ନୂଆଦିଲ୍ଲୀ ୧୨।୯: କରୋନାରେ ଦେଶ ଲାଗି ସଂକଟ ହେଲେଣି ମୋଦି ସରକାର। ଏହା କହିଛନ୍ତି ରାହୁଲ ଗାନ୍ଧି। ରାହୁଲ ଶନିବାର ଏ ନେଇ ତାଙ୍କ ଟ୍ୱିଟ୍ ହ୍ୟାଣ୍ଡଲରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ଦେଶକୁ ମୋଦି ସରକାର ରଶାତଳଗାମୀ କରିଥିବା ଉଲ୍ଲେଖ କରିଛନ୍ତି। ସରକାରଙ୍କ ସୁନିୟୋଜିତ କରୋନା ଲଢେଇରେ ଦେଶ ୨୪ ପ୍ରତିଶତ ଜିଡିପି ହରାଇଥିବା ବେଳେ ୧୨ କୋଟି ଲୋକେ ବେକାର ହୋଇଥିବା ଉଲ୍ଲେଖ କରିଛନ୍ତି।
wp:html/wp:htmlकोविड के ख़िलाफ़ मोदी सरकार की 'सुनियोजित लड़ाई' ने भारत को मुसीबतों की खाई में धकेल दिया:
— Rahul Gandhi (@RahulGandhi) September 12, 2020
1. GDP में 24% की ऐतिहासिक कमी
2. 12 करोड़ नौकरियाँ खोयीं
3. 15.5 लाख करोड़ अतिरिक्त तनावग्रस्त क़र्ज़
4. विश्व में कोविड के सर्वाधिक दैनिक केस-मौतें
लेकिन GOI व मीडिया कहें ‘सब चंगा सी’।
ଦେଶର ଦୁଃଖ ଏତିକିରେ ବି ସରିନି। ଭାରତ ଉପରେ ୧୫.୫କୋଟି ଟଙ୍କାର ଅତିରିକ୍ତ ଷ୍ଟ୍ରେସଡ ଲୋନ ମାଡି ହୋଇଯାଉଥିବା ବେଳେ କରୋନା ସଂକ୍ରମଣରେ ଦେଶ ପ୍ରତି ଦିନ ନୂଆ ନୂଆ ରେକର୍ଡ କରିବାରେ ଲାଗିଥିବା ରାହୁଲ ଉଲ୍ଲେଖ କରିଛନ୍ତି। ଦେଶରେ କରୋନା ଅଣାୟତ ହେବା ଓ ପ୍ରଭାବୀ ଡଙ୍ଗରେ କୋଭିଡ ପରିଚାଳନ କରାନଯିବାର ଦୋଷ ରାହୁଲ ସରକାରଙ୍କ ଉପରେ ଥୋପିଛନ୍ତି।
wp:html/wp:htmlOne of India's biggest employers is in "wait and see" mode since Covid cases are rising.
— Rahul Gandhi (@RahulGandhi) September 12, 2020
So, no hope of job creation & safe future for youth anytime soon.
Yet another outcome of Modi Govt’s sudden & unplanned lockdown which has snowballed India’s already-precarious economy. pic.twitter.com/Yfm7n2qOeV
ତେବେ ସରକାର ସମସ୍ତ ଅଭିଯୋଗକୁ ଅସ୍ୱୀକାର କରୁଛନ୍ତି। ଏଥିରେ ତାଙ୍କୁ ଦେଶର ଗଣମାଧ୍ୟମ ମାନେ ମଧ୍ୟ ସରକାରଙ୍କୁ ସମର୍ଥନ କରିବା ଦୁର୍ଭାଗ୍ୟଜନକ କହିଛନ୍ତି ରାହୁଲ। ଟ୍ୱିଟ୍ରେ ଯେଉଁଥି ଯୋଗୁ ଦେଶରେ କରୋନା ଉଗ୍ରହେଉଛି ରାହୁଲ ତାର ମଧ୍ୟ କାରଣ ଦର୍ଶାଇବାକୁ ପଛେଇ ନାହାନ୍ତି। ହେଲେବି ଦେଶରେ ସରକାର ଓ ମିଡିଆ ସବୁ ଠିକ୍ (ଚଙ୍ଗାସୀ ହୈ) କହିବା ଦୁର୍ଭାଗ୍ୟ ନୁହେଁତ ଆଉ କଣ ବୋଲି ପ୍ରଶ୍ନ କରିଛନ୍ତି ରାହୁଲ।