡ୍ରେସିଂ ରୁମ୍‌ରେ ଉଗ୍ର ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଥିଲା । ଆଉ ଉଭୟଙ୍କୁ ବେସ୍‌ ଟ୍ରୋଲ୍‌ କରିଥିଲେ ପ୍ରଶଂସକ । କହିଥିଲେ ଜଣେ ଜମା ନଖେଳି ଆଉ ଅନ୍ୟଜଣେ କିଛି ନକରି ଉତ୍ସବ ପାଳନ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.