Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ରାହୁଲଙ୍କ ତୃତୀୟ ବିବାହ : ନିଜଠୁ ୧୮ ବର୍ଷ ସାନ ବିଦେଶୀ ମଡେଲଙ୍କ ପ୍ରେମରେ ହେଲେ ପାଗଳ

23/11/2018 at 6:21 PM

ଦିଲ୍ଲୀ ୨୩/୧୧ : ଦିବଂଗତ ବିଜେପି ନେତା ପ୍ରମୋଦ ମହାଜନଙ୍କ ପୁଅ ରାହୁଲ ମହାଜନ ତୃତୀୟ ଥର ପାଇଁ ବିବାହ କରିଛନ୍ତି | ୪୩ ବର୍ଷ ବୟସ୍କ ରାହୁଲ ମହାଜନ ୨୫ ବର୍ଷ ବୟସ୍କା କାଜାକିସ୍ତାନର ମଡେଲ ନାତାଲ୍ୟା ଇଲିନାଙ୍କୁ ବିବାହ କରିଛନ୍ତି | ନଭେମ୍ବର ୨୦ ତାରିଖରେ ଉଭୟ ବିବାହ କରିଛନ୍ତି | ତାଙ୍କ ବିବାହ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି |

ସୂଚନାଯୋଗ୍ୟ ଯେ, ରାହୁଲ ଏବଂ ନାତାଲ୍ୟା ବର୍ଷେ ହେଲା ସମ୍ପର୍କରେ ଅଛନ୍ତି | ଉଭୟଙ୍କ ମଧ୍ୟରେ ବୁଝାମଣା ଭଲ ଥିବା ରାହୁଲ କହିଛନ୍ତି | ମାଲାବାର ପାହାଡ ଉପରେ ଅବସ୍ଥିତ ଏକ ମନ୍ଦିରରେ ରାହୁଲ ଏବଂ ନାତାଲ୍ୟାଙ୍କ ବିବାହ ସମ୍ପନ୍ନ ହୋଇଥିଲା | ବିବାହରେ ଉଭୟ ବରକନ୍ୟାଙ୍କ ପରିବାର ଏବଂ ଘନିଷ୍ଠ ବନ୍ଧୁ ସାମିଲ ହୋଇଥିଲେ | ରାହୁଲ କହିଥିଲେ ଯେ, ସେ ପୂର୍ବରୁ ଦୁଇଥର ବହୁତ ଧୂମଧାମରେ ବିବାହ କରିଥିଲେ | କିନ୍ତୁ ଦୁଇଟି ଯାକ ବିବାହ ସଫଳ ହୋଇନଥିଲା | ସେଥିପାଇଁ ସେ ଏଥର ବିବାହ ଆୟୋଜନ ଧୂମଧାମରେ ନକରି ସାଧାରଣ ଭାବେ କରିଥିଲେ |
ରାହୁଲ କହିଛନ୍ତି ଯେ, ନାତାଲ୍ୟା ନିଜର ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି | ରାହୁଲ ଏଥିରେ ନାତାଲ୍ୟାଙ୍କୁ ପୁରା ସହଯୋଗ କରିବେ ବୋଲି କହିଛନ୍ତି | ତେବେ ପାରିବାରିକ ଜୀବନରେ ସୁଖ ଶାନ୍ତି ନିହାତି ଆବଶ୍ୟକ ବୋଲି ରାହୁଲ କହିଛନ୍ତି |

ସୂଚନାଯୋଗ୍ୟ ଯେ, ରାହୁଲ ୨୦୦୬ ମସିହାରେ ଶ୍ଵେତା ସିଂଙ୍କୁ ବିବାହ କରିଥିଲେ | ୨ ବର୍ଷ ପରେ ଉଭୟ ବିବାହ ବିଚ୍ଛେଦ ଘଟିଥିଲା | ରାହୁଲ ଶ୍ଵେତାଙ୍କୁ ମାରପିଟ କରୁଥିବା ଅଭିଯୋଗ କରିଥିଲେ ଶ୍ଵେତା | ଏହାପରେ ୨୦୧୦ ମସିହାରେ ଟିଭି ରିଆଲିଟି ଶୋ ଦୁଲହନିଆ ଲେ ଯାଏଙ୍ଗେରେ ଆସିଥିଲେ ଏବଂ ଡିମପି ଗାଙ୍ଗୁଲିଙ୍କୁ ପସନ୍ଦ କରି ବିବାହ କରିଥିଲେ | କିନ୍ତୁ ଡିମପିଙ୍କ ସଂଗେ ମଧ୍ୟ ତାଙ୍କ ବିବାହ ଚାଲିନଥିଲା | ୨୦୧୪ ମସିହାରେ ରାହୁଲ ଏବଂ ଡିମପିଙ୍କ ବିବାହ ବିଚ୍ଛେଦ ହୋଇଥିଲା | ୪ ବର୍ଷ ପରେ ରାହୁଲ ତୃତୀୟ ଥର ବିବାହ କରିଛନ୍ତି | ତାଙ୍କର ତୃତୀୟ ସ୍ତ୍ରୀ ତାଙ୍କଠାରୁ ବୟସରେ ୧୮ ସାନ ହୋଇଥିଲେ ମଧ୍ୟ ଉଭୟଙ୍କ ମଧ୍ୟରେ ଭଲ ବୁଝାମଣା ଥିବା କଥା ରାହୁଲ କହିଛନ୍ତି |

   Related Posts