Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଦଳ ବଦଳ କରିବା ପଡିଲା ମହଙ୍ଗା, ଉପ ନିର୍ବାଚନରେ ହାରିଲେ ଛଅ ଥର ବିଧାୟକଙ୍କୁ ହରାଇଥିବା ପ୍ରାର୍ଥୀ

3/05/2021 at 11:03 PM

ଭୋପାଳ ୦୩।୦୫: ମଧ୍ୟ ପ୍ରଦେଶର ଦମୋହ ବିଧାନସଭା ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟି ପରାଜିତ ହୋଇଛି। ବିଜେପିର ପରାଜୟରେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ପାର୍ଟି ଏବେ ପରାଜୟ କାରଣ ଖୋଜିବାରେ ଲାଗି ପଡିଛି। ଏଥିସହ ପାର୍ଟିର ରଣନୀତି ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦଳ ବଦଳ କରିବାର ପରିଣାମ ରାହୁଲ ଲୋଧୀଙ୍କୁ ଭୋଗିବାକୁ ପଡିଛି।

୨୦୧୮ ବିଧାନସଭା ନିର୍ବାଚନରେ ଦମୋହରୁ କଂଗ୍ରେସ ବିଜୟ ହାସଲ କରିଥିଲା ଓ ରାହୁଲ ଲୋଧୀ ନିର୍ବାଚିତ ହୋଇଥିଲେ। ସେ ଲଗାତାର ଷଷ୍ଠ ଥର ଜିତିଥିବା ଜୟନ୍ତ ମଲୈୟାଙ୍କୁ ମାତ୍ ଦେଇଥିଲେ। ତେବେ ରାହୁଲ ଲୋଧୀ ପୁଣି ଥରେ ଉପ ନିର୍ବାଚନରେ ମଇଦାନକୁ ଓହ୍ଲାଇଥିଲେ ଏବଂ ଏଥର ସେ ବିଜେପି ପ୍ରାର୍ଥୀ ଭାବେ ଲଢିଥିଲେ। କିନ୍ତୁ କଂଗ୍ରେସ ପ୍ରାର୍ଥୀ ଅଜୟ ଟଣ୍ଡନଙ୍କ ନିକଟରୁ ସେ ପରାଜିତ ହୋଇଛନ୍ତି।

ଏହି ପରାଜୟ ଏଥିପାଇଁ ଗୁରୁତ୍ଵପୂର୍ଣ୍ଣ କାରଣ ସେ ୧୭ ହଜାରରୁ ଅଧିକ ଭୋଟ୍‌ରେ ପରାଜିତ  ହୋଇଛନ୍ତି। ଉପ ନିର୍ବାଚନ ଜିତିବା ପାଇଁ ପାର୍ଟି ସଂଗଠନ ଓ ସରକାର ସବୁ କଳବଳ କୌଶଳ ଲଗାଇଥିଲେ। ଏହା ସତ୍ତ୍ଵେ ବି ବିଜେପିକୁ ପରାଜୟର ମୁହଁ ଦେଖିବାକୁ ପଡିଛି।

ରାହୁଲଙ୍କ ମିଳିଲାନି ପାର୍ଟି ସଦସ୍ୟଙ୍କ ସମର୍ଥନ

ଦମୋହରୁ ବିଜେପି ପାଇଁ ବଡ ଦାବିଦାର ଥିଲେ ପୂର୍ବତନ ମନ୍ତ୍ରୀ ଜୟନ୍ତ ମଲୈୟା। ସେ ବିଧାନସଭା ଉପ ନିର୍ବାଚନ ଲଢିବାକୁ ଚାହୁଁଥିଲେ। ମଲୈୟା ରାହୁଲଙ୍କୁ ପ୍ରାର୍ଥୀ କରିବା ନେଇ ଆରମ୍ଭରୁ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ ଏବଂ ପାର୍ଟି ବୁଝାଇବାରୁ ସେ ମାନି ଯାଇଥିଲେ। ଏପରିକି ସେ ନିର୍ବାଚନ ପ୍ରଚାରରେ ମଧ୍ୟ ରାହୁଲଙ୍କ ପାଇଁ ପ୍ରଚାର କରିଥିଲେ।

ପାର୍ଟିକୁ ସର୍ବଦା ଏହାର ଆଶଙ୍କା ଥିଲା ଯେ, ଜୟନ୍ତ ମଲୈୟା ପାର୍ଟିର  ପ୍ରାର୍ଥୀ ପକ୍ଷରେ କେତେ କାମ କରିବେ। ଅନ୍ୟପଟେ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ପଟେଲ୍‌ଙ୍କ ରାମାୟଣ ପ୍ରସଙ୍ଗକୁ ନେଇ ଆସିଥିବା ବିବାଦୀୟ ବୟାନ କାରଣରୁ ଏକ ବିଶେଷ ଜାତିଙ୍କୁ ଆଘାତ ଲାଗିଥିଲା।

ପାର୍ଟିର ରାଜ୍ୟ ସଂଗଠନ ପାଖରେ ଏହି ସୂଚନା ରହିଥିଲା ଯେ, ରାହୁଲ ଲୋଧୀଙ୍କୁ ନେଇ ଦମୋହ ବିଧାନସଭା କ୍ଷେତ୍ରରେ ସ୍ଥାନୀୟ ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଅସନ୍ତୋଷର ମାହୋଲ ଚରମରେ ରହିଛି। ଏହି କାରଣରୁ ପାର୍ଟି ରାଜ୍ୟ ସଭାପତି ବିଷ୍ଣୁ ଦତ୍ତ ଶର୍ମା ଏବଂ ସଂଗଠନର ବଡ ପଦାଧିକାରୀ ଦମୋହରେ ଡେରା ପକାଇଥିଲେ। ତଥାପି କିଛି ରଣନୀତି କାମ ଦେଲାନି।

ନିର୍ବାଚନ ଫଳାଫଳ ଆସିବା ପରେ ବିଜେପି ପ୍ରାର୍ଥୀ ରାହୁଲ ଲୋଧି ମଧ୍ୟ ଖୋଲାଖୋଲି ପୂର୍ବତନ ମନ୍ତ୍ରୀ ଜୟନ୍ତ ମଲୈୟା ଏବଂ ଅନ୍ୟ ନେତାଙ୍କ ଉପରେ ଅଭିଯୋଗ କରିଛନ୍ତି। ନିଜ ଦଳର ବିଶ୍ଵାସଘାତ କାରଣରୁ ସେ ନିର୍ବାଚନ ହାରିଥିବା କହିଛନ୍ତି। ଏଥିସହ କହିଛନ୍ତି ଯେ, ଯାହାଙ୍କୁ ପ୍ରଭାରୀ କରାଯାଇଥିଲା, ତାଙ୍କ ନିଜ ସହରର ଓ୍ଵାର୍ଡରେ ବିଜେପି ପରାଜିତ ହୋଇଛି। ତାଙ୍କର ଇସାରା ସିଧାସଳଖ ଜୟନ୍ତ ମଲୈୟାଙ୍କ ପାଇଁ ଉଦ୍ଦିଷ୍ଟ ଥିଲା।

   Related Posts