Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

କ’ଣ ନୋ-ବଲରେ ଆଉଟ୍ ହୋଇଛନ୍ତି ରାହୁଲ ? ଅମ୍ପାୟାରିଂ ଉପରେ ଉଠିଲା ପ୍ରଶ୍ନ

25/10/2021 at 1:11 PM

ନୂଆଦିଲ୍ଲୀ, ୨୫/୧୦:   ଟି୨୦ ବିଶ୍ୱକପର ପ୍ରଥମ ମୁକାବିଲାରେ ଭାରତ ପାକିସ୍ତାନଠୁ ଶୋଚନୀ.ୟ ଭାବେ ପରାସ୍ତ ହୋଇଛି । ବିଶ୍ୱକପ ଇତିହାସରେ ଏହା ପ୍ରଥମ ଥର ପାଇଁ ହୋଇଛି । କିନ୍ତୁ ଏହି ମ୍ୟାଚରେ କେଏଲ ରାହୁଲଙ୍କ ଆଉଟ୍ ନେଇ ବିବାଦ ବଢିବାରେ ଲାଗିଛି । ଟ୍ୱିଟରରେ ୟୁଜରମାନେ ରାହୁଲ ନୋ ବଲରେ ଆଉଟ ହୋଇଥିବା ଦାବି କରୁଛନ୍ତି ।

ସୋସିଆଲ ମିଡିଆରେ ଅନେକ ୟୁଜର ସାହିନ ଆଫ୍ରିଦିଙ୍କ ବଲରେ ସ୍କ୍ରିନ ସଟ୍ ସେୟାର କରିଛନ୍ତି । ଯେଉଁ ବଲରେ କେଏଲ ରାହୁଲ ଆଉଟ୍ ହେଲେ ତାହା ନୋ ବଲ ଥିବା ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି । ସାହିନଙ୍କ ଗୋଡ କ୍ରିଜ ବାହାରକୁ ବାହାରିଥିଲା । ଏହାକୁ ନେଇ ସମସ୍ତେ ପ୍ରଶ୍ନ ମଧ୍ୟ ଉଠାଛନ୍ତି । ଯଦି ଏହା ନୋ ବଲ ନୁହେଁ ତେବେ ଏହା କଣ ବୋଲି ଅନେକ ୟୁଜର ପ୍ରଶ୍ନ କରିଛନ୍ତି ।

ଆହୁରି ମଧ୍ୟ ଭାରତୀୟ ପ୍ରଶଂସକମାନେ ଖରାପ ଅମ୍ପାୟାରିଂକୁ ଦାୟୀ କରିଛନ୍ତି । ଏହା ଭାରତ ପରାଜୟର ଏକ ବଡ କାରଣ ବୋଲି ଅନେକ ୟୁଜର ସୋସିଆଲ ମିଡିଆରେ ପୋଷ୍ଟ୍ ମଧ୍ୟ କରିଛନ୍ତି । କାରଣ ଭାରତର ଓପନିଂ ଫେଲ ମାରିଥିଲା । ତେଣୁ ଟିମ୍ ବଡ ସ୍କୋର କରିବାରେ ବିଫଳ ହୋଇଥିଲା ।

ପାକିସ୍ତାନ ବିପକ୍ଷରେ ରୋହିତ ଶର୍ମା ପ୍ରଥମ ବଲରେ ଆଉଟ ହୋଇଥିଲେ । ଏହାପରେ କେଏଳ ରାହୁଲ ୩ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ଉଭୟଙ୍କ ଓ୍ୱିକେଟ୍ ସାହିନ ଆଫ୍ରିଦି ନେଇଥିଲେ । ସାହିନ ନିଜର ୪ ଓଭରରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ଓ୍ୱିକେଟ୍ ନେଇଥିଲେ ।

   Related Posts